'ଶାହାରୁଖ ଓ ଗୌରୀଙ୍କୁ ଫୋନ୍‌ କରିବା ପାଇଁ କହିଥିଲେ ଆର୍ଯ୍ୟନ୍‌'

ମୁମ୍ବାଇ: ଆର୍ଯ୍ୟନ୍‌ ଖାନ ଡ୍ରଗ୍ସ କେସ୍‌ ମାମଲାରେ ଦିନକୁ ଦିନ ନୂଆ ମୋଡ ସାମ୍ନାକୁ ଆସୁଛି। ନୂଆ ନୂଆ ତଥ୍ୟର ହେଉଛି ଖୁଲାସା। ଆର୍ଯ୍ୟନ୍‌ଙ୍କ ସହ ଏନ୍‌ସିବି ହେପାଜତରେ ସେଲଫି ନେଇଥିବା ବ୍ୟକ୍ତି କିରଣ ଗୋସାଭିଙ୍କ ନାଁରେ ଗତକାଲି ପ୍ରଭାକର ସେଲ୍‌ ସାଙ୍ଘାତିକ ଅଭିଯୋଗ ଆଣିଥିଲା। ସେ ଆର୍ଯ୍ୟନଙ୍କୁ ଛାଡିବା ପାଇଁ ଏନ୍‌ସିବି ସହ ମିଶି କୁଆଡେ ୧୮ କୋଟି ଟଙ୍କାର ଡିଲ୍‌ କରିଥିଲେ। ଏବେ ଏହି ଅଭିଯୋଗର ଉତ୍ତର ରଖିଛନ୍ତି କେପି ଗୋସାଭି। ଇଣ୍ଡିଆ ଟୁଡେର […]

Kp Gosavi And Aryan

Kp Gosavi And Aryan

Madhupriya Mistry
  • Published: Monday, 25 October 2021
  • Updated: 25 October 2021, 03:56 PM IST

Sports

Latest News

ମୁମ୍ବାଇ: ଆର୍ଯ୍ୟନ୍‌ ଖାନ ଡ୍ରଗ୍ସ କେସ୍‌ ମାମଲାରେ ଦିନକୁ ଦିନ ନୂଆ ମୋଡ ସାମ୍ନାକୁ ଆସୁଛି। ନୂଆ ନୂଆ ତଥ୍ୟର ହେଉଛି ଖୁଲାସା। ଆର୍ଯ୍ୟନ୍‌ଙ୍କ ସହ ଏନ୍‌ସିବି ହେପାଜତରେ ସେଲଫି ନେଇଥିବା ବ୍ୟକ୍ତି କିରଣ ଗୋସାଭିଙ୍କ ନାଁରେ ଗତକାଲି ପ୍ରଭାକର ସେଲ୍‌ ସାଙ୍ଘାତିକ ଅଭିଯୋଗ ଆଣିଥିଲା। ସେ ଆର୍ଯ୍ୟନଙ୍କୁ ଛାଡିବା ପାଇଁ ଏନ୍‌ସିବି ସହ ମିଶି କୁଆଡେ ୧୮ କୋଟି ଟଙ୍କାର ଡିଲ୍‌ କରିଥିଲେ। ଏବେ ଏହି ଅଭିଯୋଗର ଉତ୍ତର ରଖିଛନ୍ତି କେପି ଗୋସାଭି।

ଇଣ୍ଡିଆ ଟୁଡେର ଏକ ରିପୋର୍ଟ ଅନୁଯାୟୀ ସେ କହିଛନ୍ତି ଯେ, 'ମୁଁ ଅକ୍ଟୋବର ୬ ଯାଏଁ ମୁମ୍ବାଇରେ ଥିଲି। ୱାଙ୍ଖଡେଙ୍କୁ ମୁଁ ଜାଣିନି। ତାଙ୍କୁ କେବଳ ମୁଁ ଟିଭିରେ ଦେଖିଛି। ୬ ଅକ୍ଟୋବର ପରଠାରୁ ସମୀର ୱାଙ୍ଖଡେଙ୍କ ସହ ମୋର କୌଣସି କଥାବାର୍ତ୍ତା ହୋଇନାହିଁ। ମୁଁ ଏନ୍‌ସିବିର କୌଣସି ବି ପୂର୍ବତନ ରେଡ୍‌ ବା ଚଢ଼ାଉର ଭାଗିଦାରୀ ନୁହେଁ। ମୁଁ ସବୁ ଜିନିଷ ପଢ଼ିବା ପରେ ପଞ୍ଚନାମାରେ ଦସ୍ତଖତ କରିଥିଲି। ମୁଁ ଯେଉଁ ପଞ୍ଚନାମାରେ ଦସ୍ତଖତ କରିଥିଲି ସେଥିରେ ୧୦ ଲୋକଙ୍କ ନାଁ ସାମିଲ ଥିଲା ବୋଲି ସେ କହିଛନ୍ତି।'

