ହର ଘର ତ୍ରିରଙ୍ଗା: ଦଳୀୟ କାର୍ଯ୍ୟାଳୟରେ ବିଜେପି ବିକ୍ରି କରୁଛି ଜାତୀୟ ପତାକା

ଲକ୍ଷ୍ନୌ: ସ୍ୱାଧୀନତାର ଅମୃତ ମହୋତ୍ସବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩ରୁ ୧୫ ତାରିଖ ଯାଏ ହର ଘର ତ୍ରିରଙ୍ଗା ଅଭିଯାନର ଆହ୍ୱାନ ଦେଇଛନ୍ତି। ଏହି ସମୟରେ ସମସ୍ତଙ୍କୁ ନିଜ ନିଜ ଘରେ ଜାତୀୟ ପତାକା ଉଡ଼ାଇବାକୁ ସେ କହିଛନ୍ତି। କେନ୍ଦ୍ର ସରକାରଙ୍କ ପରାମର୍ଶ ପରେ ଦେଶ ବ୍ୟାପୀ ହର ଘର ତ୍ରିରଙ୍ଗା ଯାତ୍ରା ଆରମ୍ଭ କରାଯାଇଛି। ଏସବୁ ଭିତରେ ଉତ୍ତର ପ୍ରଦେଶରୁ ଆସିଛି ସାଂଘାତିକ ଚିତ୍ର। ଏଠାରେ ଜିଲ୍ଲା କାର୍ଯ୍ୟାଳୟରେ ବିଜେପି କର୍ମୀମାନେ ତ୍ରିରଙ୍ଗା ବିକ୍ରି […]

bJP

  • Published: Friday, 12 August 2022
  • , Updated: 12 August 2022, 08:56 AM IST

ଲକ୍ଷ୍ନୌ: ସ୍ୱାଧୀନତାର ଅମୃତ ମହୋତ୍ସବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩ରୁ ୧୫ ତାରିଖ ଯାଏ ହର ଘର ତ୍ରିରଙ୍ଗା ଅଭିଯାନର ଆହ୍ୱାନ ଦେଇଛନ୍ତି। ଏହି ସମୟରେ ସମସ୍ତଙ୍କୁ ନିଜ ନିଜ ଘରେ ଜାତୀୟ ପତାକା ଉଡ଼ାଇବାକୁ ସେ କହିଛନ୍ତି। କେନ୍ଦ୍ର ସରକାରଙ୍କ ପରାମର୍ଶ ପରେ ଦେଶ ବ୍ୟାପୀ ହର ଘର ତ୍ରିରଙ୍ଗା ଯାତ୍ରା ଆରମ୍ଭ କରାଯାଇଛି।

ଏସବୁ ଭିତରେ ଉତ୍ତର ପ୍ରଦେଶରୁ ଆସିଛି ସାଂଘାତିକ ଚିତ୍ର। ଏଠାରେ ଜିଲ୍ଲା କାର୍ଯ୍ୟାଳୟରେ ବିଜେପି କର୍ମୀମାନେ ତ୍ରିରଙ୍ଗା ବିକ୍ରି କରୁଛନ୍ତି। ଉତ୍ତର ପ୍ରଦେଶର ହାପୁର ଜିଲ୍ଲାର ବିଜେପି କାର୍ଯ୍ୟାଳୟରେ କର୍ମକର୍ତ୍ତାମାନେ ଷ୍ଟଲ ଲଗାଇ ୨୦ ଟଙ୍କାରେ ଗୋଟିଏ ଲେଖାଏ ତ୍ରିରଙ୍ଗା ବିକୁଥିବା ଦୃଶ୍ୟ ସାମ୍ନାକୁ ଆସିଛି।

ହାପୁର ଜିଲ୍ଲାରେ ଥିବା ବିଜେପି କାର୍ଯ୍ୟାଳୟକୁ ୧୦୦୦ ତ୍ରିରଙ୍ଗା ବିକ୍ରି କରିବାକୁ ନିର୍ଦ୍ଦେଶ ରହିଛି। ଏହା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮୫୦ଟି ଜାତୀୟ ପତାକା ବିକ୍ରି ସରିଲାଣି। ଏବେ ଆଉ ୧୫୦ ତ୍ରିରଙ୍ଗା ବିକ୍ରି କରାଯିବାର ଅଛି। ପତାକା ବିକ୍ରି ପାଇଁ ବିଜେପି ଅଫିସରେ ବ୍ୟାନର ଲଗା ଯାଇଛି। ଏଥିରେ ‘ପତାକା ବିକ୍ରି’ କେନ୍ଦ୍ର ଲେଖା ଯାଇଛି। ସେହିପରି ବିଜେପି ଜିଲ୍ଲା ଅଧ୍ୟକ୍ଷ ଉମେଶ ରାଣା ନିଜେ ଏହାକୁ ଷ୍ଟଲ ଲଗାଇ ବିକ୍ରି କରୁଛନ୍ତି।

ଉମେଶ ରାଣା କହିଛନ୍ତି, “ଆମକୁ ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ୧୦୦୦ ତ୍ରିରଙ୍ଗା ବିକ୍ରି କରିବାକୁ ନିର୍ଦ୍ଦେଶ ଆସିଛି। ଆମେ ଇତି ମଧ୍ୟରେ ପ୍ରାୟ ୮୫୦ ତ୍ରିରଙ୍ଗା ବିକ୍ରି କରି ସାରିଲୁଣି। ବାକି ୧୫୦ ଆଜି କିମ୍ବା କାଲି ମଧ୍ୟରେ ସରିଯିବ।”

କେବଳ ହାପୁର ନୁହେଁ, ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ଥିବା ବିଜେପି କାର୍ଯ୍ୟାଳୟରେ ତ୍ରିରଙ୍ଗା ବିକ୍ରି କରାଯାଉଛି। ମୀରଟରେ ଥିବା ବିଜେପିର ଆଞ୍ଚଳିକ କାର୍ଯ୍ୟାଳୟରେ ଫୁଲ ସହ ତ୍ରିରଙ୍ଗା ବିକ୍ରି କରାଯାଉଥିବା ପୋଷ୍ଟର ଲଗାଯାଇଛି।

ବିଜେପିର ଏପରି ପତାକା ବିକ୍ରିର ଭିଡିଓ ଶେୟାର କରି ସମାଜବାଦୀ ନେତା ଅଖିଲେଶ ଯାଦବ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ବିଜେପିର କାର୍ଯ୍ୟାଳୟ ଏବେ ତ୍ରିରଙ୍ଗା ବିକ୍ରି ଦୋକାନ ପାଲଟି ଯାଇଛି। ତ୍ରିରଙ୍ଗା ପାଇଁ କେତେ ଜିଏସ୍‌ଟି ଦେବାକୁ ପଡ଼ିବ ବିଜେପି କହୁ।”

Related story