ବଡ଼ ଘୋଷଣା କଲେ କ୍ୟାପଟେନ୍

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପଞ୍ଜାବ ଲୋକ କଂଗ୍ରେସର ମୁଖ୍ୟ କ୍ୟାପଟେନ୍ ଅମରିନ୍ଦର ସିଂହ ଶୁକ୍ରବାର ବଡ଼ ଘୋଷଣା କରିଛନ୍ତି। ଆସନ୍ତାବର୍ଷ ହେବାକୁଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଅମରିନ୍ଦର ବିଜେପି ସହ ତାଙ୍କ ପାର୍ଟିର ମେଣ୍ଟ ନେଇ ଘୋଷଣା କରିଛନ୍ତି। ପଞ୍ଜାବ ଲୋକ କଂଗ୍ରେସର ମୁଖ୍ୟ ଅମରିନ୍ଦର ସିଂହ ନୂଆ ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଓ ପଞ୍ଜାବ ବିଜେପି ପ୍ରଭାରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ସହ ସାକ୍ଷାତ କରିଥିଲେ, ଯେଉଁଠାରେ ଦୁଇ ଦଳ ମେଣ୍ଟକୁ […]

amrinder-singh-and-gajnedra singh sekhawat

Ranjit Kumar Jena
  • Published: Friday, 17 December 2021
  • , Updated: 17 December 2021, 09:53 PM IST

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପଞ୍ଜାବ ଲୋକ କଂଗ୍ରେସର ମୁଖ୍ୟ କ୍ୟାପଟେନ୍ ଅମରିନ୍ଦର ସିଂହ ଶୁକ୍ରବାର ବଡ଼ ଘୋଷଣା କରିଛନ୍ତି। ଆସନ୍ତାବର୍ଷ ହେବାକୁଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଅମରିନ୍ଦର ବିଜେପି ସହ ତାଙ୍କ ପାର୍ଟିର ମେଣ୍ଟ ନେଇ ଘୋଷଣା କରିଛନ୍ତି। ପଞ୍ଜାବ ଲୋକ କଂଗ୍ରେସର ମୁଖ୍ୟ ଅମରିନ୍ଦର ସିଂହ ନୂଆ ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଓ ପଞ୍ଜାବ ବିଜେପି ପ୍ରଭାରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ସହ ସାକ୍ଷାତ କରିଥିଲେ, ଯେଉଁଠାରେ ଦୁଇ ଦଳ ମେଣ୍ଟକୁ ନେଇ ସହମତି ହୋଇଛନ୍ତି।

ମେଣ୍ଟକୁ ନେଇ କ୍ୟାପଟେନ୍ ଅମରିନ୍ଦର କହିଛନ୍ତି, ଆମେ ନିର୍ବାଚନ ପାଇଁ ପ୍ରସ୍ତୁତ ଏବଂ ଏହି ନିର୍ବାଚନ ଜିତିବାକୁ ଯାଉଛୁ। ବିଜୟ ପ୍ରାଥମିକତାକୁ ଆଧାର କରି ସିଟ୍ ବଣ୍ଟନ ନେଇ ନିଷ୍ପତ୍ତି ନିଆଯିବ। ଏହି ନିର୍ବାଚନକୁ ଜିତିବା ପାଇଁ ୧୦୧ ପ୍ରତିଶତ ନିଶ୍ଚିତ ବୋଲି କ୍ୟାପଟେନ୍ କହିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ଶେଖାୱତ କହିଛନ୍ତି, ଆଜି ହୋଇଥିବା ଆଲୋଚନା ସଫଳ ହୋଇଛି ଏବଂ ଆମେ ପଞ୍ଜାବ ଲୋକ କଂଗ୍ରେସ ସହ ମିଶିକି ନିର୍ବାଚନ ଲଢ଼ିବୁ। ୭ଥର ଆଲୋଚନା ହେବା ପରେ ଆମେ ସ୍ପଷ୍ଟ କରୁଛୁ ଯେ ବିଜେପି ଓ ପଞ୍ଜାବ ଲୋକ କଂଗ୍ରେସ ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନରେ ଏକାଠି ଲଢ଼ିବାକୁ ଯାଉଛନ୍ତି।

https://twitter.com/ANI/status/1471809716753874950?s=20

ପଞ୍ଜାବ ବିଧାନସଭା ନିର୍ବାଚନରେ ମେଣ୍ଟକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଗଜେନ୍ଦ୍ର ସିଂହ ଶେଖାୱତ ଚଣ୍ଡିଗଡ଼ରେ ମଧ୍ୟ ଅମରିନ୍ଦର ସିଂହଙ୍କୁ ସାକ୍ଷାତ କରିଥିଲେ। ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅମରିନ୍ଦର ପଞ୍ଜାବ ଲୋକ କଂଗ୍ରେସ ପାର୍ଟିର ଗଠନ କରିଥିଲେ। ଉତ୍ତର ପ୍ରଦେଶ ଭଳି ଆସନ୍ତାବର୍ଷ ଆରମ୍ଭରୁ ବିଧାନସଭା ନିର୍ବାଚନ ହେବ।

Related story