କରୋନା ମୁକାବିଲା ପାଇଁ ଅବସରପ୍ରାପ୍ତ ଡାକ୍ତରଙ୍କୁ ଡକାଇଲା ସେନା

ନୂଆଦିଲ୍ଲୀ: ଦେଶରେ ଉପର ମୁହାଁ ହୋଇଥିବା କରୋନେ ସଂକ୍ରମଣର ମୁକାବିଲାରେ ଭାରତୀୟ ସେନା ସାମିଲ ହୋଇଛି। ସେନା ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ସ୍ଥାନୀୟ ପ୍ରଶାସନକୁ ସହଯୋଗ କରାଯାଉଛି। ଏହାକୁ ଅଧିକ ତ୍ୱାରାନ୍ୱିତ କରିବା ପାଇଁ କୋଭିଡ ଲଢ଼େଇରେ ଅବସରପ୍ରାପ୍ତ ସେନା ଡାକ୍ତର ସାମିଲ ହେବ। ଏଥିପାଇଁ ସେନା ପକ୍ଷରୁ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଲଢ଼େଇରେ ଆର୍ମଡ ଫୋର୍ସର ଭୂମିକା ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ସମୀକ୍ଷା […]

CDS

Hemant Lenka
  • Published: Monday, 26 April 2021
  • , Updated: 26 April 2021, 09:55 PM IST

ନୂଆଦିଲ୍ଲୀ: ଦେଶରେ ଉପର ମୁହାଁ ହୋଇଥିବା କରୋନେ ସଂକ୍ରମଣର ମୁକାବିଲାରେ ଭାରତୀୟ ସେନା ସାମିଲ ହୋଇଛି। ସେନା ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ସ୍ଥାନୀୟ ପ୍ରଶାସନକୁ ସହଯୋଗ କରାଯାଉଛି। ଏହାକୁ ଅଧିକ ତ୍ୱାରାନ୍ୱିତ କରିବା ପାଇଁ କୋଭିଡ ଲଢ଼େଇରେ ଅବସରପ୍ରାପ୍ତ ସେନା ଡାକ୍ତର ସାମିଲ ହେବ। ଏଥିପାଇଁ ସେନା ପକ୍ଷରୁ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଲଢ଼େଇରେ ଆର୍ମଡ ଫୋର୍ସର ଭୂମିକା ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ୩ ସେନାର ମୁଖ୍ୟ ସିଡିଏସ୍‌ ଜେନେରାଲ ବିପିନ ରାୱତ ଉପସ୍ଥିତ ରହି ସମସ୍ତ ତଥ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦେଇଛନ୍ତି।

ସମୀକ୍ଷା ବୈଠକରେ ଜେନେରାଲ ରାୱତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଛନ୍ତି, ସେନା ବାହିନୀରୁ ଅବସର ନେଇଥିବା ସମସ୍ତ ମେଡିକାଲ କର୍ମଚାରୀଙ୍କୁ କୋଭିଡ୍‌ ଲଢ଼େଇରେ ସାମିଲ ହେବାକୁ କୁହାଯାଇଛି। ୨ ବର୍ଷ ମଧ୍ୟରେ ଅବସର କିମ୍ବା ସ୍ୱେଚ୍ଛାକୃତ ଅବସର ନେଇଥିବା ଡାକ୍ତର ଓ ଅନ୍ୟ ମେଡିକାଲ କର୍ମଚାରୀଙ୍କୁ ସେମାନଙ୍କ ଘର ପାଖ କୋଭିଡ୍‌ କେୟାର ସେଣ୍ଟର୍‌ରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ବ୍ୟତୀତ ପୂର୍ବରୁ ଅବସର ନେଇଥିବା ମେଡିକାଲ କର୍ମଚାରୀଙ୍କୁ ମଧ୍ୟ ଜରୁରୀ ମେଡିକାଲ ହେଲପଲାଇନରେ ପରାମର୍ଶଦାତା ଭାବେ କାର୍ଯ୍ୟ କରିବାକୁ ସେନା ପକ୍ଷରୁ ଅନୁରୋଧ କରାଯାଇଛି। ନୌସେନା, ସ୍ଥଳ ସେନା ଓ ଭାରତୀୟ ବାୟୁସେନାର ସମସ୍ତ କମାଣ୍ଡ ମୁଖ୍ୟାଳୟରେ ନିଯୁକ୍ତି ପାଇଥିବା କର୍ମଚାରୀ ହସ୍ପିଟାଲରେ ସେବା ଯୋଗାଉଛନ୍ତି। ହସ୍ପିଟାଲରେ ଡାକ୍ତରମାନଙ୍କ ସହଯୋଗ କରିବାକୁ ବିପୁଳ ସଂଖ୍ୟାରେ ନିର୍ସିଂ ଷ୍ଟାଫଙ୍କୁ ମଧ୍ୟ ସେନା ପକ୍ଷରୁ ନିୟୋଜିତ କରାଯାଇଥିବା ଜେନେରାଲ ରାୱତ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।

ହସ୍ପିଟାଲରେ ଅକ୍ସିଜେନ ଯୋଗାଣ ପାଇଁ ମଧ୍ୟ ସେନା ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସେନା ବାହିନୀର ବିଭିନ୍ନ ପ୍ରତିଷ୍ଠାରେ ଉପଲବ୍ଧ ଅକ୍ସିଜେନ ସିଲିଣ୍ଡର ହସ୍ପିଟାଲଗୁଡ଼ିକ ପାଇଁ ପଠାଯିବ। ଏହାଦ୍ୱାରା ହସ୍ପିଟାଲଗୁଡ଼ିକ କରୋନା ରୋଗୀଙ୍କ ଚିକିତ୍ସାରେ ଏହାକୁ ବ୍ୟବହାର କରିପାରିବେ।

ଅନେକ ସ୍ଥାନରେ ସେନା ପକ୍ଷରୁ ମେଡିକାଲ ବ୍ୟବସ୍ଥା କରାଯାଇଛି। ସେହିପରି ଯେଉଁଠି ଦରକାର ପଡ଼ିବ ମିଲାଟାରୀ ମେଡିକାଲ ଭିତ୍ତିଭୂମିକୁ ସାଧାରଣ ଲୋକଙ୍କ ସେବାରେ ବ୍ୟବହାର କରାଯିବ ବୋଲି ସିଡିଏସ୍ ଜେନେରାଲ ରାୱତ କହିଛନ୍ତି।

ଏହି ବୈଠକରେ ମୋଦି ବାୟୁସେନାର ଦ୍ୱାରା ଅକ୍ସିଜେନ ପରିବହନ ପାଇଁ କରାଯାଉଥିବା ଅପରେସନକୁ ମଧ୍ୟ ସମୀକ୍ଷା କରିଛନ୍ତି।

Related story