ନ୍ୟାୟପାଳିକାକୁ ସହଯୋଗ କରୁନାହାନ୍ତି ସିବିଆଇ, ଆଇବି: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଝାଡଖଣ୍ଡ ଧାନବାଦର ଅତିରିକ୍ତ ବିଚାରପତି ଉତ୍ତମ ଆନନ୍ଦଙ୍କୁ ହତ୍ୟା କରିବା ମାମଲାର ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍ ଭି ରମନ୍ନା କହିଛନ୍ତି, ତଦନ୍ତରେ ନ୍ୟାୟପାଳିକାକୁ ସହଯୋଗ କରୁନାହାନ୍ତି ସିବିଆଇ, ଗୁଇନ୍ଦା ଅଧିକାରୀ (ଆଇବି)। ବିଚାରପତି ତଦନ୍ତ ପାଇଁ ସୁପାରିଶ କରିବା ପରେ ବି ଜବାବ ମିଳୁନି। ତେଣୁ ଏବାବଦରେ ସବିଶେଷ କାରଣ ଜଣାଇବା ପାଇଁ ବିଚାରପତି ସିବିଆଇକୁ ସମନ କରିଛନ୍ତି। ଆସନ୍ତା ସୋମବାର କୋର୍ଟରେ ହାଜର ହୋଇ ସିବିଆଇ ଏହି ପ୍ରସଙ୍ଗର ଉତ୍ତର […]

NV-RAMANNA

NV-RAMANNA

Subhransu Sekhar
  • Published: Friday, 06 August 2021
  • Updated: 06 August 2021, 02:07 PM IST

Sports

Latest News

ନୂଆଦିଲ୍ଲୀ: ଝାଡଖଣ୍ଡ ଧାନବାଦର ଅତିରିକ୍ତ ବିଚାରପତି ଉତ୍ତମ ଆନନ୍ଦଙ୍କୁ ହତ୍ୟା କରିବା ମାମଲାର ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍ ଭି ରମନ୍ନା କହିଛନ୍ତି, ତଦନ୍ତରେ ନ୍ୟାୟପାଳିକାକୁ ସହଯୋଗ କରୁନାହାନ୍ତି ସିବିଆଇ, ଗୁଇନ୍ଦା ଅଧିକାରୀ (ଆଇବି)। ବିଚାରପତି ତଦନ୍ତ ପାଇଁ ସୁପାରିଶ କରିବା ପରେ ବି ଜବାବ ମିଳୁନି। ତେଣୁ ଏବାବଦରେ ସବିଶେଷ କାରଣ ଜଣାଇବା ପାଇଁ ବିଚାରପତି ସିବିଆଇକୁ ସମନ କରିଛନ୍ତି। ଆସନ୍ତା ସୋମବାର କୋର୍ଟରେ ହାଜର ହୋଇ ସିବିଆଇ ଏହି ପ୍ରସଙ୍ଗର ଉତ୍ତର ରଖିବେ।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତଙ୍କ ଖଣ୍ଡପୀଠ ଉପରେ ପ୍ରତିକ୍ରିୟା ରଖି ସେ ଏପରି କହିଛନ୍ତି। କିଛି ମାମଲାରେ ଗ୍ୟାଙ୍ଗଷ୍ଟର ଏବଂ ହାଇ ପ୍ରୋଫାଇଲ୍ ଅଭିଯୁକ୍ତ ଜଡିତ ରହିଛନ୍ତି। ସେମାନେ ବିଚାରପତିଙ୍କୁ ଶାରୀରିକ ତଥା ମାନସିକ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଯଦି ଲୋକଙ୍କୁ ସୁହାଇଲା ଭଳି ନ୍ୟାୟ ନମିଳୁଛି ତାହେଲେ ବିଚାରପତିଙ୍କୁ ବଦନାମ କରିବା ପାଇଁ ନୂଆ ଧାରା ସୃଷ୍ଟି ହୋଇଛି।  ଏଥିପାଇଁ ସୋଶାଲ ମିଡିଆ ପ୍ଲାଟଫର୍ମକୁ ବ୍ୟବହାର କରାଯାଉଛି।

ପ୍ରଧାନ ବିଚାରପତି କହିଛନ୍ତି ଯେ ରାଜ୍ୟରେ କୋଇଲା ମାଫିଆଙ୍କ ଉପସ୍ଥିତି ରହିଛି। ହେଲେ ରାଜ୍ୟ ସରକାର ଜାଣି ନାହାନ୍ତି ସେମାନଙ୍କର ପୃଷ୍ଠଭୂମି। ଏପରି କହିବା ପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ବିଚାରପତିଙ୍କୁ ଭୟଭୀତ କରିବାର ଅନେକ ଘଟଣା ଘଟିଛି। ଏବେ ନ୍ୟାୟିକ ଅଧିକାରୀଙ୍କ ସୁରକ୍ଷା ପାଇଁ ସରକାର କି କି ପଦକ୍ଷେପ ନେଇଛନ୍ତି ତା ଉପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦାଖଲ କରିବାକୁ ପ୍ରଧାନ ବିଚାରପତି କହିଛନ୍ତି।

ତେବେ ଏହି ସମୟରେ ଝାଡଖଣ୍ଡ ସରକାର କହିଛନ୍ତି, ଏହି ମାମଲାର ତଦନ୍ତ ପାଇଁ ସିବିଆଇକୁ ସୁପାରିଶ କରାଯାଇଛି। ସରକାର ଏହି ମାମଲାରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଝାଡଖଣ୍ଡ ସରକାର କହିଛନ୍ତି।

ସୂଚନାଯୋଗ୍ୟ, ଝାଡ଼ଖଣ୍ଡ ଧାନବାଦ ଜିଲ୍ଲା କୋର୍ଟର ଅତିରିକ୍ତ ବିଚାରପତି ଉତ୍ତମ ଆନନ୍ଦ ହତ୍ୟାର ଶିକାର ହୋଇଛନ୍ତି। ଏହାକୁ ଦୁର୍ଘଟଣା ବୋଲି ପ୍ରଥମେ କୁହାଯାଉଥିଲା ପରେ ଏହା ହତ୍ୟା ବୋଲି ଜଣାପଡ଼ିଛି। ଜୁଲାଇ ୨୮ରେ ଜଷ୍ଟିସ ଉତ୍ତମ ଆନନ୍ଦ ସକାଳୁ ଧାନବାଦର କୋଲ ସିଟିରେ ପ୍ରାତଃ ଭ୍ରମଣ କରୁଥିଲେ। ଏହି ସମୟରେ ପଛ ଆଡୁ ଏକ ଅଟୋ ରିକ୍ସା ଆସି ତାଙ୍କୁ ଧକ୍କା ଦେଇଥିଲା। ପରେ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos