ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଟିକା ନିରାପଦ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ହୋଇଥିଲେ ସୁସ୍ଥ ହେବାର ତିନି ମାସ ପରେ ଜଣେ ଟିକା ନେବେ। ବୁଧବାର କେନ୍ଦ୍ର ସରକାର ଏହି ପରାମର୍ଶ ଦେଇଛନ୍ତି। ଟିକାକରଣ ନିୟମରେ ଏକ ପରିବର୍ତ୍ତନ ଆଣିବାକୁ ଯାଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହା କହିଛି। ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଏହି ଟିକା ନିରାପଦ ବୋଲି ମଧ୍ୟ ସରକାର ସ୍ପଷ୍ଟ କରିଛନ୍ତି। ସେହିପରି ଯଦି ଜଣେ ପ୍ରଥମ ଡୋଜ ନେବା ପରେ କରୋନାରେ ସଂକ୍ରମିତ ହୁଅନ୍ତି ତେବେ ତିନି ମାସ ପରେ ଦ୍ୱିତୀୟ […]

vaccine

Subhransu Sekhar
  • Published: Wednesday, 19 May 2021
  • , Updated: 19 May 2021, 06:18 PM IST

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ହୋଇଥିଲେ ସୁସ୍ଥ ହେବାର ତିନି ମାସ ପରେ ଜଣେ ଟିକା ନେବେ। ବୁଧବାର କେନ୍ଦ୍ର ସରକାର ଏହି ପରାମର୍ଶ ଦେଇଛନ୍ତି। ଟିକାକରଣ ନିୟମରେ ଏକ ପରିବର୍ତ୍ତନ ଆଣିବାକୁ ଯାଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହା କହିଛି। ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଏହି ଟିକା ନିରାପଦ ବୋଲି ମଧ୍ୟ ସରକାର ସ୍ପଷ୍ଟ କରିଛନ୍ତି। ସେହିପରି ଯଦି ଜଣେ ପ୍ରଥମ ଡୋଜ ନେବା ପରେ କରୋନାରେ ସଂକ୍ରମିତ ହୁଅନ୍ତି ତେବେ ତିନି ମାସ ପରେ ଦ୍ୱିତୀୟ ଡୋଜ ଗ୍ରହଣ କରାଯିବା ଉଚିତ।

NEGVACର ( The National Expert Group on Vaccine Administration) ସୁପାରିଶ କ୍ରମେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଗର୍ଭବତୀ ମହିଳାଙ୍କୁ ଟିକାକରଣରେ ସାମିଲ ହୋଇପାରିବେ କି ନାହିଁ ସେ ନେଇ ବିଚାର ବିମର୍ଶ ଚାଲିଛି। ଆଉ ଯେଉଁ ଆକ୍ରାନ୍ତ ପ୍ଲାଜମା ଥେରାପୀରେ ଭଲ ହୋଇଥିବେ ସିଏ ହସ୍ପିଟାଲରୁ ଡିସଚାର୍ଜ ହେବାର ତିନି ମାସ ପରେ ଟିକା ନେଇପାରିବେ।

ସେହିଭଳି, ଯଦି ପ୍ରଥମ ଡୋଜ ନେବା ପରେ ଯଦି କେହି ସଂକ୍ରମିତ ହୁଏ, ତେବେ ଆରୋଗ୍ୟ ହେବାର ୩ ମାସ ପରେ ଦ୍ୱିତୀୟ ଡୋଜ ନିଆଯାଇପାରିବେ। ଆଉ ଯଦି ଜଣେ ଗୁରୁତର ହେବା ପରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି, ସେ ସୁସ୍ଥ ହେବା ପରେ ୪ ରୁ ୮ ସପ୍ତାହ ପରେ କରୋନା ଟିକା ନେଇପାରିବେ।

ଆଉ କରୋନା ଟିକା ନେବାର ୧୪ ଦିନ ପରେ ଜଣେ ରକ୍ତ ଦାନ କରିପାରିବେ। ରକ୍ତ ଦାନ କରିବା ପୂର୍ବରୁ ଆରଟିପିସିଆର ରିପୋର୍ଟ ନେଗେଟିଭ୍ ହୋଇଥିବା ଦରକାର ଆଉ ଟିକା ନେବା ପୂର୍ବରୁ ଆଣ୍ଟିଜେନ ଟେଷ୍ଟର ଆବଶ୍ୟକତା ନାହିଁ ବୋଲି ସରକାର କହିଛନ୍ତି।

Related story