କ୍ୟାପ୍‌ଟେନ୍‌ ଯିବା ପରେ ଚିନ୍ତାରେ ଗେହଲଟ

ଜୟପୁର: କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ତାଙ୍କୁ ଏବେ ନିଜ ଚୌକି ଚିନ୍ତା ଘାରିଛି ବୋଲି କହିଛନ୍ତି ରାଜସ୍ଥାନ ବିଜେପି ଅଧ୍ୟକ୍ଷ ସତୀଶ ପୁନିଆ। ସେ କହିଛନ୍ତି, ପଞ୍ଜାବରେ ଘଟିଥିବା ଘଟଣାକୁ ଦେଖିଲେ ଜଣାପଡ଼ୁଛି ଯେ କଂଗ୍ରେସର ବରିଷ୍ଠ ନେତାମାନଙ୍କର ଦଳ ପ୍ରତି ଥିବା ମୋହ ଭାଙ୍ଗି ଗଲାଣି। କଂଗ୍ରେସ ଦଳ ଭିତରେ ଗଣତନ୍ତ୍ର ନାହିଁ। ଦଳ ଧୂଳିସାତ୍ ହେବାକୁ […]

Ashok Gehlot

Ashok Gehlot

Jitendra Garnayak
  • Published: Monday, 20 September 2021
  • Updated: 20 September 2021, 01:37 PM IST

ଜୟପୁର: କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ତାଙ୍କୁ ଏବେ ନିଜ ଚୌକି ଚିନ୍ତା ଘାରିଛି ବୋଲି କହିଛନ୍ତି ରାଜସ୍ଥାନ ବିଜେପି ଅଧ୍ୟକ୍ଷ ସତୀଶ ପୁନିଆ।

ସେ କହିଛନ୍ତି, ପଞ୍ଜାବରେ ଘଟିଥିବା ଘଟଣାକୁ ଦେଖିଲେ ଜଣାପଡ଼ୁଛି ଯେ କଂଗ୍ରେସର ବରିଷ୍ଠ ନେତାମାନଙ୍କର ଦଳ ପ୍ରତି ଥିବା ମୋହ ଭାଙ୍ଗି ଗଲାଣି। କଂଗ୍ରେସ ଦଳ ଭିତରେ ଗଣତନ୍ତ୍ର ନାହିଁ। ଦଳ ଧୂଳିସାତ୍ ହେବାକୁ ବସିଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଏବେ ନିଜ ଚୌକି ଚିନ୍ତା ଲାଗି ରହିଛି।

ସୂଚନାଯୋଗ୍ୟ, କଂଗ୍ରେସ ବିଧାୟକ ସଚିନ୍ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଚାଲିଥିବା ଟଣାଓଟରା ଆଉ କାହାକୁ ଅଜଣା ନାହିଁ।

ଅନ୍ୟପକ୍ଷରେ କ୍ୟାପ୍‌ଟେନ୍ ଅମରିନ୍ଦର ସିଂହ ଶନିବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦଳର ଜଣେ ସହଯୋଗୀ ଭାବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଟ୍ୱିଟ୍ କରିଥିଲେ।

ସେହି ବାର୍ତ୍ତାରେ ଶ୍ରୀ ଗେହଲଟ ଲେଖିଥିଲେ- ମୋର ଆଶା କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ଏମିତି କିଛି ପଦକ୍ଷେପ ନେବେ ନାହିଁ, ଯାହା କଂଗ୍ରେସ ଦଳକୁ କ୍ଷତି ପହଞ୍ଚାଇବ। କ୍ୟାପ୍‌ଟେନ୍‌ ସାହେବ ନିଜେ କହିଥିଲେ ଯେ ପାର୍ଟି ତାଙ୍କୁ ସାଢ଼େ ୯ ବର୍ଷ ମୁଖ୍ୟମନ୍ତ୍ରୀ କରି ରଖିଥିଲା।

ହାଇକମାଣ୍ଡଙ୍କୁ ଅନେକ ସମୟରେ ବିଧାୟକ ଓ ସାଧାରଣ ଲୋକଙ୍କ ଠାରୁ ମିଳୁଥିବା ମତକୁ ନେଇ ଦଳର ହିତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବାକୁ ହୋଇଥାଏ। ବ୍ୟକ୍ତିଗତ ଭାବେ ମୁଁ ଭାବେ ଯେ ଅନେକ ନେତାଙ୍କ ଆଶାକୁ ଧୂଳିସାତ୍ କରି ହାଇକମାଣ୍ଡ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରନ୍ତି। କିନ୍ତୁ ସେହି ମୁଖ୍ୟମନ୍ତ୍ରୀ ଚୌକି ବଦଳିବା ସମୟରେ ହାଇକମାଣ୍ଡଙ୍କୁ ସମାଲୋଚନା କରିଥା’ନ୍ତି। ଏଭଳି ସମୟରେ ସମସ୍ତେ ନିଜ ଆତ୍ମା କ’ଣ କହୁଛି, ତାହା ଶୁଣିବା ଉଚିତ୍।

ଏବେ ଦେଶ ଫାସିଷ୍ଟ ଶକ୍ତିଙ୍କ ଯୋଗୁଁ ଯେଉଁ ଦିଗରେ ଯାଉଛି, ତାହା ସମସ୍ତ ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ତେଣୁ ଏଭଳି ସମୟରେ ଦେଶର ହିତ ପାଇଁ କଂଗ୍ରେସ ଦଳର ସଦସ୍ୟ ଭାବେ ଆମ ସମସ୍ତଙ୍କର ଦାୟିତ୍ୱ ବଢ଼ିଯାଇଛି। ଦଳ ଠାରୁ ଉପରକୁ ଉଠି ଆମକୁ ଦେଶ ପାଇଁ ଚିନ୍ତା କରିବାକୁ ପଡ଼ିବ।

କ୍ୟାପ୍‌ଟେନ୍‌ ସାହେବ ଦଳର ଜଣେ ସମ୍ମାନନୀୟ ନେତା। ସେ ଆଗକୁ ବି ଦଳର ହିତକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବେ ବୋଲି ଆଶା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos