ବିଏଚ୍ୟୁରେ ଇଫତାର୍ ପାର୍ଟି ବେଳେ ଜୋରଦାର୍ ହଙ୍ଗାମା
ନୂଆଦିଲ୍ଲୀ: ଇଫତାର ପାର୍ଟିରେ ଜୋରଦାର ହଙ୍ଗାମା। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ ଦ୍ୱାରା ଆୟୋଜିତ ଇଫତାର ପାର୍ଟିରେ ଛାତ୍ରମାନେ ହଙ୍ଗାମା କରିଛନ୍ତି। ଏଥିସହ କୁଳପତିଙ୍କ କୁଶ ପୁତଳିକା ମଧ୍ୟ ଦାହ କରିଛନ୍ତି।
ଛାତ୍ରଙ୍କ କହିବାକୁ ମୁତାବକ, ବିଏଚ୍ୟୁରେ ଗତ ୫ ବର୍ଷ ହେବ ଇଫତାର ପାର୍ଟିର ଆୟୋଜନ ହୋଇନଥିଲା। ପ୍ରଥମ ଥର ପାଇଁ ଏହିଭଳି ପାର୍ଟିର ଆୟୋଜନ କରାଯାଇଥିଲା। ତେବେ ଏହି ପାର୍ଟିରେ ବିଶ୍ୱବିଦ୍ୟାଳୟରେ ଧାର୍ମିକ ମତଭେନକୁ ନେଇ କଳହ ସୃଷ୍ଟି ହୋଇଥିଲା। ଏକ ନିର୍ଦ୍ଧିଷ୍ଟ ଧର୍ମର ବାର୍ତ୍ତା ପ୍ରଚାର କରାଯାଉଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି। ଏଥିପାଇଁ ଏହାକୁ ସେମାନେ ବିରୋଧ କରିବା ସହ ଏଭଳି ଇଫତାର ପାର୍ଟି ଆୟୋଜନ କରିବାକୁ ହେଲେ ଜାମିଆ ଅବା ଜେଏନ୍ୟୁ ଯିବାକୁ କୁଳପତିଙ୍କୁ ସେମାନେ କହିଛନ୍ତି।
ସୂଚନା ମୁତାବକ, କୁଳପତି ବିଏଚ୍ୟୁର ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଏହି ଇଫତାର ପାର୍ଟିର ଆୟୋଜନ କରିଥିଲେ। ଏନେଇ ଛାତ୍ରଛାତ୍ରୀମାନେ ଜାଣିବାକୁ ପାଇବା ପରେ ଏହି ପାର୍ଟିକୁ ନେଇ ପ୍ରବଳ ବିରୋଧ କରିବା ଆରମ୍ଭ କରି ଦେଇଥିଲେ। ଛାତ୍ରଛାତ୍ରୀମାନେ କୁଳପତିଙ୍କ ବିରୋଧରେ ନାରାବାଜି କରିବା ସହ ତାଙ୍କ କୁଶପୁତଳିକା ଦାହ କରିଥିଲେ।
उत्तर प्रदेश: BHU में कुलपति द्वारा इफ्तार पार्टी के आयोजन पर छात्रों ने हंगामा कर कुलपति का पुतला फूंका।
एक छात्र ने बताया, "विश्वविद्यालय में पिछले 5 साल से इफ्तार का आयोजन नहीं हुआ। पहली बार इसका आयोजन हुआ। विश्वविद्यालय द्वारा मजहबी रंग देने का प्रयास हो रहा है।" (27.04) pic.twitter.com/kYrXQon7YB
— ANI_HindiNews (@AHindinews) April 28, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।