ଭୋଟିଂ ବେଳେ ୧୪୪ ଧାରା ଲାଗୁ କରିବାକୁ ଦାବି କଲା ବିଜେପି

କୋଲକାତା: ଆସନ୍ତା ୩୦ ତାରିଖରେ ପଶ୍ଚିମବଙ୍ଗର ଗୁରୁତ୍ୱପୂର୍ଣ୍ଣ ଭବାନୀପୁର ଆସନ ପାଇଁ ଉପନିର୍ବାଚନ ହେବ। ଆଜି ପ୍ରଚାରର ଶେଷ ଦିନରେ ଉତ୍ତେଜନା ପ୍ରକାଶ ପାଇବାରୁ ବିଜେପି ୧୪୪ ଧାରା ଲାଗୁ କରିବାକୁ ଦାବି କରିଛି। ଆଜି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷ ପ୍ରଚାର କରୁଥିବା ବେଳେ ଟିଏମସି କର୍ମୀମାନେ ତାଙ୍କୁ ଠେଲା ପେଲା କରିଥିଲେ। ଏହାପରେ ଦିଲୀପଙ୍କ ସୁରକ୍ଷାକର୍ମୀମାନେ ସର୍ବସମ୍ମୁଖରେ ବିରୋଧ କରୁଥିବା ଲୋକଙ୍କୁ ବନ୍ଧୁକ ଦେଖାଇଥିଲେ। ଏହାକୁ ନେଇ ରାଜନୀତିକ ବୟାନବାଜୀ ଚାଲିଥିବା ବେଳେ […]

BJP1

Hemant Lenka
  • Published: Monday, 27 September 2021
  • , Updated: 27 September 2021, 08:58 PM IST

କୋଲକାତା: ଆସନ୍ତା ୩୦ ତାରିଖରେ ପଶ୍ଚିମବଙ୍ଗର ଗୁରୁତ୍ୱପୂର୍ଣ୍ଣ ଭବାନୀପୁର ଆସନ ପାଇଁ ଉପନିର୍ବାଚନ ହେବ। ଆଜି ପ୍ରଚାରର ଶେଷ ଦିନରେ ଉତ୍ତେଜନା ପ୍ରକାଶ ପାଇବାରୁ ବିଜେପି ୧୪୪ ଧାରା ଲାଗୁ କରିବାକୁ ଦାବି କରିଛି। ଆଜି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷ ପ୍ରଚାର କରୁଥିବା ବେଳେ ଟିଏମସି କର୍ମୀମାନେ ତାଙ୍କୁ ଠେଲା ପେଲା କରିଥିଲେ।

ଏହାପରେ ଦିଲୀପଙ୍କ ସୁରକ୍ଷାକର୍ମୀମାନେ ସର୍ବସମ୍ମୁଖରେ ବିରୋଧ କରୁଥିବା ଲୋକଙ୍କୁ ବନ୍ଧୁକ ଦେଖାଇଥିଲେ। ଏହାକୁ ନେଇ ରାଜନୀତିକ ବୟାନବାଜୀ ଚାଲିଥିବା ବେଳେ ବିଜେପିର ଗୋଟିଏ ପ୍ରତିନିଧି ମଣ୍ଡଳ କୋଲକାତାରେ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି। ଏହି ସମୟରେ ବିଜେପି ପକ୍ଷରୁ ୩୦ ତାରିଖ ମତଦାନ ବେଳେ ସଂପୂର୍ଣ୍ଣ ଭବାନୀପୁରରେ ୧୪୪ ଧାରା ଲାଗୁ କରିବାକୁ ଦାବି କରାଯାଇଛି। ସେହିପରି କେନ୍ଦ୍ରୀୟ ଫୋର୍ସକୁ ମୁତୟନ କରିବାକୁ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଜେପି କହିଛି।

ଏଠାରେ ବିଜେପି ପ୍ରିୟଙ୍କା ତେବ୍ରିୱାଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ସାମ୍ନାରେ ଅଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ହେଲେ ମମତାଙ୍କୁ ଏହି ଉପ ନିର୍ବାଚନରେ ଯେମିତି ହେଲେ ଜିତିବାକୁ ପଡ଼ିବ। ଏଥିପାଇଁ ଟିଏମସି ଜୋରାଦାର ପ୍ରଚାର କରୁଛି। ବିଜେପି ମଧ୍ୟ ମମତାଙ୍କୁ ଝଟକା ଦେବାକୁ ଅଣ୍ଟା ଭିଡ଼ିଛି।

ଆଜି ପ୍ରଚାର ସମୟରେ ଉତ୍ତେଜନା ସୃଷ୍ଟି ହେବାରୁ ବିଜେପି ନେତା ସ୍ୱପ୍ନ ଦାସଗୁପ୍ତାଙ୍କ ନେତୃତ୍ୱରେ ଗୋଟିଏ ପ୍ରତିନିଧି ମଣ୍ଡଳ କୋଲକାତାରେ ଥିବା ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ। ଦାସଗୁପ୍ତାଙ୍କ ବ୍ୟତୀତ ଏହି ପ୍ରତିନିଧି ମଣ୍ଡଳରେ ଶିଶର ବାଜୋରିଆ ଓ ପ୍ରତାପ ବାନାର୍ଜୀ ରହିଥିଲେ। ସେମାନେ ଭୋଟିଂ ବେଳେ ବୁଥ ମଧ୍ୟରେ କେନ୍ଦ୍ରୀୟ ସୁରକ୍ଷା ବଳର ମୁତୟନ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଛନ୍ତି।

ଏଥିସହ ପଶ୍ଚିମବଙ୍ଗ ପୁଲିସ୍‌କୁ ଭବାନୀପୁରର ସୁରକ୍ଷା ବ୍ୟବସ୍ଥାରେ ହସ୍ତକ୍ଷେପ ନ କରିବାକୁ ନିର୍ଦ୍ଦେଶ ଦେବାକୁ ପରାମର୍ଶ ଦେଇଛନ୍ତି। ଏହାପୂର୍ବରୁ ସେପ୍ଟେମ୍ବର ୨୩ରେ କୋଲକାତା ପୁଲିସ୍ର ଡିସିପି(ସାଉଥ) ବିଜେପି ପ୍ରାର୍ଥୀ ପ୍ରିୟଙ୍କାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କୁ ଚିଠି ଲେଖାଯାଇଥିଲା।

Related story