ନୂଆଦିଲ୍ଲୀ: ସୀମାରେ ଭାରତ-ଚାଇନା ସଂଘର୍ଷକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଦି ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଏହାକୁ ନେଇ ରାଜନୀତି ଜୋର ଧରିଛି। ରାହୁଲ ଗାନ୍ଧିଙ୍କ ବୟାନକୁ ନେଇ ଭାରତ ବୈଦେଶିକ ମନ୍ତ୍ରୀ ଏସ ଜୟସଙ୍କର କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଭାରତ ଏବେ ଯେପରି ଚାଇନା ସୀମାରେ ସୁରକ୍ଷା ବଳ ନିୟୋଜିତ କରିପାରିଛି ତାହା ଆଗରୁ ସେମିତି ପାରି ନଥିଲା। ଚାଇନା ସେନାକୁ ମୁକାବିଲା ପାଇଁ ସୀମାରେ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ୨୦୨୦ରୁ ଭାରତ ବ୍ୟାପକ ଭାବେ ସୀମାରେ ଫୋର୍ସ ମୁତୟନ କରିଛି। ଯଦି ଆମେ ଏହାକୁ ଅସ୍ୱୀକାର କରିବା ତେବେ ସୀମାରେ ସେନା କିପରି କାମ କରୁଛି। କାରଣ ସେଠାରୁ କେବଳ ସେନା ଯାଉଛି। ରାହୁଲ ଗାନ୍ଧି ସେ ଜାଗାକୁ ଯାଉ ନାହାନ୍ତି। ସେଠାରେ ସେନା ଅଛି ଏଥିପାଇଁ ଯେ, ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସେ କହିଛନ୍ତି ଯେ, ରାଜନୀତି ହେଉଛି ରାଜନୀତି। ରାଜନେତାମାନେ ଅନେକ କିଛି ଭାବିବେ , ଅନେକ କିଛି କହିବେ। ସେମାନେ ବିଶ୍ୱସନୀୟ ନୁହନ୍ତି। ବେଳେ ବେଳେ ସେମାନେ ନିଜ ମତକୁ ବିରୋଧାଚରଣ କରନ୍ତି। ତେବେ ପ୍ରକୃତ ପ୍ରମାଣ କଣ ? ତାହା ହେଉଛି ସୀମାରେ ଭାରତୀୟ ସେନା ସମ୍ପୂର୍ଣ୍ଣ ସତର୍କ ଅଛି। ଶତ୍ରୁ ରାଷ୍ଟ୍ର ପକ୍ଷରୁ ଯେକୌଣସି କାର୍ଯ୍ୟକାଳାପକୁ ମକାବିଲା ପାଇଁ ଭାରତୀୟ ସୈନ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଏଲଏସିରେ ଯେକୌଣସି ଅନୁପ୍ରବେଶକୁ ଜବାବ ଦେବାକୁ ସେନା ତୟାର ଅଛି। ଏହା ହେଉଛି ଭାରତୀୟ ସେନାର ଦାଇତ୍ୱ ଏବଂ ପ୍ରତିଶ୍ରୁତିବଦ୍ଧ ମଧ୍ୟ ବୋଲି ସେ କହିଛନ୍ତି । ନିକଟରେ ରାହୁଲ ଗାନ୍ଧି କହିଥିଲେ ଯେ, ରାହୁଲ ଗାନ୍ଧି କହିଥିଲେ ଯେ, ଚାଇନା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି, କିନ୍ତୁ ଭାରତ ସରକାର ଶୋଇଛି।
ଚାଇନା ପଟୁ ବିପଦକୁ ଭାରତ ସରକାର ଅଣଦେଖା କରିବାକୁ ଚେଷ୍ଟା କରିଛନ୍ତି। ଚୀନ୍ ୨୦ ଭାରତୀୟ ଯବାନଙ୍କୁ ହତ୍ୟା କରିଛି ଏବଂ ଏହା ଅରୁଣାଚଳପ୍ରଦେଶରେ ଆମ ଯବାନଙ୍କୁ ପିଟିଛି। ରାହୁଲ କହିଛନ୍ତି, ଚୀନ୍ ପଟୁ ବିପଦକୁ ମୁଁ ସ୍ପଷ୍ଟ ଦେଖି ପାରୁଛି। ଯୁଦ୍ଧ ପାଇଁ ଚୀନ୍ ପ୍ରସ୍ତୁତ ହେଉଥିବା ବେଳେ ସରକାର ସଠିକ ରଣନୈତିକ ଉପାୟରେ କାମ କରୁନାହାନ୍ତି। ରାହୁଲ ଶୁକ୍ରବାର ଜୟପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଏହି ଟିପ୍ପଣୀ ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।