ଦୁର୍ଘଟଣାଗ୍ରସ୍ତ ପୀଡ଼ିତଙ୍କୁ ଦେଖି ହସ୍ପିଟାଲରେ କାନ୍ଦି ପକାଇଲେ କମିଶନର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଖିମପୁର ଖେରିରେ ବୁଧବାର ଘଟିଥିବା ଭୟଙ୍କର ସଡ଼କ ଦୁର୍ଘଟଣା ୧୦ ଜଣଙ୍କ ଜୀବନ ନେଇଛି। ଏଥିରେ ଆଉ ୪୧ ଜଣ ଆହତ ହୋଇଛନ୍ତି। ମୃତାହତମାନେ ଗୋଟିଏ ବସ୍‌ରେ ଯାଉଥିବା ବେଳେ ଟ୍ରକ ସହ ଏହାର ଧକ୍କା ହୋଇଥିଲା। ଘଟଣାରେ ଆହତ ହୋଇଥିବା ୪୧ ଜଣଙ୍କ ମଧ୍ୟରୁ ୧୨ ଜଣଙ୍କୁ ଲକ୍ଷ୍ନୌ ସ୍ଥିତ ଟ୍ରମା ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନେ ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ହସ୍ପିଟାଲରେ ଆହତଙ୍କୁ ଦେଖିବାକୁ ଯାଇଥିବା ଲକ୍ଷ୍ନୌର […]

jacob

jacob

Hemant Lenka
  • Published: Thursday, 29 September 2022
  • Updated: 29 September 2022, 10:15 AM IST

Sports

Latest News

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଖିମପୁର ଖେରିରେ ବୁଧବାର ଘଟିଥିବା ଭୟଙ୍କର ସଡ଼କ ଦୁର୍ଘଟଣା ୧୦ ଜଣଙ୍କ ଜୀବନ ନେଇଛି। ଏଥିରେ ଆଉ ୪୧ ଜଣ ଆହତ ହୋଇଛନ୍ତି। ମୃତାହତମାନେ ଗୋଟିଏ ବସ୍‌ରେ ଯାଉଥିବା ବେଳେ ଟ୍ରକ ସହ ଏହାର ଧକ୍କା ହୋଇଥିଲା। ଘଟଣାରେ ଆହତ ହୋଇଥିବା ୪୧ ଜଣଙ୍କ ମଧ୍ୟରୁ ୧୨ ଜଣଙ୍କୁ ଲକ୍ଷ୍ନୌ ସ୍ଥିତ ଟ୍ରମା ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନେ ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ତେବେ ହସ୍ପିଟାଲରେ ଆହତଙ୍କୁ ଦେଖିବାକୁ ଯାଇଥିବା ଲକ୍ଷ୍ନୌର ଡିଭଜନାଲ କମିଶନର ରୋଶନ ଜ୍ୟାକବ ସେମାନଙ୍କ ପରିବାର ଲୋକଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ କାନ୍ଦି ପକାଇଛନ୍ତି। ଏହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସାମ୍ନାକୁ ଆସିଥିବା ଭିଡିଓରେ କମିଶନର ଜ୍ୟାକବ ଲୁହ ଛଳଛଳ ଆଖିରେ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ଛୋଟ ପିଲାର ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝଛନ୍ତି। ଏହି ସମୟରେ ପିଲାଟିର ମା’ ମଧ୍ୟ ବେଡ ପାଖରେ ଉପସ୍ଥିତ ଥିଲେ। ସେ କମିଶନରଙ୍କୁ ଆହତ ଯୋଡ଼ି ପୁଅକୁ ବଞ୍ଚାଇ ଦେବାକୁ ଅନୁରୋଧ କରିଥିଲେ। ଏହା ଶୁଣି ଜ୍ୟାକବ ଆହୁରି ଭାଙ୍ଗି ପଡ଼ିଥିଲେ। ତୁରନ୍ତ ସେ ଅଧିକାରୀମାନଙ୍କୁ ଡାକି ପିଲାଟିର ଚିକିତ୍ସା ଭଲ ଭାବେ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଜଣେ ବ୍ୟୁରୋକ୍ରାଟଙ୍କ ଏପରି କାନ୍ଦ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୋଶାଲ ମିଡିଆରେ କମିଶନର ରୋଶନ ଜ୍ୟାକବଙ୍କୁ ସମସ୍ତେ ପ୍ରଶଂସା କରିବା ସହ ତାଙ୍କ ସମ୍ବେଦନଶୀଳତାକୁ ସାଧୁବାଦ ଜଣାଇଛନ୍ତି।

ୟୁପି ପୁଲିସ୍‌ର ସୂଚନା ଅନୁଯାୟୀ, ବସ୍‌ଟି ଯାତ୍ରୀଙ୍କୁ ଧରି ଧାଉରାହରରୁ ଲକ୍ଷ୍ନୌ ଯାଉଥିଲା। ତେବେ ଏନଏଚ୍‌ ୩୭୦ରେ ସାମ୍ନା ପଟୁ ଆସୁଥିବା ଗୋଟିଏ ଟ୍ରକ୍‌ ସହ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୭ ଜଣଙ୍କ ଜୀବନ ଯାଇଥିଲା। ସେହିପରି ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣ ଆଖି ବୁଜିଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣା ପାଇଁ ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୋଦି ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାର ଲୋକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story