୨୪ ପାଇଁ ପ୍ରସ୍ତୁତି, ଆଜିଠୁ ଦିଲ୍ଲୀରେ ଚାଲିବ ବିଜେପିର ମାନସମନ୍ଥନ

ନୂଆଦିଲ୍ଲୀ: ଆଜିଠାରୁ ରାଜଧାନୀ ଦିଲ୍ଲୀରେ ବିଜେପିର ଚାଲିବ ମାନସମନ୍ଥନ। କାରଣ ଦୁଇ ଦିନ ଧରି ବସିବାକୁ ଯାଉଛି ବିଜେପିର ଜାତୀୟ କାର୍ଯ୍ୟକାରୀଣି ବୈଠକ। ଏଥିରେ ଓଡ଼ିଶାରୁ ଯୋଗ ଦେବେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏବଂ ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ପ୍ରମୁଖ। ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ସାରା ଦେଶରେ ରୋଡମ୍ୟାପ୍ ପ୍ରସ୍ତୁତି ଚଳାଇଛି। ଏହି ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା […]

Modi

Madhupriya Mistry
  • Published: Monday, 16 January 2023
  • , Updated: 16 January 2023, 08:36 AM IST

ନୂଆଦିଲ୍ଲୀ: ଆଜିଠାରୁ ରାଜଧାନୀ ଦିଲ୍ଲୀରେ ବିଜେପିର ଚାଲିବ ମାନସମନ୍ଥନ। କାରଣ ଦୁଇ ଦିନ ଧରି ବସିବାକୁ ଯାଉଛି ବିଜେପିର ଜାତୀୟ କାର୍ଯ୍ୟକାରୀଣି ବୈଠକ। ଏଥିରେ ଓଡ଼ିଶାରୁ ଯୋଗ ଦେବେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏବଂ ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ପ୍ରମୁଖ।

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ସାରା ଦେଶରେ ରୋଡମ୍ୟାପ୍ ପ୍ରସ୍ତୁତି ଚଳାଇଛି। ଏହି ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହେବ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି। ତ୍ରୁଣମୂଳ ସ୍ତରରୁ ସଂଗଠନକୁ ମଜଭୁତ କରିବା, ଦୁର୍ବଳ ଥିବା ସଂସଦୀୟ କ୍ଷେତ୍ରରେ ଦଳକୁ ଅଧିକ ମଜଭୁତ କରିବା ପାଇଁ ଆଲୋଚନା ହେବ।

ଏହି ବୈଠକରେ ସାରା ଦେଶରୁ ପ୍ରାୟ ୩୫୦ ପଦାଧିକାରୀ ସାମିଲ ହେବ। ଏହି ଅବସରରେ ଆଜି ବିଜେପି ଏକ ରୋଡ୍ ଶୋ’ ମଧ୍ୟ କରିବ, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ। ଏହି ରୋଡ୍ ଶୋ’ ଦିଲ୍ଲୀର ପଟେଲ ଛକ ଠାରୁ ଅରମ୍ଭ କରି ଏନ୍‌ଡିଏମ୍‌ସିର ବିଲ୍ଡିଂ ଯାଏଁ ଯିବ। ଏଥିସହ ବିଜେପି ୨୪ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବ ବୋଲି ଜଣାପଡ଼ିଛି।

Related story