ଇଣ୍ଟ୍ରାନାଜାଲ କରୋନା ଟିକାର ଫେଜ ୩ ଟ୍ରାଏଲ କରିବ ଭାରତ ବାୟୋଟେକ!

ନୂଆଦିଲ୍ଲୀ: ମହାମାରୀ ବିରୋଧରେ କୋଭାକ୍ସିନ ଟିକା ତିଆରି କରିଥିବା ଭାରତ ବାୟୋଟେକ ଏବେ ଆଉ ଏକ ବଡ଼ ପଦକ୍ଷେପ ନେଇଛି। ଏବେ ଭାରତରେ ଇଣ୍ଟ୍ରାନାଜାଲ କରୋନା ଟିକାର ଫେଜ ୩ ଟ୍ରାଏଲ କରିବାକୁ କମ୍ପାନୀ ଅନୁମତି ଲୋଡ଼ିଛି। ଯଦି ଡିସିଜିଆଇ ଏଥିପାଇଁ ଅନୁମତି ଦେବ, ତା’ହେଲେ ଭାରତରେ ପ୍ରଥମଥର ପାଇଁ ଏପରି ଇଣ୍ଟ୍ରାନାଜାଲ ଟିକାର ପରୀକ୍ଷଣ ଆରମ୍ଭ ହେବ। ଏହି ଇଣ୍ଟ୍ରାନାଜାଲ କରୋନା ଟିକା ଭାରତରେ ବୁଷ୍ଟର ଡୋଜ୍‌ ଭାବେ କାମ କରିବ। ଇଞ୍ଜେକସନ ତୁଳନାରେ ଇଣ୍ଟ୍ରାନାଜାଲ […]

Vaccine

Hemant Lenka
  • Published: Monday, 20 December 2021
  • , Updated: 20 December 2021, 09:20 PM IST

ନୂଆଦିଲ୍ଲୀ: ମହାମାରୀ ବିରୋଧରେ କୋଭାକ୍ସିନ ଟିକା ତିଆରି କରିଥିବା ଭାରତ ବାୟୋଟେକ ଏବେ ଆଉ ଏକ ବଡ଼ ପଦକ୍ଷେପ ନେଇଛି। ଏବେ ଭାରତରେ ଇଣ୍ଟ୍ରାନାଜାଲ କରୋନା ଟିକାର ଫେଜ ୩ ଟ୍ରାଏଲ କରିବାକୁ କମ୍ପାନୀ ଅନୁମତି ଲୋଡ଼ିଛି। ଯଦି ଡିସିଜିଆଇ ଏଥିପାଇଁ ଅନୁମତି ଦେବ, ତା’ହେଲେ ଭାରତରେ ପ୍ରଥମଥର ପାଇଁ ଏପରି ଇଣ୍ଟ୍ରାନାଜାଲ ଟିକାର ପରୀକ୍ଷଣ ଆରମ୍ଭ ହେବ।

ଏହି ଇଣ୍ଟ୍ରାନାଜାଲ କରୋନା ଟିକା ଭାରତରେ ବୁଷ୍ଟର ଡୋଜ୍‌ ଭାବେ କାମ କରିବ। ଇଞ୍ଜେକସନ ତୁଳନାରେ ଇଣ୍ଟ୍ରାନାଜାଲ ଟିକା ଅତି ସହଜରେ ଲୋକଙ୍କୁ ଦିଆଯାଇ ପାରିବ। ଭାରତ ବାୟୋଟେକ ଦ୍ୱିତୀୟ କମ୍ପାନୀ ଭାବେ ଭାରତରେ ନାଜାଲ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ଆବେଦନ କରିଛି।

ଏହି ଇଣ୍ଟ୍ରାନାଜାଲ କରୋନା ଟିକା ଓମିକ୍ରନ ଜନିତ ସଂକ୍ରମଣ ଉପରେ ବ୍ରେକ ଲଗାଇ ପାରିବ ବୋଲି ସମସ୍ତେ ଆଶା କରିଛନ୍ତି। କମ୍ପାନୀ ପକ୍ଷରୁ ଏହାକୁ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର ପାଇଁ ଆବେଦନ କରାଯାଇଛି। କାରଣ ବର୍ତ୍ତମାନ ଶେଷ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହେବାକୁ ଯାଉଛି।

ଭାରତରେ ବର୍ତ୍ତମାନ କୋଭାକ୍ସିନ, କୋଭିସିଲ୍ଡ ଓ ସ୍ପୁଟନିକ ଭିର ବ୍ୟବହାର କରାଯାଇଛି। ଭାରତ ବାୟୋଟେକ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ କୋଭାକ୍ସିନ ଟିକା ତିଆରି କରିଛି। ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଜରୁରିକାଳୀନ ବ୍ୟବହାର ତାଲିକାରେ ସ୍ଥାନ ଦେଇଛି।

Related story