୧୧ ମହିଳା ସେନା ଅଧିକାରୀଙ୍କୁ ମିଳିବ ସ୍ଥାୟୀ କମିଶନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ମହିଳାଙ୍କ ବଡ଼ ବିଜୟ। ସେନାରେ ସ୍ଥାୟୀ କମିଶନ ଦାବିରେ ସୁପ୍ରିମକୋର୍ଟ ଯାଇଥିବା ୧୧ ମହିଳାଙ୍କୁ ଖୁବଶୀଘ୍ର ସ୍ଥାୟୀ କମିଶନ ଭାବେ ମାନ୍ୟତା ମିଳିବ। ଏହି ୧୧ ମହିଳାଙ୍କୁ ନଭେମ୍ବର ୨୬ ସୁଦ୍ଧା ଓ ବାକି ଯୋଗ୍ୟ ଅଧିକାରୀ ତିନି ସପ୍ତାହ ମଧ୍ୟରେ ସ୍ଥାୟୀ କମିଶନ ମିଳିବ। ଯେଉଁ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନି ସେମାନେ ସ୍ଥାୟୀ କମିଶନ ପାଇବାକୁ ଯୋଗ୍ୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟ […]

army

Hemant Lenka
  • Published: Friday, 12 November 2021
  • , Updated: 12 November 2021, 04:36 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ମହିଳାଙ୍କ ବଡ଼ ବିଜୟ। ସେନାରେ ସ୍ଥାୟୀ କମିଶନ ଦାବିରେ ସୁପ୍ରିମକୋର୍ଟ ଯାଇଥିବା ୧୧ ମହିଳାଙ୍କୁ ଖୁବଶୀଘ୍ର ସ୍ଥାୟୀ କମିଶନ ଭାବେ ମାନ୍ୟତା ମିଳିବ। ଏହି ୧୧ ମହିଳାଙ୍କୁ ନଭେମ୍ବର ୨୬ ସୁଦ୍ଧା ଓ ବାକି ଯୋଗ୍ୟ ଅଧିକାରୀ ତିନି ସପ୍ତାହ ମଧ୍ୟରେ ସ୍ଥାୟୀ କମିଶନ ମିଳିବ।

ଯେଉଁ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନି ସେମାନେ ସ୍ଥାୟୀ କମିଶନ ପାଇବାକୁ ଯୋଗ୍ୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବାକୁ କହିଥିଲେ। ହେଲେ ସେନା ପକ୍ଷରୁ ଏହାକୁ ଲାଗୁ କରାଯାଇ ନଥିଲା। ଆଜି ଶୁଣାଣି ବେଳେ ସୁପ୍ରିମକୋର୍ଟ ସେନାକୁ ଅଦାଲତ ଅବମାନନା ମାମଲାର ଧମକ ଦେଇଥିଲେ। ଏହାପରେ ସେନା ପକ୍ଷରୁ ମହିଳା ଅଧିକାରୀଙ୍କ ଉପରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଥିଲା। ତେବେ ନଭେମ୍ବର ୨୬ ସୁଦ୍ଧା ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦେବାକୁ କୋର୍ଟ କହିଛନ୍ତି।

ଶୁଣାଣି ବେଳେ ଅତିରିକ୍ତ ସଲିସିଟର ଜେନେରାଲ ସଞ୍ଜୟ ଜୈନ କହିଛନ୍ତି, ଆମେ ୧୦ ଦିନ ଭିତରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦେଇ ଦେବୁ। ୩୫ ଜଣଙ୍କ ମଧ୍ୟରୁ ୨୧ ଜଣ ମହିଳାଙ୍କୁ ସ୍ଥାୟୀ କମିଶନ ଦିଆଯାଇଛି। ଜଣଙ୍କ ଉପରେ ବିଚାର କରାଯାଉଛି। ୧୪ ମହିଳା ଅଧିକାରୀଙ୍କ ମଧ୍ୟରୁ ୩ ଜଣ ମେଡିକାଲ ସ୍ତରରେ ଅନଫିଟ ଘୋଷିତ ହୋଇଛନ୍ତି।

ବାକି ୧୧ ଜଣଙ୍କୁ ୧୦ ଦିନ ଭିତରେ ସ୍ଥାନୀୟ କମିଶନ ମିଳିବ। ଯେଉଁ ମହିଳା ଅଧିକାରୀମାନେ ସ୍ଥାୟୀ କମିଶନ ପାଇଁ ଯୋଗ୍ୟ କିନ୍ତୁ କୋର୍ଟ ଆସି ନାହାନ୍ତି, ସେମାନଙ୍କ ବିଚାର ୨୦ ଦିନ ଭିତରେ କରାଯିବ ବୋଲି ସେ କହିଛନ୍ତି।

Related story