ଅଜବ ହର୍ଣ୍ଣ ଲଗାଇ ଚର୍ଚ୍ଚାରେ ଟ୍ରକ୍‌ ଚାଳକ, ଗଡ଼କରୀଙ୍କୁ ଜଣାଇଲେ ଲୋକେ

ଭୋପାଳ: ମ୍ୟୁଜିକ ବାଜିଲା ଆଉ ରାସ୍ତାରେ ନାଚି ଉଠିଲେ ବାଇକ ଚାଳକ ଓ ଯାତ୍ରୀ ।  ଡିଜେର ମ୍ୟୁଜିକ ତାଳେ ତାଳେ ନୁହେଁ ବରଂ ଏକ ଟ୍ରକର ହର୍ଣ୍ଣ ଶୁଣି ଏମିତି ନାଚିଲେ ଯୁବଗୋଷ୍ଠୀ। ଟ୍ରକକୁ ଯିବାକୁ ବି ରାସ୍ତା ଦେଇନଥିଲେ ଯୁବଗୋଷ୍ଠୀ । ନାଗିନ୍‌ ହର୍ଣ୍ଣର ତାଳେ ତାଳେ ନାଚିଲେ ରାସ୍ତାରେ ଗଡ଼ିଲେ ଆଉ ଭିଡିଓ ବି କଲେ । ଟ୍ରକ ଚାଳକ ମଧ୍ୟ କିଛି ସମୟ ପାଇଁ ଏହି ହର୍ଣ୍ଣ ବଜାଇ ରାସ୍ତାରେ ଛିଡ଼ା […]

truck

truck

Tapas Behera
  • Published: Thursday, 14 July 2022
  • Updated: 14 July 2022, 09:14 AM IST

Sports

Latest News

ଭୋପାଳ: ମ୍ୟୁଜିକ ବାଜିଲା ଆଉ ରାସ୍ତାରେ ନାଚି ଉଠିଲେ ବାଇକ ଚାଳକ ଓ ଯାତ୍ରୀ ।  ଡିଜେର ମ୍ୟୁଜିକ ତାଳେ ତାଳେ ନୁହେଁ ବରଂ ଏକ ଟ୍ରକର ହର୍ଣ୍ଣ ଶୁଣି ଏମିତି ନାଚିଲେ ଯୁବଗୋଷ୍ଠୀ। ଟ୍ରକକୁ ଯିବାକୁ ବି ରାସ୍ତା ଦେଇନଥିଲେ ଯୁବଗୋଷ୍ଠୀ । ନାଗିନ୍‌ ହର୍ଣ୍ଣର ତାଳେ ତାଳେ ନାଚିଲେ ରାସ୍ତାରେ ଗଡ଼ିଲେ ଆଉ ଭିଡିଓ ବି କଲେ । ଟ୍ରକ ଚାଳକ ମଧ୍ୟ କିଛି ସମୟ ପାଇଁ ଏହି ହର୍ଣ୍ଣ ବଜାଇ ରାସ୍ତାରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଲା ।  ସାଧାରଣ ହର୍ଣ୍ଣ ପରିବର୍ତ୍ତେ  ଏହି ଟ୍ରକ ଚାଳକ ନିଜ ଟ୍ରକରେ ମ୍ୟୁଜିକାଲ ହର୍ଣ୍ଣ ସିଷ୍ଟମ ଲଗାଇଛନ୍ତି ।

https://twitter.com/neelkantbakshi/status/1546707996998344704?s=20&t=Y0ioiKw9gfMAFrXOnzE2Tg

ଯାହାର ସାଇଡ ଇଫେକ୍ଟ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଟ୍ରକର ହର୍ଣ୍ଣ ଏବଂ ହର୍ଣ୍ଣ ସହ ବାଇକରଙ୍କ ନାଗିନ୍‌ ଡ୍ୟାନ୍ସ ଏବେ ଖୁବ୍‌ ଭାଇରାଲ ହେଉଛି । ଭିଡିଓରେ ଯାହା ଦୃଶ୍ୟମାନ ହେଉଛି କୌଣସି ବାଇକ୍ ଚାଳକ ହେଲମେଟ ପିନ୍ଧି ନାହାନ୍ତି। ଏମିତି କି ଗୋଟିଏ ବାଇକରେ ୩ ଜଣ ଯାତ୍ରା କରୁଥିବା ନଜର ଆସିଛନ୍ତି। କିନ୍ତୁ ସେମାନେ ଟ୍ରକ୍‌ର ହର୍ଣ୍ଣ ତାଳେ ତାଳେ ମତୁଆଲା ହୋଇ ନାଚୁଥିବା ଦେଖାଦେଇଛି। ଏହି ଯୁବକମାନେ ଟ୍ରକ୍‌ଟିକୁ ଅଟକାଇ ନାଚିବା ଆମରଙ୍ କରଥିଲେ। ସେମାନଙ୍କ ମଧ୍ୟରୁ ଜଣେ ରାସ୍ତରା ଗଡ଼ି ଯାଉଥିବ ଲକ୍ଷ୍ୟ କରାଯାଇଛି।

ଏପରିକି ଜଣେ ଟୁଇଟର ୟୁଜର୍ସ କେନ୍ଦ୍ର ସଡ଼କ-ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଟାଗ୍‌ କରି ଲେଖିଛନ୍ତି , ଏହା ହେଉଛି ମ୍ୟୁଜିକାଲ ହର୍ଣ୍ଣର ସାଇଡ ଇଫେକ୍ଟ। ସୂଚନା ଅନୁସାରେ ଭାଇରାଲ ହେଉଥିବା ଏହି ଭିଡିଓ ମଧ୍ୟପ୍ରଦେଶ ଇନ୍ଦୋରର । କିଛି ପର୍ଯ୍ୟଟକ ଟୁର୍‌ କଲାବେଳେ ଏମିତି ଏକ ଟ୍ରକ ସହ ସାମ୍ନା ସାମ୍ନି ହୋଇଥିଲେ । ମେଘୁଆ ପାଗର ମଜା ନେବାକୁ ପର୍ଯ୍ୟଟକମାନେ ଏମିତି ନାଚୁଥିବା କଥା କୁହାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos