ଅଖିଳେଶଙ୍କ ହାତ କାହିଁକି ଛାଡ଼ିଲେ ଭାଇ ବୋହୂ ଅପର୍ଣ୍ଣା

ଲକ୍ଷ୍ନୌ: ସମାଜବାଦୀ ପାର୍ଟିକୁ କାହିଁକି ବାଏ ବାଏ କହିଲେ ଅପର୍ଣ୍ଣା ଯାଦବ ? ଅଖିଳେଶ ଯାଦବଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବା ସପା ଦଳର କାହିଁକି ହାତ ଛାଡ଼ିଲେ ଭାଇ ବୋହୂ ଅପର୍ଣ୍ଣା। ଏହାର ଉତ୍ତର ରଖିଛନ୍ତି ନିଜେ ଅପର୍ଣ୍ଣା ଯାଦବ। ସେ କହିଛନ୍ତି ଯେ,  ମୋତେ ସମାଜବାଦୀ ପାର୍ଟିରୁ ଟିକେଟ ମିଳିଲାନି ବୋଲି ମୁଁ ଦଳ ଛାଡ଼ି ନାହିଁ। ଟିକେଟ ବଣ୍ଟନକୁ ନେଇ ଯାହା ଚର୍ଚ୍ଚା ହେଉଛି ତାହା ଠିକ୍‌ ନୁହଁ। ସମାଜବାଦୀ ପାର୍ଟିରେ ମୋର ଟିକେଟ […]

Aparna-yadav-and-akhilesh-yadav

Aparna-yadav-and-akhilesh-yadav

Tapas Behera
  • Published: Tuesday, 25 January 2022
  • Updated: 25 January 2022, 06:13 PM IST

Sports

Latest News

ଲକ୍ଷ୍ନୌ: ସମାଜବାଦୀ ପାର୍ଟିକୁ କାହିଁକି ବାଏ ବାଏ କହିଲେ ଅପର୍ଣ୍ଣା ଯାଦବ ? ଅଖିଳେଶ ଯାଦବଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବା ସପା ଦଳର କାହିଁକି ହାତ ଛାଡ଼ିଲେ ଭାଇ ବୋହୂ ଅପର୍ଣ୍ଣା। ଏହାର ଉତ୍ତର ରଖିଛନ୍ତି ନିଜେ ଅପର୍ଣ୍ଣା ଯାଦବ। ସେ କହିଛନ୍ତି ଯେ,  ମୋତେ ସମାଜବାଦୀ ପାର୍ଟିରୁ ଟିକେଟ ମିଳିଲାନି ବୋଲି ମୁଁ ଦଳ ଛାଡ଼ି ନାହିଁ। ଟିକେଟ ବଣ୍ଟନକୁ ନେଇ ଯାହା ଚର୍ଚ୍ଚା ହେଉଛି ତାହା ଠିକ୍‌ ନୁହଁ। ସମାଜବାଦୀ ପାର୍ଟିରେ ମୋର ଟିକେଟ କଟିବାର ନଥିଲା।  ଟିକେଟ ପାଇଁ ମୁଁ ବିଜେପିକୁ ଆସି ନାହିଁ। ମୁଁ ବିଜେପିର ରାଷ୍ଟ୍ରବାଦ ବିଚାରଧାରାରେ ପ୍ରଭାବିତ ହୋଇ ଦଳରେ ମିଶିଛି ବୋଲି ସେ କହିଛନ୍ତି। ନିକଟରେ ସେ ସପା ଛାଡ଼ି ବିଜେପିରେ ମିଶିବା ପରେ ଚର୍ଚ୍ଚାରେ ଅଛନ୍ତି।  ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନୀତିନିୟମରରେ ପ୍ରଭାବିତ ହୋଇ ବିଜେପିରେ ଯୋଗ ଦେଇଥିବା ସେ କହିଛନ୍ତି।

୩୨ ବର୍ଷୀୟ ଅପର୍ଣ୍ଣା ମୁଲାୟମଙ୍କ ସାନପୁଅ ପ୍ରତୀକ ଯାଦବଙ୍କ ସ୍ତ୍ରୀ। ଅପର୍ଣ୍ଣା ବିଜେପିରେ ମିଶିବା ପରେ ଅଖିଳେଶ କହିଥିଲେ ଯେ, ସମାଜବାଦୀ ପାର୍ଟିର ବିଚାରଧାରା ବିଜେପିରେ ବିସ୍ତାର ହେଉଛି। ସେଥିପାଇଁ ମୁଁ ବିଜେପିକୁ ଧନ୍ୟବାଦ ଜଣାଉଛି ବୋଲି ଅଖିଳେଶ କହିଥିଲେ । ପରେ ଅଖିଳେଶ କହିଥିଲେ ଯେ, ଯଦି ସେ ଟିକେଟ ପାଇଁ ଦଳ ଛାଡ଼ିଛନ୍ତି ତେବେ ଏଯାଏ ସମସ୍ତ ଟିକେଟ ବଣ୍ଟନ ହୋଇ ନାହିଁ । ଆଭ୍ୟନ୍ତରୀଣ ସର୍ଭେ ଅନୁସାରେ ଲୋକପ୍ରିୟ ଥିବା ପ୍ରାର୍ଥୀଙ୍କୁ ଆମେ ଗୁରୁତ୍ୱ ଦେଉଛେ ବୋଲି ଅଖିଳେଶ କହିଥିଲେ।

ଅନ୍ୟପଟେ ୨୦୨୨ ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ତାଙ୍କୁ ସ୍ଥାନ ଦେଇଥିବାରୁ ମୁଁ ବହୁତ କୃତଜ୍ଞ।  ମୋ ପାଇଁ ଦେଶ ସର୍ବଦା ପ୍ରଥମରେ ଆସେ । ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛି ବୋଲି କହିଥିଲେ ଅପର୍ଣ୍ଣା। ଅପର୍ଣ୍ଣା ୟୁପି ଡେପୁଟି ସିଏମ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବିଜେପି ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos