ଗୌହାଟି: ଆସାମରେ ହୋଇଥିବା ପୌର ନିର୍ବାଚନ୍ରେ ବିଜେପିର କ୍ଲିନ୍ ସୁଇପ୍। କଂଗ୍ରେସ ଧରାଶାୟୀ ହୋଇଥିବା ବେଳେ ପ୍ରତିଦ୍ୱନ୍ଦୀ ବିଜେପି ଜବରଦସ୍ତ ସଫଳତା ହାସଲ କରିଛି। ଆସାମ ପୌର ନିର୍ବାଚନରେ ମୋଟ୍ ୮୦ଟି ପୌର ସଂସ୍ଥାରୁ ବିଜେପି ୭୪ଟି ସଂସ୍ଥାରେ ବିଜୟ ଧ୍ୱାଜା ଉଡ଼ାଇଛି। କେବଳ ଗୋଟିଏ ମ୍ୟୁନ୍ସିପାଲଟି ସଂସ୍ଥା ପାଇ କଂଗ୍ରେସ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଅନ୍ୟମାନଙ୍କ ମଧ୍ୟରେ ଏଜିପି ୨, ସ୍ୱାଧୀନ ଗୋଟିଏ ଏବଂ ହଙ୍ଗବୋର୍ଡ଼ ଗୋଟିଏ ଆସନ ପାଇଛି। ଗତ ସପ୍ତାହରେ ଆସାମରେ ୮୦ଟି ମ୍ୟୁନ୍ସିପାଲଟି ସଂସ୍ଥାରେ ୯୨୦ଟି ୱାର୍ଡ଼ରେ ଭୋଟ୍ ଗ୍ରହଣ ହୋଇଥିଲା ଏହି ନିର୍ବାଚନରେ ୨୫୩୨ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ତେବେ ୫୭ଟି ୱାର୍ଡ଼ରେ ବିଜେପି ନିର୍ଦ୍ଦନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ତେବେ ଆଜିର ଭୋଟ୍ ଗଣତି ଆରମ୍ଭରୁ ବିଜେପି ସବୁଠୁ ଆଗରେ ଥିଲା।
https://twitter.com/PandaJay/status/1501487873719422978?s=20&t=gzs1edgDMgH8fsW9TDPsLg
ପ୍ରଥମଥର ପାଇଁ ରାଜ୍ୟର ପୌର ନିର୍ବାଚନରେ ଇଭିଏମରେ ଭୋଟିଂ ହୋଇଥିଲା। ନିର୍ବାଚନ ସରିବା ପରେ ଇଭିଏମ ବାକ୍ସ ଗୁଡ଼ିକ ସୁରକ୍ଷିତ ଭାବେ ଜିଲ୍ଲାର ମୁଖ୍ୟାଳୟ ଏବଂ ସବଡିଭିଜନାନାଲ ହେଡ୍ କ୍ୱାଟର୍ସର ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ରବିବାର ହୋଇଥିବା ନିର୍ବାଚନରେ ଆସାମରେ କେଉଁଠି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନଥିବା ରାଜ୍ୟ ନିର୍ବାଚନ କମିଶନର କହିଥିଲେ। ସେହିପର କେଉଁ ୱାର୍ଡ଼ରୁ ମଧ୍ୟ ପୁନଃ ନିର୍ବାଚନ ପାଇଁ ଆବେଦନ ହୋଇ ନଥିଲା। ଆସାମର ମୋଟ୍ ପୌର ଭୋଟଙ୍କ ସଂଖ୍ୟା ୧୬,୭୩,୮୮୯ ଜଣଙ୍କ ମଧ୍ୟରୁ ୮୪୧୫୩୪ ଜଣ ମହିଳା ଥିଲା ବେଳେ ୧୭ଜଣ ତୃତୀୟଲିଙ୍ଗ ଅଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ୮୨ଟି ଆସନରେ ବିଜେପି ପ୍ରାର୍ଥୀ ଦେଇ ଥିବା ବେଳେ କଂଗ୍ରେସ ୭୦୬ଟି ଆସନରେ ପ୍ରାର୍ଥୀ ଦେଇଥିଲା। ସେହିପରି ଆସାମ ଗଣପରିଷଦ ୨୪୩ଟି ଆସନରେ ପ୍ରାର୍ଥୀ ଦେଇଥିଲା। ଏହି ନିର୍ବାଆଚନରେ ୭୦ ପ୍ରତିଶତ ମତଦାନ ହୋଇଥିଲା । ତେବେ ବିଜେପିର ନିରଙ୍କୁଶ ବିଜୟ ପରେ ବିଜେତାଙ୍କୁ ଆସାମ ବିଜେପି ପ୍ରଭାରୀ ତଥା ଦଳର ରାଷ୍ଟ୍ରୀୟ ଉସଭାପତି ବୈଜୟନ୍ତ ପଣ୍ଡା ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ୍ ଓ କାମ ଉପରେ ଆସାମ ଜନତା ପୁଣି ଥରେ ଭରସା କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ଶର୍ମାଙ୍କୁ ମଧ୍ୟ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି ବୈଜୟନ୍ତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।