ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଆତ୍ମହତ୍ୟା କରିବା ପାଇଁ ଅଜବ ଟେକ୍ନିକ୍ ଆପଣାଇଛନ୍ତି। ସେ ନିଜ କାର୍ ଭିତରେ ବିଷାକ୍ତ ଗ୍ୟାସ୍ ଭର୍ତ୍ତି କରି ଆତ୍ମହତ୍ୟା କରିଛନ୍ତି । ଗ୍ୟାସ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଛି। ଆତ୍ମହତ୍ୟା ପୂର୍ବରୁ ଇଞ୍ଜିନିୟର କାଗଜରେ ଏକ ମେସେଜ ଲେଖି ନିଜ କାର ବାହାରେ ଲଗାଇଥିଲେ। କାଗଜରେ ଲେଖାଥିଲା- 'କେବଳ ପୁଲିସ କାରର କବାଟ ଖୋଲିବା ଉଚିତ, କାରଣ ଭିତରେ ବିଷାକ୍ତ ଗ୍ୟାସ ଅଛି।'
ସୂଚନା ମୁତାବକ, ବେଙ୍ଗାଲୁରୁର ମହାଲକ୍ଷ୍ମୀ ଲେଆଉଟ୍ର ୫୨ ବର୍ଷୀୟ ସଫ୍ଟୱେୟାର ଇଞ୍ଜିନିୟର ବିଜୟ କୁମାର ଦୀର୍ଘ ଦିନ ହେବ ହୃଦୟ ସମ୍ବନ୍ଧୀୟ ରୋଗରେ ଆକ୍ରାନ୍ତ ଥିଲେ। ଏଥିଯୋଗୁ ସେ ଡିପ୍ରେସପନରେ ରହୁଥିଲେ। ସୁ-ସାଇଟ୍ ନୋଟ୍ରେ ସେ ନିଜ ରୋଗ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ବିଜୟ।
ପୁଲିସ କହିବା ମୁତାବକ, ବିଜୟ କୁମର ସୋମବାର ଅଫିସ ଯିବା ପାଇଁ ଘରୁ ବାହାରିଥିଲେ । କିନ୍ତୁ ସେ ଅଫିସ ଯିବା ବଦଳରେ ଏକ ପାର୍କ ନିକଟରେ ନିଜ କାର୍ ପାର୍କିିଂ କରିଥିଲେ। ରାସ୍ତାରେ ସେ ନାଇଟ୍ରୋଜେନ୍ ଗ୍ୟାସ୍ ସିଲିଣ୍ଡର କିଣିଥିଲେ। ଏହାପରେ କାର୍ର ସବୁ କାଚ ବନ୍ଦ କରିବା ସହ ତାକୁ ବେଡ୍ସିଟ୍ରେ ଢ଼ାଙ୍କି ଦେଇଥିଲେ। କେବଳ ସେତିକି ନୁହେଁ ସେ ନିଜ ମୁହଁକୁ ଏକ ପଲିଥିନରେ ମଧ୍ୟ ଗୁଡାଇ ଦେଇଥିଲେ। ଫଳରେ ଶ୍ୱାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ଘଟିଛି।
କିଛି ଲୋକ ବିଜୟ କୁମାରଙ୍କ ବେଡ୍ସିଟ୍ରେ ଢ଼ାଙ୍କି ହୋଇଥିବା କାର୍କୁ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ କାର୍ କବାଟ ଖୋଲିବା ପରେ ବିଜୟଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବିଜୟଙ୍କ ମୃତଦେହଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।