ମୋଦି ମୋ ଖାସ ଦୋସ୍ତ: ବ୍ରିଟେନ୍ ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ: ମୋଦି ମୋ ଖାସ ଦୋସ୍ତ।  ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖାସ୍ ଦୋସ୍ତ ବୋଲି କହିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଦୁଇ ଦିନିଆ ଭାରତ ଗସ୍ତ ଅବସରରେ ଭାରତର ସ୍ୱାଗତ ସମ୍ବର୍ଦ୍ଧନାରେ ଅଭିଭୂତ ହୋଇ ଏହା କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ।  ବୋରିସ ଜନସନ୍  ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଠକ ପରେ ଉଭୟ ନେତାଙ୍କ ମିଳିତ ବିବୃତି ସମୟରେ ଏହା କହିଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନ୍ ।  ସେ କହିଛନ୍ତି , ନରେନ୍ଦ୍ର ମୋଦି ଇଜ୍ ମାଇଁ […]

british

Tapas Behera
  • Published: Friday, 22 April 2022
  • , Updated: 22 April 2022, 09:20 PM IST

ନୂଆଦିଲ୍ଲୀ: ମୋଦି ମୋ ଖାସ ଦୋସ୍ତ।  ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖାସ୍ ଦୋସ୍ତ ବୋଲି କହିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଦୁଇ ଦିନିଆ ଭାରତ ଗସ୍ତ ଅବସରରେ ଭାରତର ସ୍ୱାଗତ ସମ୍ବର୍ଦ୍ଧନାରେ ଅଭିଭୂତ ହୋଇ ଏହା କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ।  ବୋରିସ ଜନସନ୍  ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଠକ ପରେ ଉଭୟ ନେତାଙ୍କ ମିଳିତ ବିବୃତି ସମୟରେ ଏହା କହିଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନ୍ ।  ସେ କହିଛନ୍ତି , ନରେନ୍ଦ୍ର ମୋଦି ଇଜ୍ ମାଇଁ ଭେରି ଗୁଡ୍ ଆଣ୍ଡ ଖାସ୍ ଦୋସ୍ତ । ଗତକାଲି ଯେଉଁଳି ମୋତେ ସମ୍ବର୍ଦ୍ଧିତ କରାଗଲା, ମୁଁ ଅଭିଭୂତ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ଜନ୍‌ସନ୍ ।

ମୋତେ କାଲି ସଚିନ ତେନ୍ଦୁଲକର ଏବଂ ଅମିତାଭ ବଚ୍ଚନଙ୍କ ଭଳି ଅନୁଭବ ହେଲା ।  ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଦିଲ୍ଲୀ ହାଇଦ୍ରାବାଦ ହାଉସରେ ଆଜି ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା ହୋଇଥିଲା ।  ପ୍ରତିରକ୍ଷା, ନିରାପତ୍ତା ଏବଂ ଆର୍ଥିକ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା । ଏହି ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜଭୁତ ହୋଇଛି ବୋଲି କହିଥିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନସନ୍।   ଏହାସହ ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ ବା ମୁକ୍ତ ବାଣିଜ୍ୟ ରାଜିନାମା ଦୀପାବଳି ସୁଦ୍ଧା ସାରିବାକୁ ପ୍ରତିନିଧିମାନଙ୍କୁ କୁହାଯାଇଥିବା ବୋରିସ୍ କହିଛନ୍ତି।

ଅନ୍ୟପଟେ ଅନେକ ପ୍ରସଙ୍ଗ ନେଇ ଉଭୟ ଦେଶ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଜଳ, ସ୍ଥଳ, ଆକାଶ ଓ ସାଇବର ସୁରକ୍ଷା ନେଇ ଉଭୟ ଦେଶ କାମ କରିବେ । ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ସଂପର୍କ ଅଧିକ ଦୃଢ଼ୀଭୂତ ହେବ।  ପ୍ରତିରକ୍ଷା କ୍ଷେତ୍ର, ବାଣିଜ୍ୟ, ଜଳବାୟୁ ଏବଂ ଶକ୍ତି ଉପରେ ଆଲୋଚନା ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ  ଗ୍ରୀନ୍ ହାଇଡ୍ରୋଜେନ୍, ମୁକ୍ତ ଇଣ୍ଡୋ-ପାସିଫିକ୍ ଆଦି କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବାକୁ ରାଜି ହୋଇଥିବା ସେ କହିଛନ୍ତି । ଏହାସହ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତକୁ ଐତିହାସିକ ବୋଲି କହିଛନ୍ତି ମୋଦି।

Related story