ଇଚ୍ଛାମୃତ୍ୟୁ ଆବେଦନର କିଛି ଘଣ୍ଟା ପରେ ବିରଳ ରୋଗରେ ପ୍ରାଣ ହରାଇଲା ୯ ବର୍ଷର ବାଳକ

ହାଇଦ୍ରାବାଦ: ସମସ୍ତଙ୍କୁ ଆନ୍ଦୋଳିତ ଓ ବିଚଳିତ କରିବା ଘଟଣା ସାମ୍ନାକୁ ଆସିଛି। ବିରଳ ରକ୍ତ ଜନିତ ରୋଗରେ ପୀଡ଼ିତ ଥିବା ଜଣେ ୯ ବର୍ଷୀୟ ବାଳକ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ପୁଅ ବିରଳ ରୋଗରେ ଆକ୍ରାନ୍ତ ହୋଇଥିବାରୁ ମା’ ଜଣଙ୍କ କୋର୍ଟରେ ତା’ ପାଇଁ ଇଚ୍ଛାମୃତ୍ୟୁର ଆବେଦନ କରିଥିଲେ। ଆବେଦନ କରି ପୁଅକୁ ନେଇ ମା’ ଘରକୁ ଅଟୋରେ ଫେରୁଥିଲେ। ତେବେ ଅଧା ବାଟରେ ହିଁ ମା’ କୋଳରେ ପୁଅଟି ସବୁଦିନ ପାଇଁ ଆଖି […]

Mercy-Killing

Hemant Lenka
  • Published: Wednesday, 02 June 2021
  • , Updated: 02 June 2021, 03:36 PM IST

ହାଇଦ୍ରାବାଦ: ସମସ୍ତଙ୍କୁ ଆନ୍ଦୋଳିତ ଓ ବିଚଳିତ କରିବା ଘଟଣା ସାମ୍ନାକୁ ଆସିଛି। ବିରଳ ରକ୍ତ ଜନିତ ରୋଗରେ ପୀଡ଼ିତ ଥିବା ଜଣେ ୯ ବର୍ଷୀୟ ବାଳକ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ପୁଅ ବିରଳ ରୋଗରେ ଆକ୍ରାନ୍ତ ହୋଇଥିବାରୁ ମା’ ଜଣଙ୍କ କୋର୍ଟରେ ତା’ ପାଇଁ ଇଚ୍ଛାମୃତ୍ୟୁର ଆବେଦନ କରିଥିଲେ।

ଆବେଦନ କରି ପୁଅକୁ ନେଇ ମା’ ଘରକୁ ଅଟୋରେ ଫେରୁଥିଲେ। ତେବେ ଅଧା ବାଟରେ ହିଁ ମା’ କୋଳରେ ପୁଅଟି ସବୁଦିନ ପାଇଁ ଆଖି ବୁଜି ଦେଇଛି। ଆନ୍ଧ୍ର ପ୍ରଦେଶର ଚିତ୍ତୋର ଜିଲ୍ଲାରେ ଏପରି ଦୁଃଖଦ ଘଟଣା ଘଟିଛି।

ସୂଚନା ଅନୁସାରେ, ୯ ବର୍ଷୀୟ ହର୍ଷବର୍ଦ୍ଧନଙ୍କ ମୃତ୍ୟୁର ୨ ଘଣ୍ଟା ପୂର୍ବରୁ ହିଁ ତାଙ୍କ ମା’ ଅରୁଣା ସ୍ଥାନୀୟ କୋର୍ଟରେ ପହଞ୍ଚିଥିଲେ। ସେ କୋର୍ଟରେ ହର୍ଷବର୍ଦ୍ଧନଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମିଳୁ ନଚେତ ଅଧିକ ଚିକିତ୍ସା ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯାଉ ବୋଲି ଆବେଦନ କରିଥିଲେ। ଆବେଦନ କରି ସେ ପୁଅକୁ ଧରି ଘରକୁ ଫେରୁଥିବା ବେଳେ ହଠାତ୍‌ ଅଟୋରେ ହିଁ ହର୍ଷବର୍ଦ୍ଧନଙ୍କ ମୃତ୍ୟୁ ଘଟିଥିଲା।

ହର୍ଷବର୍ଦ୍ଧନ ଜନ୍ମରୁ ହିଁ ବିରଳ ରକ୍ତଜନିତ ରୋଗୀରେ ପୀଡ଼ିତ ଥିଲେ। ୪ ବର୍ଷ ତଳେ ସେ ଗୋଟିଏ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଆଉ ବେଡ୍‌ରୁ ଉଠି ପାରି ନଥିଲେ। ଏହି ସମୟରେ ତାଙ୍କ ବାପା ମା’ ରୋଗ ସମ୍ପର୍କରେ ଜାଣିବାକୁ ପାଇଥିଲେ। ପୁଅକୁ ଭଲ କରିବା ପାଇଁ ମା’ ଅରୁଣା ଓ ବାପା ମିଳିତ ଭାବେ ନିଜ ପାଖରେ ଥିବା ସମସ୍ତ ଜମିକୁ ବିକ୍ରି କରି ଦେଇଥିଲେ। ସେହିପରି ସୁନା ଗହଣା ମଧ୍ୟ ବନ୍ଧ ପକାଇଥିଲେ।

ଶେଷରେ ଟଙ୍କାର ଅଭାବ ଦେଖା ଯିବାକୁ ୪ ଲକ୍ଷ ଟଙ୍କା ଋଣ ମଧ୍ୟ ଆଣିଥିଲେ। ତଥାପି ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ ସତ୍ତ୍ୱେ ପୁଅର ଅବସ୍ଥାରେ କୌଣସି ସୁଧାର ଆସି ନଥିଲା। ଟଙ୍କା ସରିଯାଇଥିବା ବେଳେ ଦିନକୁ ଦିନ ପୁଅର ଅବସ୍ଥା ମଧ୍ୟ ସାଂଘାତିକ ହେବାରେ ଲାଗିଥିଲା।

ପୁଅର କଷ୍ଟକୁ ସହି ନପାରି ମା’ ଅରୁଣା ଶେଷରେ ଇଚ୍ଛାମୃତ୍ୟୁ ପାଇଁ ପୁନଗାନୁରରେ ଥିବା ଗୋଟିଏ କୋର୍ଟରେ ଆବେଦନ କରିଥିଲେ। ସେ ତାଙ୍କ ଆବେଦନରେ କହିଥିଲେ ଯେ ସରକାର ହର୍ଷବର୍ଦ୍ଧନଙ୍କ ଚିକିତ୍ସା କଥା ବୁଝନ୍ତୁ ନଚେତ ହର୍ଷବର୍ଦ୍ଧନଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଆଯାଉ।

ଏଥିପାଇଁ ଦୁଇ ଦିନ ହେଲା ନିଜ ପୁଅକୁ ନେଇ ଅରୁଣା କୋର୍ଟ ଯାଉଥିଲେ। ହେଲେ ଗତକାଲି କୋର୍ଟରୁ ଫେରିବା ବେଳେ ହର୍ଷବର୍ଦ୍ଧନ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ।

Related story