ସେ ଆହୁରି କହିଛନ୍ତି, 'ଆର୍ଯ୍ୟନ୍‌ ଖାନ୍‌ ମୋତେ ତାଙ୍କ ମ୍ୟାନେଜରଙ୍କ ସହ କଥା କରାଇଦେବାକୁ କହିଥିଲେ। ତାଙ୍କ ଫୋନ୍‌ ତାଙ୍କ ପାଖରେ ନଥିବାରୁ ଆର୍ଯ୍ୟନ୍‌ ମ୍ୟାନେଜର କିମ୍ବା ବାପା ଶାହାରୁଖ ଅବା ମା' ଗୌରୀଙ୍କୁ ସହ କଥା କରାଇବାକୁ ମୋତେ ଅନୁରୋଧ କରିଥିଲେ। ଆର୍ଯ୍ୟନ୍‌ ମୋତେ ତାଙ୍କ ଘର ଲୋକଙ୍କ ନୁହେଁ ମ୍ୟାନେଜର ପୂଜାଙ୍କ ଫୋନ୍‌ ନମ୍ବର ଦେଇଥିଲେ।  ମୁଁ ପ୍ରଭାକର ସେଲଙ୍କୁ ଜାଣେ, ସେ ମୋ ପାଇଁ କାମ କରୁଥିଲା, କିନ୍ତୁ ସେ ଯେଉଁ ଅଭିଯୋଗ ଆଣିଛି ତାହା ବିଷୟରେ ମୁଁ ଜାଣିନି।'

କେପି ଗୋସାଭି କହିଛନ୍ତି, 'ପ୍ରଭାକର ସହ ମୁଁ ୧୧ ଅକ୍ଟୋବର ଯାଏଁ ସମ୍ପର୍କରେ ଥିଲି। ମୋ ବିରୋଧରେ ପୁଣେରେ କେବଳ ଗୋଟିଏ କେସ୍‌ ରୁଜୁ ହୋଇଥିଲା, କିନ୍ତୁ ହଠାତ ସେହି ପୁରୁଣା କେସ୍‌ ରି-ଓପନ ହୋଇଗଲା। ମୋ ବୁରୋଧରେ ନୋଟିସ୍‌ ଜାରି ହୋଇଗଲା। ମୋ ଜୀବନ ପ୍ରତି ବିପଦ ରହିଛି। ମୋତେ ଜୀବନରେ ମାରି ଦେବାକୁ ଧମକ ଦିଆଯାଇଛି। ଏପରିକି ମୁଁ ଯଦି ଜେଲ୍‌ ଯାଏ ତେବେ ମୋତେ ମାରିଦିଆଯବ ବୋଲି ସେ କହିଛନ୍ତି।'

ସୂଚନା ମୁତାବକ, ଏନ୍‌ସିବିର ସାକ୍ଷୀ ପ୍ରଭାକର ସେଲ୍‌ ଦାବି କରିଥିଲେ ସେ କ୍ରୁଜ ଡ୍ରଗ୍ସ ପାର୍ଟି ଚଢ଼ାଉରେ ଘଟିଥିବା ସମସ୍ତ ଡ୍ରାମାର ମୁକସାକ୍ଷୀ। ସେ କିରଣ ଗୋସାଭି (ଏନ୍‌ସିବି ସାକ୍ଷୀ) ଏବଂ ଶାମ ନାମକ ଜଣେ ବ୍ୟଙ୍କୁ ଏନ୍‌ସିବି ଅଫିସ ନିକଟରେ ଭେଟିଥିବା ଦେଖିଥିଲେ। ଗୋସାଭି ଓ ଶାମ ମିଶି ଶାହାରୁଖଙ୍କ ମ୍ୟାନେଜର ପୂଜା ଦଦଲାନିଙ୍କୁ ନୀଳ ରଙ୍ଗର କାର୍‌ ଭିତରେ ଦେଖା ସାକ୍ଷାତ କରିଥିଲେ।  ଏହାପରେ ୨୫ କୋଟି ଟଙ୍କା ଡିମାଣ୍ଡ କରିଥିଲେ। ପରେ ୧୮ କୋଟି ଟଙ୍କାରେ ଡିଲ୍‌ ଫାଇନାଲ ହୋଇଥିଲା। ଗୋସାଭି କଥିତ ରୂପେ ୧୮ କୋଟି ଟଙ୍କାରୁ ୮ କୋଟି ସମୀର ୱାଙ୍ଖଡେ ଏବଂ ଅନ୍ୟ ଟଙ୍କାକୁ ପରସ୍ପର ଭିତରେ ବାଣ୍ଟିବା ପାଇଁ କହିଥିବା ପ୍ରଭାକର ଅଭିଯୋଗ ଆଣିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos