ବିଧାନ ପରିଷଦ ନିର୍ବାଚନ: ୨୪ରୁ ୧୩ ଆସନରେ ଜିତିଲା ଏନଡିଏ

ପାଟନା: ବିହାର ବିଧାନ ପରିଷଦ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏର ଦବଦବା ଦେଖିବାକୁ ମିଳିଛି। ରାଜ୍ୟ ୨୪ଟି ବିଧାନ ପରିଷଦ ଆସନରୁ ଏନଡିଏ ୧୩ଟିରେ ବାଜିମାତ କରିଛି। ବିରୋଧୀ ଆରଜେଡି ପାଖକୁ କେବଳ ୬ଟି ଆସନ ଯାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀମାନେ ୪ଟିରେ ଜିତିଛନ୍ତି। କଂଗ୍ରେସ ଖାତକୁ ମାତ୍ର ଗୋଟିଏ ଆସନ ଯାଇଛି। ବିହାର ବିଧାନ ପରିଷଦ ନିର୍ବାଚନରେ ବିଜେପି, ଜେଡିୟୁ ଓ ଆରଏଲଜେପି ମେଣ୍ଟ କରିଥିଲେ। ବିଜେପି ୧୨ଟି ସ୍ଥାନରେ ପ୍ରାର୍ଥୀ ଦେଇଥିବା ବେଳେ ଜେଡିୟୁ […]

BJP

Hemant Lenka
  • Published: Friday, 08 April 2022
  • , Updated: 08 April 2022, 10:15 AM IST

ପାଟନା: ବିହାର ବିଧାନ ପରିଷଦ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏର ଦବଦବା ଦେଖିବାକୁ ମିଳିଛି। ରାଜ୍ୟ ୨୪ଟି ବିଧାନ ପରିଷଦ ଆସନରୁ ଏନଡିଏ ୧୩ଟିରେ ବାଜିମାତ କରିଛି। ବିରୋଧୀ ଆରଜେଡି ପାଖକୁ କେବଳ ୬ଟି ଆସନ ଯାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀମାନେ ୪ଟିରେ ଜିତିଛନ୍ତି। କଂଗ୍ରେସ ଖାତକୁ ମାତ୍ର ଗୋଟିଏ ଆସନ ଯାଇଛି।

ବିହାର ବିଧାନ ପରିଷଦ ନିର୍ବାଚନରେ ବିଜେପି, ଜେଡିୟୁ ଓ ଆରଏଲଜେପି ମେଣ୍ଟ କରିଥିଲେ। ବିଜେପି ୧୨ଟି ସ୍ଥାନରେ ପ୍ରାର୍ଥୀ ଦେଇଥିବା ବେଳେ ଜେଡିୟୁ ୧୧ ଓ ଆରଏଲଜେପି ପ୍ରାର୍ଥୀ ଗୋଟିଏ ଆସନରେ ନାମାଙ୍କନ ଭରିଥିଲେ। ଏବେ ଏନଡିଏ ଜିତିଥିବା ୧୩ ଆସନ ମଧ୍ୟରୁ ବିଜେପି ୭, ଜେଡିୟୁ ୫ ଓ ଆରଏଲଜେପି ଗୋଟିଏ ଆସନରେ ବାଜିମାତ କରିଛି।

ଜାତିଗତ ରାଜନୀତି ବିହାର ନିର୍ବାଚନରେ ବେଶ ଗୁରୁତ୍ୱ ବହନ କରିଥାଏ। ବିଧାନ ପରିଷଦରେ ମଧ୍ୟ ସେଭଳି କିଛି ଦେଖିବାକୁ ମିଳିଛି। ଏମଏଲସି ନିର୍ବାଚନର ଅଧିକାଂଶ ଆସନରେ ଭୂମିହର ଓ ରାଜପୁତ ପ୍ରାର୍ଥୀ ଜିତିଛନ୍ତି। ୨୪ଟି ଆସନରୁ ଭୂମିହର ପ୍ରାର୍ଥୀ ୬ଟି ଓ ରାଜପୁତ ପ୍ରାର୍ଥୀ ୬ଟି ସ୍ଥାନରେ ବାଜିମାତ କରିଛନ୍ତି।

ସେହିପରି ୨୪ଟି ଆସନ ମଧ୍ୟରୁ କୌଣସି ସ୍ଥାନରେ ମୁସଲିମ କିମ୍ବା ଦଳିତ ବର୍ଗର ପ୍ରାର୍ଥୀ ଜିତି ପାରି ନାହାନ୍ତି। ୨୪ଟି ଆସନରେ ମୋଟ ୧୮୫ ଜଣ ପ୍ରାର୍ଥୀ ରହିଥିଲେ। ୧.୩୪ ଭୋଟର ଗୁରୁବାର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥିଲେ।

Related story