କାମୁଡ଼ିବା ପରେ ଦୁଇ ଘଣ୍ଟା କାଳ ଶିଶୁକନ୍ୟାର ବେକରେ ଗୁଡ଼ାଇ ହୋଇ ରହିଲା କୋବ୍ରା

ମୁମ୍ବାଇ: ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ମହାରାଷ୍ଟ୍ରର ୱାର୍ଦ୍ଧା ଠାରେ ଜଣେ ୬ ବର୍ଷ ଝିଅ ସହ ଏପରି ଘଟଣା ଘଟିଛି। ଗୋଟିଏ କୋବ୍ରା ତାଙ୍କୁ ବାରମ୍ବାର କାମୁଡ଼ିବା ପରେ ଦୀର୍ଘ ୨ ଘଣ୍ଟା କାଳ ତାଙ୍କ ବେକରେ ଗୁଡ଼ାଇ ହୋଇ ରହିଥିଲା। କୋବ୍ରା ଶିଶୁ ଶରୀରରୁ ଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ୪ ଦିନ କାଳ ସଙ୍କାଟପନ୍ନ ରହିବା ପରେ ଆଜି ସେ ସଂପୂର୍ଣ୍ଣ ଭାବେ ବିପଦ […]

sanke

Hemant Lenka
  • Published: Wednesday, 15 September 2021
  • , Updated: 16 September 2021, 11:23 AM IST

ମୁମ୍ବାଇ: ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ମହାରାଷ୍ଟ୍ରର ୱାର୍ଦ୍ଧା ଠାରେ ଜଣେ ୬ ବର୍ଷ ଝିଅ ସହ ଏପରି ଘଟଣା ଘଟିଛି। ଗୋଟିଏ କୋବ୍ରା ତାଙ୍କୁ ବାରମ୍ବାର କାମୁଡ଼ିବା ପରେ ଦୀର୍ଘ ୨ ଘଣ୍ଟା କାଳ ତାଙ୍କ ବେକରେ ଗୁଡ଼ାଇ ହୋଇ ରହିଥିଲା। କୋବ୍ରା ଶିଶୁ ଶରୀରରୁ ଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତାଙ୍କ ଅବସ୍ଥା ୪ ଦିନ କାଳ ସଙ୍କାଟପନ୍ନ ରହିବା ପରେ ଆଜି ସେ ସଂପୂର୍ଣ୍ଣ ଭାବେ ବିପଦ ମୁକ୍ତ ହୋଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ପୂରା ଘଟଣାର ଲୋମହର୍ଷକାରୀ ଭିଡିଓ ବିଭିନ୍ନ ସୋଶାଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ମଧ୍ୟ ଲାଗିଛି।

ଭିଡିଓ ଅନୁସାରେ, ବିଶାଳ କାୟ କୋବ୍ରାଟି ୬ ବର୍ଷୀୟ ପୂର୍ବା ଗଡ଼କରୀଙ୍କ ବେକରେ ସଂପୂର୍ଣ୍ଣ ଭାବେ ଗୁଡ଼ାଇ ହୋଇ ରହିଛି। ପୂର୍ବା ଭୟରେ ନିଜ ଡାହରଣ ପଟକୁ ଆଖି ବୁଜି ନିସ୍ତେଜ ଅବସ୍ଥାରେ ପଡ଼ି ରହିଛନ୍ତି।

ତାଙ୍କ ପରିବାର ଲୋକ ପୂର୍ବାଙ୍କୁ ସାପା କାମୁଡ଼ାରୁ ବର୍ତ୍ତିବା ପାଇଁ ସଂପୂର୍ଣ୍ଣ ଭାବେ ନିସ୍ତେଜ ହୋଇ ରହିବାକୁ ପରାମର୍ଶ ଦେଉଥିବା ଶୁଣିବାକୁ ମିଳୁଛି। ଏପରି ଅବସ୍ଥାରେ ପୂର୍ବା ପ୍ରାୟ ୨ ଘଣ୍ଟା କାଳ ବେଡ୍‌ ପଡ଼ି ରହିଥିଲେ।

ସାପଟି ଦୀର୍ଘ ୨ ଘଣ୍ଟା ପରେ ଧରୀରେ ଧୀରେ ପୂର୍ବାଙ୍କ ଶରୀର ଛାଡ଼ିବା ଆରମ୍ଭ କରିଥିଲା। କିନ୍ତୁ ଏହି ସମୟରେ ପୂର୍ବା ହଲଚଲ ହେବାରୁ ସାପଟି ତାଙ୍କ ବାହୁକୁ ପୁଣିଥରେ କାମୁଡ଼ି ଦେଇଥିଲା। ସାପଟି ଯିବା ପରେ ପୂର୍ବାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ଏବେ ଚିକିତ୍ସା ପରେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି।

Related story