ଅମରୁଲ୍ଲା ସାଲେହଙ୍କ ଭାଇଙ୍କୁ ନିର୍ମମ ଭାବେ ହତ୍ୟା କଲା ତାଲିବାନ

କାବୁଲ: ଆଫଗାନିସ୍ତାନର ପଞ୍ଜଶିରକୁ ସଂପୂର୍ଣ୍ଣ ଭାବେ ଦଖଲ କରିବା ପାଇଁ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛି ତାଲିବାନ। ପଞ୍ଜଶିରରେ ଆଫଗାନର କାମଚଳା ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ରହିଥିବାରୁ ତାଙ୍କୁ ହତ୍ୟା କରିବା ପାଇଁ ତାଲିବାନୀମାନେ ଜୋରଦାର ଉଦ୍ୟମ କରିଛନ୍ତି। ଏପରି କି ସେମାନେ ଅମରୁଲ୍ଲା ସାଲେହ ଯେଉଁ ସ୍ଥାନରେ ରହିଥିଲେ ଉକ୍ତ ସ୍ଥାନକୁ ମଧ୍ୟ ଦଖଲ କରି ନେଇଥିବା ଜଣାପଡ଼ିଛି। ଏଥିସହ ସାଲେହଙ୍କ ଭାଇ ରୋହୁଲ୍ଲା ସାଲେହଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ତାଲିବାନୀମାନେ ହତ୍ୟା କରିଛନ୍ତି। […]

Panjishir

Hemant Lenka
  • Published: Friday, 10 September 2021
  • , Updated: 10 September 2021, 06:14 PM IST

କାବୁଲ: ଆଫଗାନିସ୍ତାନର ପଞ୍ଜଶିରକୁ ସଂପୂର୍ଣ୍ଣ ଭାବେ ଦଖଲ କରିବା ପାଇଁ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛି ତାଲିବାନ। ପଞ୍ଜଶିରରେ ଆଫଗାନର କାମଚଳା ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ରହିଥିବାରୁ ତାଙ୍କୁ ହତ୍ୟା କରିବା ପାଇଁ ତାଲିବାନୀମାନେ ଜୋରଦାର ଉଦ୍ୟମ କରିଛନ୍ତି।

ଏପରି କି ସେମାନେ ଅମରୁଲ୍ଲା ସାଲେହ ଯେଉଁ ସ୍ଥାନରେ ରହିଥିଲେ ଉକ୍ତ ସ୍ଥାନକୁ ମଧ୍ୟ ଦଖଲ କରି ନେଇଥିବା ଜଣାପଡ଼ିଛି। ଏଥିସହ ସାଲେହଙ୍କ ଭାଇ ରୋହୁଲ୍ଲା ସାଲେହଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ତାଲିବାନୀମାନେ ହତ୍ୟା କରିଛନ୍ତି। ଅମରୁଲ୍ଲାଙ୍କ ଭଳି ରୋହୁଲ୍ଲା ମଧ୍ୟ ପଞ୍ଜଶିରରେ ତାଲିବାନ ବିରୋଧରେ ଲଢ଼େଇ କରୁଥିଲେ। ସେ ଗୁରୁବାର ରାତିରେ ପଞ୍ଜଶିରରୁ କାବୁଲ ଯାଉଥିବା ବେଳେ ତାଙ୍କୁ ତାଲିବାନୀମାନେ ଠାବ କରି ନେଇଥିଲେ।

ତାଙ୍କୁ ଧରିବା ପରେ ତାଙ୍କ ପରିଚୟ ଖୋଜା ଯାଇଥିଲା। ସେ ଅମରୁଲ୍ଲା ସାଲେହଙ୍କ ଭାଇ ବୋଲି ଜଣାପଡ଼ିବା ପରେ ତାଲିବାନୀମାନେ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ତାଙ୍କୁ ପ୍ରଥମେ ପଶୁଙ୍କ ଭଳି ମାଡ଼ ମରାଯାଇଥିଲା। ଶେଷରେ ତାଙ୍କୁ ଗୁଳି କରି ଦିଆଯାଇଥିବା ରିପୋର୍ଟ ପ୍ରକାଶ ପାଇଛି।

ସେହିପରି ଅମରୁଲ୍ଲା ସାଲେହ ପଞ୍ଜଶିରର ଯେଉଁ ଲାଇବ୍ରେରୀରୁ ପୂରା ବିଶ୍ୱକୁ ସେ ସୁରକ୍ଷିତ ରହିଥିବା କଥା କହିଥିଲେ ଉକ୍ତ ସ୍ଥାନରେ ଆଜି ବନ୍ଧୁକଧାରୀ ତାଲିବାନୀମାନେ ଛିଡ଼ା ହୋଇଥିବା ଭିଡିଓ ସାମ୍ନାକୁ ଆସିଛି। ଅର୍ଥାତ ସାଲେହଙ୍କ ଠିକଣା ଏବେ ତାଲିବାନ ଦଖଲ କରି ନେଇଥିବା କୁହାଯାଉଛି। ହେଲେ ଏହି ଭିଡିଓରେ କେତେ ସତ୍ୟତା ରହିଛି, ସେକଥା ଜଣାପଡ଼ିନି।

ଅନ୍ୟପକ୍ଷରେ ତାଲିବାନ ପୁଣିଥରେ ପଞ୍ଜଶିରକୁ ସଂପୂର୍ଣ୍ଣ ଭାବେ ଦଖଲ କରି ନେଇଥିବା ଦାବି କରିଛି। ହେଲେ ରିପୋର୍ଟ ମୁତାବକ ଏବେ ବି ନ୍ୟାଶନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ ଓ ତାଲିବାନୀଙ୍କ ମଧ୍ୟରେ ପଞ୍ଜଶିରର ବିଭିନ୍ନ ସ୍ଥାନରେ ଲଢ଼େଇ ଜାରି ରହିଛି।

Related story