ଗୋଆରେ ଅଯୋଧ୍ୟାକୁ ନେଇ ବଡ଼ ଘୋଷଣା କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତାବର୍ଷ ହେବାକୁ ଥିବା ଗୋଆ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ଏଥିପାଇଁ କେଜ୍ରିୱାଲ ଆଜି ଗୋଆରେ ଅଯୋଧ୍ୟାକୁ ନେଇ ଲୋକଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ଗୋଆରେ ଆମ ଆଦମୀ ପାର୍ଟି କ୍ଷମତାକୁ ଆସିଲେ ଅଯୋଧ୍ୟାରେ ରାମଙ୍କ ଦର୍ଶନ ପାଇଁ ମାଗଣା ବ୍ୟବସ୍ଥା କରାଯିବ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି। ଏଥିସହ ସେ କ୍ଷମତାସୀନ ବିଜେପି ଓ ବିରୋଧୀ କଂଗ୍ରେସକୁ ମଧ୍ୟ ସାମଲୋଚନା କରିବାକୁ […]

ak

Hemant Lenka
  • Published: Monday, 01 November 2021
  • , Updated: 01 November 2021, 10:38 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତାବର୍ଷ ହେବାକୁ ଥିବା ଗୋଆ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ଏଥିପାଇଁ କେଜ୍ରିୱାଲ ଆଜି ଗୋଆରେ ଅଯୋଧ୍ୟାକୁ ନେଇ ଲୋକଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ଗୋଆରେ ଆମ ଆଦମୀ ପାର୍ଟି କ୍ଷମତାକୁ ଆସିଲେ ଅଯୋଧ୍ୟାରେ ରାମଙ୍କ ଦର୍ଶନ ପାଇଁ ମାଗଣା ବ୍ୟବସ୍ଥା କରାଯିବ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି। ଏଥିସହ ସେ କ୍ଷମତାସୀନ ବିଜେପି ଓ ବିରୋଧୀ କଂଗ୍ରେସକୁ ମଧ୍ୟ ସାମଲୋଚନା କରିବାକୁ ପଛାଇ ନାହାନ୍ତି।

୨୦୧୭ରେ କେଜ୍ରିୱାଲଙ୍କ ଆପ୍‌ର ଜଣଙ୍କୁ ଛାଡ଼ି ଆଉ ସମସ୍ତ ପ୍ରାର୍ଥୀ ଗୋଆରେ ନିଜର ଅମାନତ ହରାଇଥିଲେ। କିନ୍ତୁ ଏଥିର ଦଳ ଗୋଆରେ ଦିଲ୍ଲୀ ମଡେଲ ଲାଗୁ କରି କ୍ଷମତା ଦଖଲ କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ କେଜ୍ରିୱାଲ ନିଜେ ଘନଘନ ଗୋଆ ଗସ୍ତ କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି।

ଗୋଆରେ ସେ ଆଜି କହିଛନ୍ତି, “ଆମ ନିଯୁକ୍ତି ଗ୍ୟାରେଣ୍ଟି ସ୍କିମରେ ବର୍ତ୍ତମାନ ସୁଦ୍ଧା ୧.୧୨ ଲକ୍ଷ ଲୋକ ପଞ୍ଜୀକରଣ କରିସାରିଛନ୍ତି। ଏହା ଗୋଆର ମୋଟ ପରିବାରର ୨୫ରୁ ୩୦%। ଆମେ ଇଲେକ୍ଟ୍ରିସିଟି ଗ୍ୟାରେଣ୍ଟି ସ୍କିମ କଥା କହିଛୁ। ଏଥିରେ ୨.୯ ଲକ୍ଷ ପରିବାର ପଞ୍ଜୀକରଣ କରିଛନ୍ତି। ଏହା ଏକ ବଡ଼ ସଂଖ୍ୟା।”

ଗୋଆରେ ସବୁ ପ୍ରତିଶ୍ରୁତି ପୂରଣ ପାଇଁ ଟଙ୍କା କେଉଁଠୁ ଆସିବ ବୋଲି ପ୍ରଶ୍ନରେ କେଜ୍ରିୱାଲ କହିଛନ୍ତି, “ଏହି ପ୍ରଶ୍ନର ଉତ୍ତର ସତ୍ୟପାଲ ମଲିକଜୀ ଦେଇ ସାରିଛନ୍ତି। ଗୋଆରେ ଚାଲିଥିବା ଦୁର୍ନୀତି ସମ୍ପର୍କରେ ସେ ଖୋଲାଖୋଲି ମତ ରଖିଛନ୍ତି। ସତ୍ୟପାଲ ମଲିକ କେବଳ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇ ନାହାନ୍ତି ବରଂ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କ ଭୂମିକା ଉପରେ ପ୍ରଶ୍ନ କରିଛନ୍ତି।

ଶ୍ରୀ ମଲିକ ଗୋଆ ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ କହିଥିଲେ। ସତ୍ୟପାଲ ମଲିକ ଜଣେ ଅଭିଜ୍ଞ ଲୋକ। ସେ ଉପର ଠାଉଣିଆ ଭାବେ କୌଣସି କଥା କୁହନ୍ତି ନାହିଁ। ରାଜ୍ୟପାଳଙ୍କ ପାଖରେ ନିଜସ୍ୱ ବ୍ୟବସ୍ଥା ରହିଛି। ସେ ଏହାଦ୍ୱାରା ସବୁ ତଥ୍ୟ ସଂଗ୍ରହ କରନ୍ତି।

୧୯୪୭ ମସିହା ପରଠାରୁ କେବେ ହେଲେ କୌଣସି ରାଜ୍ୟପାଳ ନିଜ ପାର୍ଟିର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏପରି ଦୁର୍ନୀତି ଅଭିଯୋଗ ଆଣି ନଥିଲେ। ବିଜେପି ଖୋଲାଖୋଲି ଭାବେ ନିଜର ଦୁର୍ନୀତି ଜାରି ରଖିଛି।”

ମାଗଣା ବିଜୁଳି ଓ ନିଯୁକ୍ତି ବ୍ୟତୀତ କେଜ୍ରିୱାଲ ଅଯୋଧ୍ୟାରେ ରାମଙ୍କ ଦର୍ଶନ ପାଇଁ ମାଗଣା ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ଯଦି ଆପ କ୍ଷମତାକୁ ଆସିବ, ତା’ହେଲେ ଶ୍ରଦ୍ଧାଳୁଙ୍କୁ ମାଗଣାରେ ଅଯୋଧ୍ୟାରେ ରାମଙ୍କ ଦର୍ଶନର ବ୍ୟବସ୍ଥା କରାଯିବ। ଖ୍ରୀଷ୍ଟିୟାନ ଭାଇ ଓ ଭଉଣୀମାନଙ୍କୁ ଭେଲାନକାନ ଏବଂ ମୁସଲିମାନଙ୍କୁ ଆଜମେର ଶରିଫ ଯିବାର ବ୍ୟବସ୍ଥା ହେବ। ଅନେକ ଲୋକ ସାଇ ବାବାଙ୍କ ଉପରେ ଆସ୍ଥା ରଖିଛନ୍ତି। ସେମାନଙ୍କୁ ଶିରିଡ଼ ମଧ୍ୟ ନିଆଯିବ ବୋଲି ସେ କହିଛନ୍ତି।

Related story