ଏମ୍‌ସରେ ଭର୍ତ୍ତି ହେଲେ ଆଶାରାମ ବାପୁ

ନୂଆଦିଲ୍ଲୀ: ଆତ୍ମଘୋଷିତ ଭଗବାନ ଆଶାରାମ ବାପୁଙ୍କୁ ଶନିବାର ଯୋଧପୁରର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍‌ସ )ରେ ଭର୍ତ୍ତି କରାଯାଇଛି। ପରିସ୍ରା ସଂକ୍ରମଣ ଏବଂ ଲିଭର ସମସ୍ୟା ଯୋଗୁ ତାଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି। ୮୦ ବର୍ଷୀୟ ଆଶାରାମ ବାପୁଙ୍କୁ ୪୮ ଘଣ୍ଟା ପର୍ଯ୍ୟନ୍ତ ମେଡିକାଲ ଅବଜରଭେସନରେ ରଖାଯିବ। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଶାରାମ ବର୍ତ୍ତମାନ ଯୋଧପୁର ସେଣ୍ଟ୍ରାଲ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।  ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା […]

Asaram-Bapu

Asaram-Bapu

Tapas Behera
  • Published: Saturday, 06 November 2021
  • Updated: 06 November 2021, 08:17 PM IST

Sports

Latest News

ନୂଆଦିଲ୍ଲୀ: ଆତ୍ମଘୋଷିତ ଭଗବାନ ଆଶାରାମ ବାପୁଙ୍କୁ ଶନିବାର ଯୋଧପୁରର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍‌ସ )ରେ ଭର୍ତ୍ତି କରାଯାଇଛି। ପରିସ୍ରା ସଂକ୍ରମଣ ଏବଂ ଲିଭର ସମସ୍ୟା ଯୋଗୁ ତାଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି। ୮୦ ବର୍ଷୀୟ ଆଶାରାମ ବାପୁଙ୍କୁ ୪୮ ଘଣ୍ଟା ପର୍ଯ୍ୟନ୍ତ ମେଡିକାଲ ଅବଜରଭେସନରେ ରଖାଯିବ।

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଶାରାମ ବର୍ତ୍ତମାନ ଯୋଧପୁର ସେଣ୍ଟ୍ରାଲ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।  ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ତାଙ୍କୁ ନିୟମିତ ଏମ୍‌ସ ଯୋଧପୁରକୁ ଅଣାଯାଉଛି। ୨୦୧୩ରେ ଜଣେ ୧୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ନେଇ ଆଶାରାମଙ୍କ ନାମରେ ଅଭିଯୋଗ ଆସିଥିଲା।

୨୦୧୪ରେ ତାଙ୍କୁ ଗିରଫ କରାଯାଇଥିଲା। ଶନିବାର ଆଶାରାମଙ୍କୁ ଜେଲରୁ ଆଣିବା ବେଳେ ତାଙ୍କ ସମର୍ଥକମାନେ ଗହଳି କରିଥିଲେ। ତାଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଏମସ୍ ଅଣାଯାଇଥିଲା। ଏହି ସୟମରେ ଭିଡ଼କୁ ପୁଲିସୁ ପକ୍ଷରୁ ହଟାଯାଇଥିଲା। ପୂର୍ବରୁ ଚଳିତ ବର୍ଷ ମେ ମାସରେ ଆଶାରାମ ବାପୁଙ୍କୁ କୋଭିଡ ପଜିଟିଭ୍ ହେବା ପରେ ତାଙ୍କୁ ଯୋଧପୁରର ଏମଡିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos