ରାହୁଲଙ୍କ ପାଇଁ ୨୦୧୪ରେ ହାରିଥିଲା କଂଗ୍ରେସ: ଗୁଲାମ ନବୀ

ନୂଆଦିଲ୍ଲୀ: ଦୀର୍ଘ ୫୦ ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସକୁ ଅଲବିଦା କହିଛନ୍ତି ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ସହ କାମ କରିଥିବା ଗୁଲାମ ନବୀଙ୍କ ଇସ୍ତଫା ପୂରା ଦେଶର ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ସେ ସୋନିଆ ଗାନ୍ଧିଙ୍କ ପାଖକୁ ୫ ପୃଷ୍ଠାର ଚିଠି ଲେଖି କଂଗ୍ରେସରୁ ଇସ୍ତଫା ଦେଇଥିବା କଥା କହିଛନ୍ତି। ଏଥିସହ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବ୍ୟବହାରକୁ ସେ ପିଲାଳିଆମି […]

congress

  • Published: Friday, 26 August 2022
  • , Updated: 26 August 2022, 01:46 PM IST

ନୂଆଦିଲ୍ଲୀ: ଦୀର୍ଘ ୫୦ ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସକୁ ଅଲବିଦା କହିଛନ୍ତି ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ସହ କାମ କରିଥିବା ଗୁଲାମ ନବୀଙ୍କ ଇସ୍ତଫା ପୂରା ଦେଶର ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ସେ ସୋନିଆ ଗାନ୍ଧିଙ୍କ ପାଖକୁ ୫ ପୃଷ୍ଠାର ଚିଠି ଲେଖି କଂଗ୍ରେସରୁ ଇସ୍ତଫା ଦେଇଥିବା କଥା କହିଛନ୍ତି।

ଏଥିସହ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବ୍ୟବହାରକୁ ସେ ପିଲାଳିଆମି ଓ ଅପରିପକ୍ୱ ବୋଲି କହିଛନ୍ତି। ରାହୁଲ ଗାନ୍ଧିଙ୍କ ପାଇଁ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ହାରିଥିଲେ। ଏହା ହିଁ ଦଳର ବିପର୍ଯ୍ୟୟର ମୂଳ କାରଣ ଥିଲା। ରାହୁଲ ଗାନ୍ଧି ଆସିବା ପରେ ଦଳରେ ଥିବା ବିଚାର ବିମର୍ଶ ବ୍ୟବସ୍ଥା ଧ୍ୱଂସ ପାଇଯାଇଥିବା ମଧ୍ୟ ଆଜାଦ କହିବାକୁ ପଛାଇ ନାହାନ୍ତି।

କ’ଣ ସବୁ କହିଛନ୍ତି ଗୁଲାମ ନବୀ ଆଜାଦ

୧-ଦୁର୍ଭାଗ୍ୟବଶତଃ, ରାଜନୀତିରେ ରାହୁଲ ଗାନ୍ଧିଙ୍କ ପ୍ରବେଶ ଓ ବିଶେଷ କରି ୨୦୧୩ ଜାନୁଆରୀରେ ସେ ଯେତେବେଳେ ଆପଣଙ୍କ(ସୋନିଆ ଗାନ୍ଧି)ଙ୍କ ଦ୍ୱାରା ଦଳର ଉପାଧ୍ୟକ୍ଷ ହେଲେ ସେତେବେଳ ଠାରୁ କଂଗ୍ରେସରେ ଥିବା ବିଚାରବିମର୍ଶ ବ୍ୟବସ୍ଥାକୁ ସେ ଧ୍ୱଂସ କରିଦେଇଥିଲେ।

୨-ରାହୁଲ ଗାନ୍ଧିଙ୍କ ବ୍ୟବହାର ଅତ୍ୟନ୍ତ ପିଲାଳିଆମି ଓ ଅପରିପକ୍ୱ। ତାଙ୍କ ଅପରିପକ୍ୱତାର ଉଦାହରଣ ୨୦୧୩ରେ ଦେଖିବାକୁ ମିଳିଥିଲା। ସେ ସର୍ବସମ୍ମୁଖରେ ସରକାରଙ୍କ ଅଧ୍ୟାଦେଶ ଚିରି ସବୁଠାରୁ ବଡ଼ ଭୁଲ କରିଥିଲେ।

