କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ଜୟବୀର ଶେର୍ଗିଲଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଯୁବ ନେତା ଜୟବୀର ଶେର୍ଗିଲଙ୍କୁ ମିଳିଛି ବଡ଼ ଦାୟିତ୍ୱ।  କଂଗ୍ରେସ ଛାଡ଼ିବାର ତିନିମାସ ପରେ ଜୟବୀର ଶେର୍ଗିଲଙ୍କୁ ଶୁକ୍ରବାର ବିଜେପି ମୁଖପାତ୍ର ଭାବରେ ନିଯୁକ୍ତ କରିଛି। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ସୁନୀଲ ଜାଖରଙ୍କୁ ବିଜେପିର ଜାତୀୟ କାର୍ଯ୍ୟକାରୀରେ ସାମିଲ କରାଯାଇଛି। ସେହିପରି ଜାତୀୟ କାର୍ଯ୍ୟକାରୀରେ  ୟୁପି ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂ, ଉତ୍ତରପ୍ରଦେଶର ପୂର୍ବତନ ବିଜେପି ମୁଖ୍ୟ […]

io

io

Tapas Behera
  • Published: Friday, 02 December 2022
  • Updated: 02 December 2022, 05:50 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଯୁବ ନେତା ଜୟବୀର ଶେର୍ଗିଲଙ୍କୁ ମିଳିଛି ବଡ଼ ଦାୟିତ୍ୱ।  କଂଗ୍ରେସ ଛାଡ଼ିବାର ତିନିମାସ ପରେ ଜୟବୀର ଶେର୍ଗିଲଙ୍କୁ ଶୁକ୍ରବାର ବିଜେପି ମୁଖପାତ୍ର ଭାବରେ ନିଯୁକ୍ତ କରିଛି। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ସୁନୀଲ ଜାଖରଙ୍କୁ ବିଜେପିର ଜାତୀୟ କାର୍ଯ୍ୟକାରୀରେ ସାମିଲ କରାଯାଇଛି।

ସେହିପରି ଜାତୀୟ କାର୍ଯ୍ୟକାରୀରେ  ୟୁପି ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂ, ଉତ୍ତରପ୍ରଦେଶର ପୂର୍ବତନ ବିଜେପି ମୁଖ୍ୟ ମଦନ କୌଶିକ, ପୂର୍ବତନ କଂଗ୍ରେସ ନେତା ରାଣା ଗୁରୁମିତ ସିଂ ସୋଦି ଏବଂ ପଞ୍ଜାବର ପୂର୍ବତନ ମନ୍ତ୍ରୀ ମନୋରଂଜନ କାଳିଆଙ୍କୁ ମଧ୍ୟ ସାମିଲ କରାଯାଛି। ଇସ୍ତଫା ବେଳେ ଜୟବୀର ଦଳର ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ଲେଖିଥିବା ଚିଠିରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ଦେଶର ସ୍ୱାର୍ଥରେ ଦଳରେ ନିଷ୍ପତ୍ତି ନିଆଯାଉ ନାହିଁ । ଯେଉଁମାନେ ଚାଟୁକାରିତା କରୁଛନ୍ତି, ସେମାନଙ୍କ କଥାରେ ଦଳ ଚାଲୁଛି । ୮ ବର୍ଷ ଧରି ଦଳର ସେବା କରିଆସୁଥିଲେ ।

କିନ୍ତୁ ତାଙ୍କୁ ଅଣଦେଖା କରାଯାଉଥିବା ସେ ଅଭିଯୋଗ ଆଣିଥିଲେ। ଜୟବୀର କଂଗ୍ରେସର ସର୍ବ କନିଷ୍ଠ ଜାତୀୟ ମୁଖପାତ୍ର ଥିଲେ। ସେହିପରି  ଅମରିନ୍ଦର ସିଂ ଗତ ବର୍ଷ ନଭେମ୍ବରରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଏବଂ ଚଳିତ ବର୍ଷ ପଞ୍ଜାବ ନିର୍ବାଚନ ପୂର୍ବରୁ ଏକ ନୂତନ ଦଳ ଗଠନ କରିଥିଲେ। ଶେଷରେ ଏହାକୁ ଚଳିତ ବର୍ଷ ଆରମ୍ଭରେ ବିଜେପି ସହିତ ମିଶ୍ରଣ କରିଥିଲେ। ମେ ମାସରେ ସୁନୀଲ ଜାଖର ଦଳ ଛାଡିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos