ଝୁଲନ୍ତା ଅବସ୍ଥାରେ ମିଳିଲା ବିଜେପି କର୍ମୀଙ୍କ ମୃତଦେହ, ପରିବାର ଆଣିଲେ ହତ୍ୟା ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ପୂର୍ବ ବର୍ଦ୍ଧମାନ ଜିଲ୍ଲା କଲନାରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। ଆଜି ମଧ୍ୟାହ୍ନ ସମୟରେ ଜଣେ ବିଜେପି କର୍ମୀଙ୍କ ମୃତଦେହ ଝୁଲାନ୍ତ ଅବସ୍ଥାରେ ଗୋଟିଏ ଗଛରୁ ଉଦ୍ଧାର କରାଯାଇଛି। ମୃତକ ବିଜେପି କର୍ମୀ ଜଣଙ୍କ ହେଲେ ଅଖିଲ ପରମାଣିକ। ତାଙ୍କୁ ଶାସକ ଟିଏମସିର ଗୁଣ୍ଡାମାନେ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏପ୍ରିଲ ୧୭ ତାରିଖ ୫ମ ପର୍ଯ୍ୟାୟ ଭୋଟିଂ […]

BJP

Hemant Lenka
  • Published: Monday, 19 April 2021
  • , Updated: 19 April 2021, 01:29 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ପୂର୍ବ ବର୍ଦ୍ଧମାନ ଜିଲ୍ଲା କଲନାରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। ଆଜି ମଧ୍ୟାହ୍ନ ସମୟରେ ଜଣେ ବିଜେପି କର୍ମୀଙ୍କ ମୃତଦେହ ଝୁଲାନ୍ତ ଅବସ୍ଥାରେ ଗୋଟିଏ ଗଛରୁ ଉଦ୍ଧାର କରାଯାଇଛି। ମୃତକ ବିଜେପି କର୍ମୀ ଜଣଙ୍କ ହେଲେ ଅଖିଲ ପରମାଣିକ। ତାଙ୍କୁ ଶାସକ ଟିଏମସିର ଗୁଣ୍ଡାମାନେ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏପ୍ରିଲ ୧୭ ତାରିଖ ୫ମ ପର୍ଯ୍ୟାୟ ଭୋଟିଂ ପରେ ଅଖିଲଙ୍କୁ ଟିଏମସି ପକ୍ଷରୁ ବାରମ୍ବାର ଧମକ ମିଳୁଥିଲା। ଏସବୁ ଭିତରେ ଆଜି କଲ୍ୟାଣପୁର ଅନ୍ତର୍ଗତ କମରା ପଡ଼ା ଅଞ୍ଚଳରୁ ତାଙ୍କ ଝୁଲାନ୍ତ ମୃତଦେହ ମିଳିଛି। ପରମାଣିକ ଗତକାଲି ଠାରୁ ଘରକୁ ନ ଫେରିବାରୁ ପରିବାର ଲୋକ ତାଙ୍କୁ ଖୋଜିବା ପାଇଁ ବାହାରିଥିଲେ।

ପ୍ରଥମେ ସେ ଗୋଟିଏ ଗଛ ତଳେ ଛିଡ଼ା ହୋଇଥିବା ପରିବାର ଲୋକ ଦେଖି ତାଙ୍କ ପାଖକୁ ଦୌଡ଼ି ଯାଇଥିଲେ। ହେଲେ ପାଖରେ ପହଞ୍ଚିଲା ବେଳକୁ ତାଙ୍କ ବେକ୍‌ରେ ଦଉଡ଼ି ବନ୍ଧା ଯାଇଥିବା ଦେଖିଥିଲେ।

ବିଜେପିର କଲନା ବିଧାନସଭାର ପ୍ରାର୍ଥୀ ବିଶ୍ୱଜିତ କୁଣ୍ଡ ଏହି ଘଟଣା ପଛରେ ଟିଏମସିର ହାତ ଥିବା କହିଛନ୍ତି। ସେ କହିଛନ୍ତି, ଟିଏମସି ଏଠାରେ ହାରିବାକୁ ଯାଉଛି। ଖାସ ସେହି କାରଣ ପାଇଁ ସେମାନେ ବିଜେପି କର୍ମୀଙ୍କୁ ହତ୍ୟା କରି ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି। ପରମାଣିକ ବିଜେପିରେ ସାମିଲ ହୋଇଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛି। ମୃତଦେହ ମିଳିବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଶବକୁ ଜବତ କରି ଏବେ ପୁଲିସ୍‌ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Related story