୩-ତାଙ୍କ ପିଲାଳିଆ ସଂପୂର୍ଣ୍ଣ ଭାବେ ପ୍ରଧାନମନ୍ତ୍ରୀ ଓ ଭାରତୀୟ ସରକାରଙ୍କ ପ୍ରତି ଅପମାନ ଥିଲା। ଏହି ଗୋଟିଏ ଆଚରଣ ୨୦୧୪ରେ ୟୁପିଏ ପରାଜୟର ପ୍ରମୁଖ କାରଣ ବନିଥିଲା। ରାହୁଲ ଗାନ୍ଧିଙ୍କ ଆଚରଣ ଓ ବ୍ୟବହାର ଦକ୍ଷିଣପନ୍ଥୀ ଗ୍ରୁପ୍‌ର ପ୍ରଚାର ପ୍ରସାରକୁ ଅଧିକ ତ୍ୱରାନ୍ୱିତ କରିବାରେ ସହାୟକ ହୋଇଥିଲା।

୪- ୨୦୧୪ ଯାଏ ଆପଣ(ସୋନିଆ ଗାନ୍ଧି)ଙ୍କ ନେତୃତ୍ୱ ଓ ପରବର୍ତ୍ତୀ ସମୟରେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଅତ୍ୟନ୍ତ ଲଜ୍ଜାଜନକ ଭାବେ ଦୁଇ ଦୁଇଟି ଲୋକସଭା ନିର୍ବାଚନ ହାରିଛି। ୨୦୧୪ରୁ ୨୦୨୨ ମଧ୍ୟରେ ଅନୁଷ୍ଠିତ ୩୯ଟି ବିଧାନସଭା ନିର୍ବାଚନରୁ କଂଗ୍ରେସ ୩୯ଟିରେ ପରାସ୍ତ ହୋଇଛି। ଦଳ ମାତ୍ର ୪ଟି ବିଧାନସଭା ନିର୍ବାଚନ ଜିତିଥିବା ବେଳେ ୬ଟି ସ୍ଥାନରେ ମେଣ୍ଟ କରିବାକୁ ବାଧ୍ୟ ହୋଇଛି। ଆଜିକା ଦିନରେ କଂଗ୍ରେସ କେବଳ ଦୁଇଟି ରାଜ୍ୟରେ ଶାସନ କରୁଥିବା ବେଳେ ଅନ୍ୟ ଦୁଇଟି ସ୍ଥାନରେ ବହୁତ କମ ସଂଖ୍ୟକ ବିଧାୟକଙ୍କୁ ନେଇ ମେଣ୍ଟ ସରକାରରେ ରହିଛି।

୫- ଅନ୍ୟମାନଙ୍କୁ ଦୋଷ ଦେଇ କ୍ରୋଧର ସହ ରାହୁଲ ଗାନ୍ଧି ପଦ ଛାଡ଼ିବା ପରେ ମଧ୍ୟ ଦଳ ପାଇଁ ସବୁ କିଛି କରିଥିବା ବରିଷ୍ଠ ନେତାମାନଙ୍କୁ ଅପମାନିତ କରିଥିଲେ। କଂଗ୍ରେସ ୱାର୍କିଂ କମିଟି ବୈଠକରେ ସେ ସମସ୍ତଙ୍କୁ ଅପମାନିତ କରିବା ପରେ ଆପଣ ଅନ୍ତରୀଣ ଅଧ୍ୟକ୍ଷ ହୋଇଥିଲେ। ଏହି ଅସ୍ଥାୟୀ ଅଧ୍ୟକ୍ଷ ପଦରେ ଆପଣ(ସୋନିଆ ଗାନ୍ଧି) ୩ ବର୍ଷ ହେଲା କାମ କରୁଛନ୍ତି।

ୟୁପିଏ ସରକାରଙ୍କୁ ଯେଉଁଭଳି ଭାବେ ରିମୋଟ କଣ୍ଟ୍ରୋଲ ମୋଡ ବ୍ୟବସ୍ଥା ଧ୍ୱଂସ କରିଥିଲା, ଏବେ ଜାତୀୟ କଂଗ୍ରେସରେ ସେହି ଫର୍ମୁଲା କାର୍ଯ୍ୟକାରୀ ହେଉଛି। ଆପଣ କେବଳ ମୁଖିଆ ପଦରେ ଥିବା ବେଳେ ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରାହୁଲ ଗାନ୍ଧି ନେଉଛନ୍ତି। ତାଙ୍କ ସିକ୍ୟୁରିଟି ଗାର୍ଡ ଓ ପିଏମାନେ ମଧ୍ୟ ଦଳର ନିଷ୍ପତ୍ତି ନେବା ସବୁଠାରୁ ପରିତାପର ବିଷୟରେ ବୋଲି ଆଜାଦ କହିଛନ୍ତି।

୬- ରାହୁଲ ଗାନ୍ଧି କଂଗ୍ରେସର ସବୁ କଥାରେ ମୁଣ୍ଡ ପୂରାଇ ବରିଷ୍ଠ ନେତାମାନଙ୍କୁ କଣୋଠେସା କରିଛନ୍ତି।

Related story