ଗୁଳି ମାଡ଼ରେ ଚାଲିଗଲା ବନ୍ଧୁଙ୍କ ଜୀବନ, ଦୁଃଖରେ ବିଷ ପିଇଦେଲେ ଆଉ ୩

ଡେରାଡୁନ: ଜଙ୍ଗଲୀ ଜନ୍ତୁର ଶିକାର କରିବା ପାଇଁ ଯାଇଥିବା ୭ ଯୁବକଙ୍କ ସହ ଘଟିଛି ଅଭାବନୀୟ ଘଟଣା। ଶିକାର ବେଳେ ଜଣଙ୍କ ଦେହରେ ଭୁଲବଶତଃ ଗୁଳି ବାଜିବାରୁ ସେ ଟଳି ପଡ଼ିଥିଲେ। ଏଥିରେ ମର୍ମାହତ ହୋଇ ତାଙ୍କର ଆଉ ୩ ଜଣ ବନ୍ଧୁ ବିଷ ପିଇ ଜୀବନ ହାରିଛନ୍ତି। ଉତ୍ତରାଖଣ୍ଡର ତେହରି ଜିଲ୍ଲା ଅନ୍ତର୍ଗତ କୁଣ୍ଡି ଗାଁରେ ଘଟିଥିବା ଏହି ଘଟଣା ସାରା ଅଞ୍ଚଳରେ ଶୋକର ଚ୍ଛାୟା ଖେଳାଇ ଦେଇଛି। ପୁଲିସ୍‌ ଅଧିକାରୀ କୁଲଦୀପ ଶାହ କହିଛନ୍ତି, […]

Youth-killed

Hemant Lenka
  • Published: Monday, 05 April 2021
  • , Updated: 05 April 2021, 03:49 PM IST

ଡେରାଡୁନ: ଜଙ୍ଗଲୀ ଜନ୍ତୁର ଶିକାର କରିବା ପାଇଁ ଯାଇଥିବା ୭ ଯୁବକଙ୍କ ସହ ଘଟିଛି ଅଭାବନୀୟ ଘଟଣା। ଶିକାର ବେଳେ ଜଣଙ୍କ ଦେହରେ ଭୁଲବଶତଃ ଗୁଳି ବାଜିବାରୁ ସେ ଟଳି ପଡ଼ିଥିଲେ। ଏଥିରେ ମର୍ମାହତ ହୋଇ ତାଙ୍କର ଆଉ ୩ ଜଣ ବନ୍ଧୁ ବିଷ ପିଇ ଜୀବନ ହାରିଛନ୍ତି।

ଉତ୍ତରାଖଣ୍ଡର ତେହରି ଜିଲ୍ଲା ଅନ୍ତର୍ଗତ କୁଣ୍ଡି ଗାଁରେ ଘଟିଥିବା ଏହି ଘଟଣା ସାରା ଅଞ୍ଚଳରେ ଶୋକର ଚ୍ଛାୟା ଖେଳାଇ ଦେଇଛି। ପୁଲିସ୍‌ ଅଧିକାରୀ କୁଲଦୀପ ଶାହ କହିଛନ୍ତି, ଶିକାର ପାଇଁ ଯାଇଥିବା ୭ ଜଣ ଯୁବକଙ୍କ ବୟସ ୧୮ରୁ ୨୩ ମଧ୍ୟରେ। ସେମାନେ ନିଜ ଗାଁ ପାଖରେ ଥିବା ଛୋଲା ଟକ ଜଙ୍ଗଲକୁ ବଣୁଆ ବତକର ଶିକାର କରିବାକୁ ଯାଇଥିଲେ। ସେମାନେ ଜଙ୍ଗଲରେ ଯାଉଥିବା ବେଳେ ହଠାତ୍‌ ରାଜୀବ ସିଂହ ନାମକ ଯୁବକ ଭୁଲବଶତଃ ଗୁଳି ଲୋଡ୍‌ ହୋଇଥିବା ବନ୍ଧୁକକୁ ଚିପି ଦେଇଥିଲେ। ଏହା ସିଧା ୧୯ ବର୍ଷୀୟ ସନ୍ତୋଷ ପନୱରଙ୍କ ଦେହରେ ବାଜିଥିଲା।

ବନ୍ଧୁକ ଧରିଥିବା ରାଜୀବ ଜଙ୍ଗଲରେ ଝୁଣ୍ଟି ପଡ଼ିବାରୁ ଭୁଲରେ ଟ୍ରିଗର ଚିପି ହୋଇଯିବାରୁ ଏଭଳି ଘଟଣା ଘଟିଥିଲା। ସନ୍ତୋଷ ଗୁଳି ମାଡ଼ରେ ଟଳି ପଡ଼ିବାରୁ ତାଙ୍କ ବନ୍ଧୁମାନେ ବଚଳିତ ହୋଇପଡ଼ିଥିଲେ। ସେମାନେ ପ୍ରଥମେ ଜଙ୍ଗଲରୁ ତାଙ୍କ ମୃତଦେହକୁ ନିକଟରେ ଥିବା ଗୁହାଳକୁ ଆଣିଥିଲେ।

ସେଠାରେ ସେମାନେ ଏତେ ମର୍ମାହତ ହୋଇଯାଇଥିଲେ ଯେ ନିଜକୁ ଗୁଳି କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ସେମାନେ ନିଜର ନିଷ୍ପତ୍ତି ବଦଳାଇଥିଲେ। ୬ ଜଣଙ୍କ ମଧ୍ୟରୁ ପଙ୍କଜ, ଅର୍ଜୁନ ଓ ସୋଭନ କୀଟନାଶକ ପିଇଦେଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।

ଗୁଳି ଚଳାଇଥିବା ରାଜୀବ ଏବେ ନିଖୋଜ ରହିଛନ୍ତି। ହେଲେ ଶିକାର କରିବାକୁ ଯାଇଥିବା ୭ ଜଣିଆ ଗ୍ରୁପ୍‌ରେ ଥିବା ରାହୁଲ ଓ ସୁମିତ ଗାଁକୁ ଫେରିଛନ୍ତି। ସେମାନଙ୍କୁ ପଚରାଉଚରା କରାଯାଉଥିବା ପୁଲିସ୍‌ ଅଧିକାରୀ ଜଣଙ୍କ କହିଛନ୍ତି। ସେହିପରି ରାଜୀବ ଧରିଥିବା ବନ୍ଧୁକ କେଉଁଠୁ ଆସିଲା, ତା’ର ମଧ୍ୟ ଯାଞ୍ଚ କରାଯାଉଛି।

Related story