ସୁରକ୍ଷା କର୍ମୀ-ଆତଙ୍କବାଦୀ ଗୁଳିବିନିମୟ: ଜଣେ  ଯବାନ ସହିଦ

ଜମ୍ମୁ: ଜମ୍ମୁ କଶ୍ମୀରିର କୋକେରାଙ୍ଗ ଅଞ୍ଚଳରେ ଶନିବାର ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ସୁରକ୍ଷା କର୍ମୀ ନିହତ ହୋଇଛନ୍ତି। ଦକ୍ଷିଣ କାଶ୍ମୀରିର ଅନନ୍ତନାଗ ଜିଲ୍ଲାରେ ଏହି ଘଟଣା ଘଟିଛି।  ମିଳିଥିବା ସୂଚନା ଅନୁଯାୟୀ ଏହି ମୁହାଁମୁହିଁ ପରିସ୍ତତି଼ରେ ସୁରକ୍ଷା କର୍ମୀ ଜଣେ ବିଦେଶୀ ଆତଙ୍କବାଦୀକୁ କାବୁ କରିଛନ୍ତି। ସମ୍ପୃକ୍ତ ଆତଙ୍କବାଦୀ ଜଣେ ଟିଆରଏଫ କମାଣ୍ଡର ବୋଲି ଜଣାପଡ଼ିଛି।  ତେବେ ଆତଙ୍କବାଦୀ ବିରୋଧୀ ଅପରେସନ ଜାରି  ରହିଥିବା ପୁଲିସ ସୂଚନା […]

army

Tapas Behera
  • Published: Saturday, 16 April 2022
  • , Updated: 16 April 2022, 05:49 PM IST

ଜମ୍ମୁ: ଜମ୍ମୁ କଶ୍ମୀରିର କୋକେରାଙ୍ଗ ଅଞ୍ଚଳରେ ଶନିବାର ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ସୁରକ୍ଷା କର୍ମୀ ନିହତ ହୋଇଛନ୍ତି। ଦକ୍ଷିଣ କାଶ୍ମୀରିର ଅନନ୍ତନାଗ ଜିଲ୍ଲାରେ ଏହି ଘଟଣା ଘଟିଛି।  ମିଳିଥିବା ସୂଚନା ଅନୁଯାୟୀ ଏହି ମୁହାଁମୁହିଁ ପରିସ୍ତତି଼ରେ ସୁରକ୍ଷା କର୍ମୀ ଜଣେ ବିଦେଶୀ ଆତଙ୍କବାଦୀକୁ କାବୁ କରିଛନ୍ତି। ସମ୍ପୃକ୍ତ ଆତଙ୍କବାଦୀ ଜଣେ ଟିଆରଏଫ କମାଣ୍ଡର ବୋଲି ଜଣାପଡ଼ିଛି।  ତେବେ ଆତଙ୍କବାଦୀ ବିରୋଧୀ ଅପରେସନ ଜାରି  ରହିଥିବା ପୁଲିସ ସୂଚନା ଦେଇଛି।  ‌

ଅନ୍ୟପଟେ ଆତଙ୍କବାଦୀଙ୍କ ଗୁଳିରେ ଶୁକ୍ରବାର  ଜଣେ ସରପଞ୍ଚଙ୍କ ମୁଣ୍ଡ ଗଡ଼ିଛି। ନିହତ ସରପଞ୍ଚ ହେଲେ  ମନ୍‌ଜୋର ଅହମ୍ମଦ ବାଙ୍ଗାରୋ। ଜମ୍ମୁ କଶ୍ମୀରିର ବାରମୁଳା ଜିଲ୍ଲାର ଗୋସବୌଘ ପଟ୍ଟାନ ‌ଏରିଆର ବାଙ୍ଗାରୋ ହେଉଛନ୍ତି ସରପଞ୍ଚ।

ବୁଲେଟ ମାଡ଼ ପରେ ସରପଞ୍ଚଙ୍କୁ ସ୍ଥାନୀୟ ହସପିଟାରେ ଭର୍ତ୍ତି କରାଯାଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗତ କିଛି ଦିନ ହେବ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତ୍ପାତ ବଢ଼ିଚାଲିଛି। ରକ୍ତମୁଖା ହୋଛନ୍ତି ଆତଙ୍କବାଦୀ।  ଆତଙ୍କବାଦୀଙ୍କ ଲଗାତର ଆକ୍ରମଣ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

Related story