ନୂଆ କ୍ୟାବିନେଟରେ ୟେଦ୍ଦ୍ୟୁରପ୍ପାଙ୍କ ପୁଅଙ୍କୁ ମିଳିଲାନି ସୁଯୋଗ

ବେଙ୍ଗାଲୁରୁ: କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ନୂଆ ମନ୍ତ୍ରିମଣ୍ଡଳର ଗଠନ କରିଛନ୍ତି ବାସବରାଜ ବୋମାଇ। ଆଜି କର୍ଣ୍ଣାଟକା ମନ୍ତ୍ରିମଣ୍ଡଳରେ ୨୯ ଜଣ ବିଧାୟକ ସାମିଲ ହୋଇଛନ୍ତି। କିନ୍ତୁ କାହାକୁ ବି ଉପ ମୁଖ୍ୟମନ୍ତ୍ରୀ ପଦ ମିଳିନାହିଁ। ସେହିପରି ବିଦାୟୀ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ଦ୍ୟୁରପ୍ପାଙ୍କ ସାନ ପୁଅ ତଥା ରାଜ୍ୟ ବିଜେପତର ଉପ ସଭାପତି ବିୱାଇ ବିଜୟେନ୍ଦ୍ରଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ନାହିଁ। ଏହାକୁ ନେଇ ନାନା ପ୍ରକାରର ଆଲୋଚନା ହେଉଛି। କେହି କେହି ତାଙ୍କ […]

Cabinet

Hemant Lenka
  • Published: Wednesday, 04 August 2021
  • , Updated: 04 August 2021, 06:16 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ନୂଆ ମନ୍ତ୍ରିମଣ୍ଡଳର ଗଠନ କରିଛନ୍ତି ବାସବରାଜ ବୋମାଇ। ଆଜି କର୍ଣ୍ଣାଟକା ମନ୍ତ୍ରିମଣ୍ଡଳରେ ୨୯ ଜଣ ବିଧାୟକ ସାମିଲ ହୋଇଛନ୍ତି। କିନ୍ତୁ କାହାକୁ ବି ଉପ ମୁଖ୍ୟମନ୍ତ୍ରୀ ପଦ ମିଳିନାହିଁ। ସେହିପରି ବିଦାୟୀ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ଦ୍ୟୁରପ୍ପାଙ୍କ ସାନ ପୁଅ ତଥା ରାଜ୍ୟ ବିଜେପତର ଉପ ସଭାପତି ବିୱାଇ ବିଜୟେନ୍ଦ୍ରଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ନାହିଁ।

ଏହାକୁ ନେଇ ନାନା ପ୍ରକାରର ଆଲୋଚନା ହେଉଛି। କେହି କେହି ତାଙ୍କ ପକ୍ଷ ଚ୍ଛେଦନ ପାଇଁ ଏପରି ପଦକ୍ଷେପ ନିଆଯାଇଥିବା କହୁଥିବା ବେଳେ ଆଉ କେହି କେହି ତାଙ୍କୁ କେନ୍ଦ୍ରରେ ଗୁରୁ ଦାୟିତ୍ୱ ମିଳିବ ବୋଲି ଆକଳନ କରୁଛନ୍ତି।

ମୁଖ୍ୟମନ୍ତ୍ରୀ ବୋମାଇ କହିଛନ୍ତି, “କ୍ୟାବିନେଟ ସଂପ୍ରସାରଣ ପୂର୍ବରୁ ଦିଲ୍ଲୀରେ ହାଇକମାଣ୍ଡଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିଲା। ଗତକାଲି ରାତିରେ ଚୂଡ଼ାନ୍ତ ପର୍ଯ୍ୟାୟ ଆଲୋଚନା ପରେ ଆଜି ସକାଳୁ ତାଲିକା ପ୍ରକାଶ ପାଇଛି।” ଆଜି ମୋଟ ୨୯ ଜଣ ସଦସ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପୂର୍ବର ୟେଦ୍ଦ୍ୟୁରପ୍ପାଙ୍କ ସରକାରରେ ୩ ଜଣ ଉପ ମୁଖ୍ୟମନ୍ତ୍ରୀ ଥିଲେ। ହେଲେ ଏଥର ହାଇକମାଣ୍ଡଙ୍କ ନିର୍ଦ୍ଦେଶକ୍ରମେ କେହି ବି ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇନାହାନ୍ତି।

କ୍ୟାବିନେଟରେ ଅଭିଜ୍ଞ ଓ ନୂଆ ମୁହଁଙ୍କୁ ମୁଳିତ ଭାବେ ସୁଯୋଗ ଦିଆଯାଇଛି। କ୍ୟାବିନେଟରେ ୭ ଜଣ ଓବିସି, ୩ ଜଣ ଏସ୍‌ସି, ଜଣେ ଏସଟି, ୭ ଜଣ ଭୋକ୍କାଲିଗାସ, ୮ ଜଣ ଲିଙ୍ଗାୟତ, ଜଣେ ରେଡ୍ଡୀ ଓ ଜଣେ ମହିଳା ରହିଛନ୍ତି। ମଧ୍ୟାହ୍ନ ୨.୧୫ରେ ରାଜ୍ୟପାଳ ଥୱରଚାନ୍ଦ ଗେହଲଟ ନୂଆ ମନ୍ତ୍ରୀ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ବିଜୟେନ୍ଦ୍ରଙ୍କୁ ମନ୍ତ୍ରିମଣ୍ଡଳରେ ସୁଯୋଗ ନ ମିଳିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବୋମାଇ କହିଛନ୍ତି, ଜାତୀୟ ଅଧ୍ୟକ୍ଷ ଏ ସମ୍ପର୍କରେ ୟେଦ୍ଦ୍ୟୁରପ୍ପାଙ୍କ ସହ କଥା ହୋଇଛନ୍ତି। ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ବ୍ୟକ୍ତିଗତ ଭାବେ ବିଜୟେନ୍ଦ୍ରଙ୍କ ସହ ବି ଆଲୋଚନା କରିଛନ୍ତି। ମୁଁ ଖାଲି ଏତିକି କହି ପାରିବେ ଯେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ସଦସ୍ୟଙ୍କ ମଧ୍ୟରେ ବିଜୟେନ୍ଦ୍ରଙ୍କ ନାଁ ନାହିଁ।

Related story