ମୁମ୍ବାଇ: କିସ୍ ବେଳେ ସେଲଫି ନେଇଥିଲେ। ହେଲେ ସେଇ ଫଟୋକୁ ଭାଇରାଲ କରିଦେବ କହି ନାବାଳିକାକୁ ବ୍ଲାକମେଲିଂ କଲା ନାବାଳକ। ଆଉ ସେଇ ସୁଯୋଗରେ ନାବାଳକ ଜଣକ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଘଟଣା ମୁମ୍ବାଇରେ ଘଟିଛି। ଅଭିଯୁକ୍ତକୁ ପୁଲିସୁ ଗିରଫ କରିଛି। ପୀଡ଼ିତାଙ୍କୁ ୧୭ ବର୍ଷ ହୋଇଥିବା ବେଳେ ଅଭିଯୁକ୍ତ ମଧ୍ୟ ସମାନ ବୟସର।
ପୁଲିସ କହିବା ଅନୁଯାୟୀ ଦୁହେଁ ପରସ୍ପରକୁ ଜାଣିଥିଲେ। ଗତ ଅକ୍ଟୋବର ୧୦ରିଖରେ ବାନ୍ଦ୍ରାଙ୍କ କାର୍ଟର ରୋଡ ଅଞ୍ଚଳରେ ଜନ୍ମଦିନ ପାଳନ କରୁଥିବା ସମୟରେ ଦୁହେଁ ପରସ୍ପରକୁ ଚୁମ୍ବନ ଦିଆନିଆ ହୋଇଥିଲେ। ଏହି ସମୟରେ ପୁଅଟି ସେଲଫି ନେଥିଲା। ପରେ ଏହି ସେଲଫିକୁ ଭାଇରାଲ କରିବା ନେଇ ବ୍ଲାକମେଲିଂ କରିଥିଲା ନାବାଳକ। ଏହା ପରେ ଅକ୍ଟୋବର ୧୦ରୁ ୨୬ ନଭେମ୍ବର ପର୍ଯ୍ୟନ୍ତ ପୁଅ ଜଣକ ନାବାଳିକା ସହ ବାରମ୍ବାର ଦୁଷ୍କର୍ମ କରିଥିଲା।
ନିକଟରେ ପୁଅଟି ଝିଅଟିର କଲେଜରେ ପହଞ୍ଚି ତାଙ୍କ ସହ ଯିବାକୁ ଡାକିଥିଲେ। ହେଲେ ଝିଅ ଜଣକ ନ ଯିବାକରୁ ସେ ଦୁର୍ବ୍ୟବହାର କରିଥିଲେ। ଫଳରେ ଘଟଣା ସାମ୍ନାକୁ ଆସିଥିଲା। ଖାର ପୋଲିସ ଷ୍ଟେସନ ଅଧିକାରୀ ଏହା କହିଛନ୍ତି। ଅସଦାଚରଣ ସମ୍ପର୍କରେ ଝିଅର ଜଣେ ବାନ୍ଧବୀ ତାଙ୍କ ପରିବାରକୁ ଜଣାଇଥିଲେ। ପରିବାର ଲୋକେ ପହଞ୍ଚିବା ପରେ ସବୁ କଥା ସାମ୍ନାକୁ ଆସିଥିଲା। ଏହା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।