ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ କରୋନା ମୁକାବିଲାକୁ ଦେଖି ରାଜ୍ୟ ସରକାରଙ୍କ ଉପରେ କଡ଼ା ଟିପ୍ପଣୀ କରିଥିଲେ ହାଇକୋର୍ଟ। କରୋନାକୁ ନେଇ.ରାଜ୍ୟର ସ୍ଥିତି ଯାହା ଆଗାମୀ ଦିନରେ ରାଜ୍ୟକୁ 'ଭଗବାନ ରାମଙ୍କ ଭରସା' ବୋଲି କହିଥିଲେ ଆହ୍ଲାବାଦ ହାଇକୋର୍ଟ। ତେବେ ହାଇକୋର୍ଟଙ୍କ ଏଭଳି ମନ୍ତବ୍ୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଯୋଗୀ ସରକାର। ଆଉ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଏଭଳି ମନ୍ତବ୍ୟ ନେଇ ଦେଇଥିବା ଆଦେଶ ଉପରେ ରୋକ୍ ଲଗାଇଛନ୍ତି। ଦେଶର ସର୍ବୋଚ୍ଚ କୋର୍ଟ କହିଛନ୍ତି ସରକାର ହାଇକୋର୍ଟଙ୍କ ରାୟକୁ ବିରୋଧ କରିବା ପରିବର୍ତ୍ତେ ପରାମର୍ଶ ଭାବରେ ଗ୍ରହଣ କରିବା ଉଚିତ।
ଆହ୍ଲାବାଦ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ପ୍ରତ୍ୟେକ ଗାଁରେ ଆଇସିୟୁ ସୁବିଧା ସହିତ ଦୁଇଟି ଆମ୍ବୁଲାନ୍ସ ଯୋଗାଇବାକୁ ୟୁପି ସରକାରକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ଏହାକୁ ନେଇ ୟୁପି ସରକାର ସୁପ୍ରିମକୋର୍ଟଙ୍କ ପାଖରେ ଦ୍ୱାରସ୍ଥ ହୋଇଥିଲେ। ରାଜ୍ୟରେ ୯୭ ହଜାର ଗାଁ ଅଛି। ଗୋଟିଏ ମାସର ସମୟସୀମାରେ ଏତେ ସବୁ ବ୍ୟବସ୍ଥା କରିବା ଅସମ୍ଭବ ବୋଲି କହିଥିଲେ ସରକାର। ଆଉ 'ଭଗବାନ ରାମଙ୍କ ଭରସା' ଙ୍କ ମନ୍ତବ୍ୟ ହାଇକୋର୍ଟ ଦେବା ପରେ ଲୋକଙ୍କ ମଧ୍ୟରେ କରୋନାକୁ ନେଇ କୋକୁଆ ଭୟର ବାତାବାରଣ ସୃଷ୍ଟି ହେଉଛି।
ଏହାପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ସମସ୍ତ ହାଇକୋର୍ଟ ସେମାନଙ୍କ ଆଦେଶ କାର୍ଯ୍ୟକାରୀ କରିବା ନେଇ ନିର୍ଦ୍ଦେଶ ଦେବା ପରେ ଥରେ ବିଚାର କରିବା ଉଚିତ। ଏଭଳି କିଛି ନିର୍ଦ୍ଦେଶ ପାରିତ ନହେବା ଦରକାର ଯାହାକୁ କାର୍ଯ୍ୟକାରୀ କରିବା ଅସମ୍ଭବର ହେବ।
ସେହିପରି ସୁପ୍ରିମକୋର୍ଟ କହିଛନ୍ତି ଯେ ହାଇକୋର୍ଟ କୋଭିଡ ମ୍ୟାନେଜମେଣ୍ଟ ମାମଲାକୁ ତଦାରଖ କରୁଛନ୍ତି। ହେଲେ ଯେଉଁ ପ୍ରସଙ୍ଗଟି ଆନ୍ତଃ ରାଜ୍ୟ ତଥା ଅନ୍ତର୍ଜାତୀୟ ପ୍ରଭାବ ରହୁଛି ସେସବୁ ପ୍ରସଙ୍ଗରେ ହାଇକୋର୍ଟ ନିଜକୁ ଦୂରେଇ ରଖିବା ଠିକ୍ ହେବ ବୋଲି ହାଇକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ସମଗ୍ର ଭାରତବର୍ଷର କୋଭିଡ ପରିଚାଳନା କରୁଛନ୍ତି ତେଣୁ ଏହି ସବୁ ପ୍ରସଙ୍ଗରେ ସପ୍ରିମକୋର୍ଟ ନିଷ୍ପତ୍ତି ନେବ ବୋଲି କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।