ଝୁଲିଲା ଆର୍ଯ୍ୟନ୍‌ଙ୍କ ଭାଗ୍ୟ, ପୁଣି କାଲିକୁ ଘୁଞ୍ଚିଲା ଶୁଣାଣି

ମୁମ୍ବାଇ: ଡ୍ରଗ୍ସ କେସ୍‌ ମାମଲାରେ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ମିଳିଲାନି ଆଶ୍ୱସ୍ତି। ତାରିଖ ଉପରେ ତାରିଖ ଯାଉଛି ଗଡି, ହେଲେ ମିଳୁନି ବେଲ୍‌। ପୁଣିଥରେ କାଲିକୁ ଘୁଞ୍ଚିଲା ତାଙ୍କ ଜାମିନ ଆବେଦନର ଶୁଣାଣି। ବମ୍ବେ ହାଇକୋର୍ଟରେ ତାଙ୍କର ଆଜି ଜାମିନ ଆବେଦନର ଶୁଣାଣି ଅସମାପ୍ତ ରହିଛି। ଆସନ୍ତା କାଲି ୩ଟାରେ ଏହି ମାମଲାର ଶୁଣାଣି ହେବ। ଆର୍ଯ୍ୟନ୍‌ଙ୍କୁ ଆହୁରି ଦିନେ ଜେଲ୍‌ରୁ ମୁକୁଳିବା ପାଇଁ ଅପେକ୍ଷା କରିବାକୁ ପଡିପାରେ। ଆର୍ଯ୍ୟନ୍‌, ମୁନ୍‌ମୁନ୍‌ ଧମେଚା ଏବଂ ଅରବାଜ ମର୍ଚ୍ଚାଣ୍ଟଙ୍କ ଜାମିନ […]

Aryan khan-2

Madhupriya Mistry
  • Published: Wednesday, 27 October 2021
  • , Updated: 27 October 2021, 05:54 PM IST

ମୁମ୍ବାଇ: ଡ୍ରଗ୍ସ କେସ୍‌ ମାମଲାରେ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ମିଳିଲାନି ଆଶ୍ୱସ୍ତି। ତାରିଖ ଉପରେ ତାରିଖ ଯାଉଛି ଗଡି, ହେଲେ ମିଳୁନି ବେଲ୍‌। ପୁଣିଥରେ କାଲିକୁ ଘୁଞ୍ଚିଲା ତାଙ୍କ ଜାମିନ ଆବେଦନର ଶୁଣାଣି। ବମ୍ବେ ହାଇକୋର୍ଟରେ ତାଙ୍କର ଆଜି ଜାମିନ ଆବେଦନର ଶୁଣାଣି ଅସମାପ୍ତ ରହିଛି। ଆସନ୍ତା କାଲି ୩ଟାରେ ଏହି ମାମଲାର ଶୁଣାଣି ହେବ।

ଆର୍ଯ୍ୟନ୍‌ଙ୍କୁ ଆହୁରି ଦିନେ ଜେଲ୍‌ରୁ ମୁକୁଳିବା ପାଇଁ ଅପେକ୍ଷା କରିବାକୁ ପଡିପାରେ। ଆର୍ଯ୍ୟନ୍‌, ମୁନ୍‌ମୁନ୍‌ ଧମେଚା ଏବଂ ଅରବାଜ ମର୍ଚ୍ଚାଣ୍ଟଙ୍କ ଜାମିନ ପାଇଁ ତାଙ୍କ ଓକିଲଙ୍କ ତରଫରୁ କୋର୍ଟରେ ଯୁକ୍ତି ସରିଛି। ଆସନ୍ତାକାଲି ଏନ୍‌ସିବି ବିଚାରପତିଙ୍କ ଆଗରେ ନିଜ ପକ୍ଷ ରଖିବ ଏନ୍‌ସିବି। ଘଣ୍ଟେ ଭିତରେ ନିଜ ଯୁକ୍ତି ସାରିବାକୁ ଏନ୍‌ସିବି ତରଫରୁ ଆଡିସନାଲ ସଲିସିଟର ଜେନରାଲ ଅନୀଲ ସିଂ କହିଛନ୍ତି। ତେବେ ଗୁରୁବାର ହିଁ ଆର୍ଯ୍ୟନ୍‌ଙ୍କୁ ଜାମିନ ମିଳିପାରେ ବୋଲି ଆଶା କରାଯାଉଛି।

ଗତକାଲି ଭଳି ଆର୍ଯ୍ୟନ୍‌ ଜାମିନ ଆବେଦନ ମାମଲାର ଶୁଣାଣି ବେଳେ ବମ୍ବେ ହାଇକୋର୍ଟରେ ହାଇଡ୍ରାମା ହୋଇଥିଲା। ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗି ଆର୍ଯ୍ୟନ୍‌ଙ୍କ ଜାମିନ ଦେବା ପାଇଁ କଳେବେଳ କୌଶଲେ ଲାଗି ପଡିଥିବା ବେଳେ ଏନ୍‌ସିବି କିନ୍ତୁ ବିରୋଧ କରୁଛି।

ମୁମ୍ବାଇ କ୍ରୁଜ ରେଭ୍‌ ପାର୍ଟି ମାମଲାରେ ଧରା ପଡିବା ପରେ ଅକ୍ଟୋବର ୨ରେ ଗିରଫ ହୋଇ ମୁମ୍ବାଇର ଆର୍ଥର ରୋଡ ଜେଲରେ ଆର୍ଯ୍ୟନ ଖାନ। ବମ୍ବୋ ହାଇକୋର୍ଟରେ ମଙ୍ଗଳବାର ଠାରୁ ତାଙ୍କ ଜାମିନ ଆବେଦନର ଶୁଣାଣି ଜାରି ରହିଛି। ଏହାପୂର୍ବରୁ ସେସନ୍ କୋର୍ଟ ଏବଂ  ମାଜିଷ୍ଟ୍ରେଟ୍ କୋର୍ଟ ଆର୍ଯ୍ୟନ୍ ଖାନଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରିଦେଇଥିଲେ।  ଆର୍ଯ୍ୟନ୍‌ ଗତ ୨୪ଦିନ ହେଲା ଜେଲ୍‌ରେ ଅଛନ୍ତି।

Related story