ବୃନ୍ଦାବନ ମନ୍ଦିର କରିଡର ତିଆରିକୁ ପ୍ରତିବାଦ, ରକ୍ତରେ ଲେଖିଲେ ୧୦୮ ଚିଠି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ବୃନ୍ଦାବନର ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିର ଚାରିପଟେ କରିଡତ ତିଆରି କରିବା ପ୍ରସ୍ତାକୁ ବିରୋଧରେ ଚାଲିଥିବା ପ୍ରତିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ସ୍ଥାନୀୟ ଲୋକେ ଏକାଠି ହୋଇ ରାସ୍ତା ଉପରେ ବସି ବିରୋଧ ପ୍ରଦର୍ଶନ କରିଛନ୍ତି। ମଙ୍ଗଳବାର ଏହି ପ୍ରତିବାଦ ତୀବ୍ର ରୂପ ନେଇଛି। ମନ୍ଦିର ପୂଜକ, ବେପାରୀ ଓ ସ୍ଥାନୀୟ ଲୋକେ ପ୍ରସ୍ତାବିତ ପ୍ରକଳ୍ପ ନକ୍ସାର କପି ଜାଳି ଦେଇଛନ୍ତି। ପ୍ରତିବାଦକାରୀମାନେ ପ୍ରସ୍ତାବିତ ପ୍ରକଳ୍ପକୁ ପ୍ରତ୍ୟାହାର କରି […]

letters-in-blood

Madhupriya Mistry
  • Published: Wednesday, 18 January 2023
  • , Updated: 18 January 2023, 12:13 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ବୃନ୍ଦାବନର ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିର ଚାରିପଟେ କରିଡତ ତିଆରି କରିବା ପ୍ରସ୍ତାକୁ ବିରୋଧରେ ଚାଲିଥିବା ପ୍ରତିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ସ୍ଥାନୀୟ ଲୋକେ ଏକାଠି ହୋଇ ରାସ୍ତା ଉପରେ ବସି ବିରୋଧ ପ୍ରଦର୍ଶନ କରିଛନ୍ତି। ମଙ୍ଗଳବାର ଏହି ପ୍ରତିବାଦ ତୀବ୍ର ରୂପ ନେଇଛି। ମନ୍ଦିର ପୂଜକ, ବେପାରୀ ଓ ସ୍ଥାନୀୟ ଲୋକେ ପ୍ରସ୍ତାବିତ ପ୍ରକଳ୍ପ ନକ୍ସାର କପି ଜାଳି ଦେଇଛନ୍ତି।

ପ୍ରତିବାଦକାରୀମାନେ ପ୍ରସ୍ତାବିତ ପ୍ରକଳ୍ପକୁ ପ୍ରତ୍ୟାହାର କରି ବୃନ୍ଦାବନର ଐତିହ୍ୟକୁ ରକ୍ଷା କରିବା ଲାଗି ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟକୁ ଏଥିପାଇଁ ରକ୍ତରେ ଲିଖିତ ୧୦୮ଟି ଚିଠି ପଠାଇଛନ୍ତି।

ସେପଟେ ଧାରଣା ଯୋଗୁ ଲଗାତର ୩ ଦିନ ଧରି ମନ୍ଦିର ନିକଟରେ ଥିବା ବଜାର ସବୁ ବନ୍ଦ ରହିଛି। ବାଙ୍କେବିହାରୀ ବଣିକ ସଂଘର ସଭାପତି ଅମିତ ଗୌତମ କହିଛନ୍ତି, ଆମେ ସୁପ୍ରିମ୍ କୋର୍ଟଙ୍କଠାରୁ କ୍ଷତି ପୂରଣ ଚାହୁଁଛୁ। ବୃନ୍ଦାବନର ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ଅନୁରୋଧ କରି ପ୍ରଧାନମନ୍ତ୍ରୀ ମ‌ୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିକଟକୁ ରକ୍ତରେ ଲିଖିତ ପ୍ରାୟ ୧୦୮ଟି ଚିଠି ପଠାଯାଇଛି।

ଧାରଣାରେ ବସିଥିବା ଅନ୍ୟତମା ସ୍ଥାନୀୟ ବାସିନ୍ଦା କହିଛନ୍ତି, କରିଡର୍ ନିର୍ମାଣ କେବଳ ବୃନ୍ଦାବନର ଐତିହ୍ୟକୁ ନଷ୍ଟ କରିବ ନାହିଁ, ଆମେ ବି ବାସହରା ହୋଇଯିବୁ। ଆମକୁ ବରବାଦ କରିବା ପାଇଁ ଉଦ୍ୟମ ଚାଲିଥିବା ବେଳେ କେମିତି ଅମେ ଚୁପ୍ ହୋଇ ବସିବୁ? ବୋଲି ସେ ପ୍ରଶ୍ନ କରିଛନ୍ତି।

ଜାନୁଆରି ୨୩ ତାରିଖ ଦିନ ସୁପ୍ରିମ୍ କୋର୍ଟ ଏହି ମାମଲାର ଶୁଣାଣି କରିବେ ବୋଲି ପ୍ରତିବାଦକାରୀମାନେ କହିଛନ୍ତି।

Related story