ପ୍ରଥମ ଥର ପାଇଁ ମୁସଲିମ ପ୍ରାର୍ଥୀ ଦେଲା ଯୋଗୀଙ୍କ ସହଯୋଗୀ ଟିମ୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିଜେପିର ସହଯୋଗୀ ଦଳ(ଏସ) ଆପନ୍‌ ଦଳ ପକ୍ଷରୁ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଜଣେ ମୁସଲମାନଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଉତ୍ତରପ୍ରଦେଶର ରାମପୁର ଜିଲ୍ଲାର ସୁଆର ଆସନରୁ ହାଇଦର ଅଲ୍ଲିଖାନଙ୍କୁ ଟିକଟ ଦିଆଯାଇଛି। ଏଠାରେ ସମାଜବାଦୀ ପାର୍ଟି (ସପା)ଏମପି ଆଜମ ଖାନଙ୍କୁ ଜେଲରେ ରହିବାକୁ ପଡ଼ିଛି।  ଉକ୍ତ ଆସନରୁ ଚଳିତ ନିର୍ବାଚନରେ ଆଜମ ଖାନଙ୍କ ପୁଅ ଅବଦ୍ଦୁଲା ଆଜମ  ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ଅବଦ୍ଦୁଲା ମଧ୍ୟ ବହୁ ଦିନ ଜେଲରେ ରହିବା […]

Yogi

Tapas Behera
  • Published: Sunday, 23 January 2022
  • , Updated: 23 January 2022, 05:45 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିଜେପିର ସହଯୋଗୀ ଦଳ(ଏସ) ଆପନ୍‌ ଦଳ ପକ୍ଷରୁ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଜଣେ ମୁସଲମାନଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଉତ୍ତରପ୍ରଦେଶର ରାମପୁର ଜିଲ୍ଲାର ସୁଆର ଆସନରୁ ହାଇଦର ଅଲ୍ଲିଖାନଙ୍କୁ ଟିକଟ ଦିଆଯାଇଛି। ଏଠାରେ ସମାଜବାଦୀ ପାର୍ଟି (ସପା)ଏମପି ଆଜମ ଖାନଙ୍କୁ ଜେଲରେ ରହିବାକୁ ପଡ଼ିଛି।  ଉକ୍ତ ଆସନରୁ ଚଳିତ ନିର୍ବାଚନରେ ଆଜମ ଖାନଙ୍କ ପୁଅ ଅବଦ୍ଦୁଲା ଆଜମ  ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ଅବଦ୍ଦୁଲା ମଧ୍ୟ ବହୁ ଦିନ ଜେଲରେ ରହିବା ପରେ ନିକଟରେ ଜାମିନରେ ମୁକୁଳିଛନ୍ତି। ଉଭୟ ବିଜେପି ଏବଂ ଆପନା ଦଳରେ ମଧ୍ୟ ସିଟ୍ ଭାଗବଣ୍ଟା ପରେ ଟିକଟ ଘୋଷଣା କରାଯାଇଛି। ତେବେ ବିଜେପି ସହ ଜଡ଼ିତ ଥିବା ଆପନା ଦଳ ପକ୍ଷରୁ ପ୍ରଥମ ଥର ପାଇଁ ଜଣେ ମୁସଲମାନଙ୍କୁ ଟିକଟ ଦିଆଯିବା ବିରଳ ଘଟଣା ବୋଳି କୁହାଯାଉଛି। ହାଇଦର ଅଲ୍ଲି ଖାନ୍‌ ରାମପୁରର ଏକ ରାଜକୀୟ ପରିବାରରୁ ଆସିଛନ୍ତି। ତାଙ୍କର ଜେଜେ ଜୁଲଫିକର ଅଲ୍ଲୀ ଖାନ୍‌  କଂଗ୍ରେସରୁ ୫ ଥର ଏମପି ହୋଇଛନ୍ତି।  ସେହିପରି ହାଇଦରଙ୍କ ବାପା ନବାବ ଖାଜିମ ଅଲ୍ଲି  ଖାନ୍‌  ରାମପୁର ଆସନରୁ କଂଗ୍ରେସରୁ ୪ଥର ବିଧାୟକ ହୋଇଛନ୍ତି। ଚଳିତ ନିର୍ବାଚନରେ  ନବାବ ଖାଜିମ ଅଲ୍ଲି  ଖାନ୍‌  ରାମପୁରରୁ କଂଗ୍ରେସ ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସୁଅର ନିର୍ବାଚନମଣ୍ଡଳୀ ନିକଟବର୍ତ୍ତୀ ହେଉଛି ରାମପୁର ଆସନ।

ତେବେ ହାଇଦରଙ୍କ ପ୍ରାର୍ଥିକୁ ନେଇ ଏଠାରେ ଏକ ରୋଚକ ପରିସ୍ଥିତି ଦେଖିବାକୁ ମିଳିଥିଲା। ହାଇଦରଙ୍କୁ ପ୍ରଥମେ ସୁଅର ଆସନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଏହା ପରେ ସେ ଦିଲ୍ଲୀ ଯାଇ ଅନୁପ୍ରିୟା ପଟେଲଙ୍କୁ ଭେଟିଥିଲେ।  ଅନୁପ୍ରିୟା ଯିଏକି ଏବେ ସୁଅର ଆସନରୁ ପ୍ରାର୍ଥୀ ଅଛନ୍ତି।

ସେପଟେ ଅବଦ୍ଦୁଲା ଆଜମ୍‌ ୨୦୧୭ ନିର୍ବାଚନରେ ସମାଜବାଦୀ ପାର୍ଟି ପକ୍ଷରୁ  ସୁଅର ଆସନରୁ ଲଢ଼ି ଜିତି ଥିଲେ। ହେଲେ ୨୦୧୯ରେ ଅବଦ୍ଦୁଲା ଆଜମଙ୍କ ବିଜୟକୁ ଅସିଦ୍ଧି ଘୋଷଣା କରିଥିଲେ ଆହ୍ଲାବାଦ ହାଇକୋର୍ଟ।  କାରଣ ୨୦୧୭ ବେଳକୁ ସେ ନୋମିନେଶନ ଫାଇଲ କରିବା ବେଳକୁ ତାଙ୍କୁ ୨୫ ବର୍ଷ ହୋଇ ନଥିବା ଅଭିଯୋଗ ହୋଇଥିଲା। ତେବେ ସେ ଏକାଧିକ ମାମଲାରେ ଛନ୍ଦି ହୋଇ  ଏବେ ଜେଲ ଯାଇଥିଲେ । ହେଲେ ସେ କିଛି ଦିନ ପୂର୍ବରୁ ଜାମିନ ପାଇଛନ୍ତି। ଅବଦ୍ଦୁଲାଙ୍କ ବାପା ଆଜମ ଖାନ୍‌ ଏବେ ରାମପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ସାଂସଦ ଅଛନ୍ତି।  ସିଏ ବି ମଧ୍ୟ ବିଭିନ୍ନ ମମଲାରେ ଫସି ୨୦୨୦ ଫେବୃଆରୀରୁ ଜେଲରେ ଅଛନ୍ତି। ତେବେ ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ଆଜମ ଖାନ୍‌ ମଧ୍ୟବର୍ତ୍ତୀ ଜାମିନ ପାଇଁ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି।

Related story