ମା’ର ଶବ ପାଖରେ ଉପାସରେ ୨ ଦିନ କାଟିଲା ଦେଢ଼ ମାସର ଶିଶୁ, କରୋନା ଭୟରେ କେହି ଛୁଇଁଲେନି

ପୁଣେ: କରୋନା ମହାମାରୀ ସମୟରେ ପୁଣିଥରେ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ମା’ ଦୁଇ ଦିନ ହେଲା ପ୍ରାଣ ହରାଇଥିଲେ ହେଁ କଅଁଳ ଶିଶୁଟିଏ ସେମିତି ଭୋକ ଉପାସରେ ଶବ ପାଖରେ ବସି ରହିଥିଲା। ହେଲେ କରୋନା ଭୟରେ କେହି ଶିଶୁଟିକୁ ଛୁଇଁ ନଥିଲେ। ଶେଷରେ ପୁଲିସ୍‌ ତା’ର ମହାନତା ଦେଖାଇ ଶିଶୁଟିକୁ ଉଦ୍ଧାର କରିଛି। ମହାରାଷ୍ଟ୍ରର ପୁଣେରେ ଏପରି ଏକ ଘଟଣା ଘଟିଛି। ପୁଣେର ପିମପିର ଛିଞ୍ଚିୱାଡାରେ ଥିବା ଗୋଟିଏ ଘରର କବାଟ […]

Baby

Hemant Lenka
  • Published: Friday, 30 April 2021
  • , Updated: 30 April 2021, 08:58 PM IST

ପୁଣେ: କରୋନା ମହାମାରୀ ସମୟରେ ପୁଣିଥରେ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ମା’ ଦୁଇ ଦିନ ହେଲା ପ୍ରାଣ ହରାଇଥିଲେ ହେଁ କଅଁଳ ଶିଶୁଟିଏ ସେମିତି ଭୋକ ଉପାସରେ ଶବ ପାଖରେ ବସି ରହିଥିଲା। ହେଲେ କରୋନା ଭୟରେ କେହି ଶିଶୁଟିକୁ ଛୁଇଁ ନଥିଲେ। ଶେଷରେ ପୁଲିସ୍‌ ତା’ର ମହାନତା ଦେଖାଇ ଶିଶୁଟିକୁ ଉଦ୍ଧାର କରିଛି। ମହାରାଷ୍ଟ୍ରର ପୁଣେରେ ଏପରି ଏକ ଘଟଣା ଘଟିଛି।

ପୁଣେର ପିମପିର ଛିଞ୍ଚିୱାଡାରେ ଥିବା ଗୋଟିଏ ଘରର କବାଟ ପୁଲିସ୍‌ ଭାଙ୍ଗିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। କବଟା ଭାଙ୍ଗିବା ପରେ ଜଣେ ମହିଳାଙ୍କ ଶବ ତଳେ ପଡ଼ିଥିବା ବେଳେ ଏହା ପାଖରେ ଗୋଟିଏ ଦେଢ଼ ମାସର ଶିଶୁ ବସି କାନ୍ଦୁଥିବା ଦେଖିବାକୁ ମିଳିଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମହିଳା ଜଣଙ୍କ ଦୁଇ ଦିନ ତଳୁ ପ୍ରାଣ ହରାଇଛନ୍ତି। ଏହାର ଅର୍ଥ ୧୮ ମାସର ଶିଶୁଟି ଦୁଇ ଦିନ ହେଲା ସେମିତି ଅଖିଆ ଅପିଆ ଶବ ପାଖରେ ବସିଛି। ଶିଶୁର ଏପରି ଅବସ୍ଥା ଦେଖି ପୁଲିସ୍‌ ବିଚଳିତ ହୋଇଥିଲେ ହେଁ ପଡ଼ୋଶୀମାନେ କରୋନା ଭୟରେ ତା’କୁ ଛୁଇଁ ନଥିଲେ।

ଶେଷରେ କନଷ୍ଟେବଲ ଶୁଶିଲା ଗାଭାଲେ ଓ ରେଖା ୱାଜେ ଶିଶୁଟିକୁ ନିଜ ହେପାଜତକୁ ନେଇ ଖାଇବାକୁ ଦେଇଥିଲେ। ଶୁଶିଲା କହିଛନ୍ତି, “ମୋର ମଧ୍ୟ ଦୁଇଟି ଛୁଆ ଅଛନ୍ତି। ଜଣେ ୬ ବର୍ଷର ଓ ଜଣେ ୮ ବର୍ଷର। ଏହି ଶୁଶୁଟି ମୋ ନିଜ ପିଲା ଭଳି। ତା’କୁ କ୍ଷୀର ଦେବା କ୍ଷଣି ସେ ଶୀଘ୍ର ଏହାକୁ ପିଇ ଦେଇଥିଲା। ଅର୍ଥାତ ସେ ଭୋକିଲା ରହିଥିଲା।”

ଶୁଶୁଲାଙ୍କ ସହଯୋଗୀ ରେଖା ମଧ୍ୟ ଶିଶୁଟିର ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆମେ ଶିଶୁଟିକୁ ଡାକ୍ତରଙ୍କ ପାଖକୁ ନେବା ବେଳେ ତା’ ଶରୀରରେ ସାମାନ୍ୟ ଜ୍ୱର ଥିଲା। ଡାକ୍ତର ଶିଶୁଟିକୁ ଠିକ୍‌ ଭାବେ ଖାଇବା ଦେବାକୁ କହିଛନ୍ତି। ତା’କୁ ପାଣି ଓ ବିସ୍କୁଟ ଦେବା ପରେ କରୋନା ଟେଷ୍ଟ ପାଇଁ ସରକାରୀ ହସ୍ପିଟାଲକୁ ନେଇଥିଲୁ। ତା’ର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ଏବେ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁଟି ଚିକିତ୍ସିତ ହେଉଥିବା ରେଖା କହିଛନ୍ତି।

ଅନ୍ୟପକ୍ଷରେ ମହିଳାଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ଆସିନାହିଁ। ତେଣୁ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ମହିଳାଙ୍କ ସ୍ୱାମୀ ଉତ୍ତର ପ୍ରଦେଶକୁ କାମ କରିବାକୁ ଯାଇଛି। ସେ ଆସିବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆଗକୁ ବଢ଼ାଇବ ବୋଲି କହିଛି।

Related story