Advertisment

୨ ତାରିଖରେ ପୁଣି ବେଙ୍ଗଲ ଯିବେ ଅମିତ ଶାହ, ୨ ଦିନ ଧରି କରିବେ ରୋଡ ଶୋ’

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ଜିତିବାକୁ ବିଜେପି ଜୋରଦାର ଉଦ୍ୟମ ଜାରି ରଖିଛି। ଚଳିତ ବର୍ଷ ୨୦୦ରୁ ଅଧିକ ଆସନ ଜିତିବାକୁ ଲକ୍ଷ୍ୟ ରଖିଥିବା ବିଜେପି ନିଜର ରଣନୀତିକୁ ଅଧିକ ଶାଣିତ କରିଛି। ରଣନୀତିର ସଫଳ ରୂପାୟନ କରିବାକୁ ଖୋଦ୍‌ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବାରମ୍ବାର ବେଙ୍ଗଲ ଗସ୍ତ କରି ସାଧାରଣ ସଭା କରୁଛନ୍ତି। ଏହିକ୍ରମରେ ସେ ପୁଣିଥରେ ମାର୍ଚ୍ଚ ୨ରେ ବେଙ୍ଗଲ ଗସ୍ତ କରିବେ। ସେଠାରେ ସେ ୩ ତାରିଖ ଯାଏ ରହିବେ। ଏହି ସମୟରେ […]

author-image
Hemant Lenka
ଅଦ୍ୟତନ ହୋଇଛି
୨ ତାରିଖରେ ପୁଣି ବେଙ୍ଗଲ ଯିବେ ଅମିତ ଶାହ, ୨ ଦିନ ଧରି କରିବେ ରୋଡ ଶୋ’

amit-shah

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ଜିତିବାକୁ ବିଜେପି ଜୋରଦାର ଉଦ୍ୟମ ଜାରି ରଖିଛି। ଚଳିତ ବର୍ଷ ୨୦୦ରୁ ଅଧିକ ଆସନ ଜିତିବାକୁ ଲକ୍ଷ୍ୟ ରଖିଥିବା ବିଜେପି ନିଜର ରଣନୀତିକୁ ଅଧିକ ଶାଣିତ କରିଛି। ରଣନୀତିର ସଫଳ ରୂପାୟନ କରିବାକୁ ଖୋଦ୍‌ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବାରମ୍ବାର ବେଙ୍ଗଲ ଗସ୍ତ କରି ସାଧାରଣ ସଭା କରୁଛନ୍ତି।

Advertisment

ଏହିକ୍ରମରେ ସେ ପୁଣିଥରେ ମାର୍ଚ୍ଚ ୨ରେ ବେଙ୍ଗଲ ଗସ୍ତ କରିବେ। ସେଠାରେ ସେ ୩ ତାରିଖ ଯାଏ ରହିବେ। ଏହି ସମୟରେ ସେ କ୍ରମାଗତ ଦୁଇ ଦିନ କୋଲକାତାରେ ଦୁଇଟି ରୋଡ୍‌ ଶୋ’ କରି ଭୋଟରଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ଚେଷ୍ଟା କରିବେ।

ସୂଚନା ଅନୁସାରେ, ଶ୍ରୀ ଶାହ ମାର୍ଚ୍ଚ ୨ରେ ଦକ୍ଷିଣ କୋଲକାତାର ରାସବିହାରୀ ଅଞ୍ଚଳରୁ ମଧ୍ୟ କୋଲକାତାର ରବୀନ୍ଦ୍ର ସଦନ ଯାଏ ରୋଡ ଶୋ’ କରିବେ। ସେହିପରି ମାର୍ଚ୍ଚ ୩ରେ ଉତ୍ତର କୋଲକାତାର ତାଲା ଠାରୁ ମଧ୍ୟ କୋଲକାତାର ଧର୍ମତଲା ଯାଏ ଶାହ ରୋଡ ଶୋ’ କରିବେ।

Advertisment

ଏହାପୂର୍ବରୁ ଫେବୃଆରୀ ୧୮ ଓ ୧୯ରେ ଅମିତ ଶାହ ପଶ୍ଚିମବଙ୍ଗରେ ରହି ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଥିଲେ। ଏହି ସମୟରେ ସେ ଜଣେ ଶରଣାର୍ଥୀଙ୍କ ଘରେ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ। ଫେବୃଆରୀ ୧୧ରେ ଶାହ କୁଚ ବିହାରରେ ବିଜେପିର ପରିବର୍ତ୍ତନ ଯାତ୍ରାର ଆରମ୍ଭ କରି ସାଧାରଣ ସଭାକୁ ଉଦବୋଧନ ଦେଇଥିଲେ।

ଅନ୍ୟପକ୍ଷରେ ବେଙ୍ଗଲରେ କ୍ଷମତାସୀନ ଟିଏମସି ବିରୋଧରେ ଲଢ଼େଇ କରିବାକୁ ବିଜେପି ରାଜ୍ୟରେ ୧୫ଶହରୁ ଅଧିକ ରାଲି କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଏହି ସବୁ ରାଲିରେ ଦଳର ବରିଷ୍ଠ ତଥା ଜାତୀୟସ୍ତରର ନେତା ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅନେକ ରାଲିରେ ସାମିଲ ହୋଇ ଲୋକଙ୍କୁ ସମ୍ବୋଧନ କରିବେ।

West Bengal Assembly Election