ଘାଇକୁ ଖସିପଡ଼ିଲା ବସ୍‌, ୬ ଜଣଙ୍କ ଜୀବନ ଗଲା

ଚାମ୍ବା: ପୁଣିଥରେ ହିମାଚଳପ୍ରଦେଶର ଚାମ୍ବାରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏଠାକାର ପାହାଡ଼ିଆ ଓ ସଂକୀର୍ଣ୍ଣ ରାସ୍ତାରେ ଯାଉଥିବା ଗୋଟିଏ ଯାତ୍ରୀବାହୀ ବସ୍‌ ଘାଇକୁ ଖସି ପଡ଼ିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ବସ୍‌ଟି ଟୀସାରେ ଥିବା ମଙ୍ଗଲିରୁ ଯାତ୍ରୀଙ୍କୁ […]

Bus-accident

Hemant Lenka
  • Published: Wednesday, 10 March 2021
  • , Updated: 10 March 2021, 12:18 PM IST

ଚାମ୍ବା: ପୁଣିଥରେ ହିମାଚଳପ୍ରଦେଶର ଚାମ୍ବାରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏଠାକାର ପାହାଡ଼ିଆ ଓ ସଂକୀର୍ଣ୍ଣ ରାସ୍ତାରେ ଯାଉଥିବା ଗୋଟିଏ ଯାତ୍ରୀବାହୀ ବସ୍‌ ଘାଇକୁ ଖସି ପଡ଼ିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି।

ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ବସ୍‌ଟି ଟୀସାରେ ଥିବା ମଙ୍ଗଲିରୁ ଯାତ୍ରୀଙ୍କୁ ଧରି ଚାମ୍ବା ଆସୁଥିଲା। ତେବେ ଅଧା ବାଟରେ ପାହାଡ଼ିଆ ରାସ୍ତା ଯୋଗୁ ଡ୍ରାଇଭର ଜଣଙ୍କ ଭାରସାମ୍ୟ ହରାଇଥିଲେ।

ଫଳରେ ବସଟି ଘାଇକୁ ଖସି ପଡ଼ିଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବସ୍‌ଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଘଟଣାସ୍ଥଳରେ ହିଁ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଆହତଙ୍କୁ ଚାମ୍ବା ଜିଲ୍ଲା ମୁଖ୍ୟାଳୟରେ ଭର୍ତ୍ତି କରାଯାଇଛି।

ଗତବର୍ଷ ନଭେମ୍ବରରେ ଚାମ୍ବା-ଖଜ୍ଜିଆର ରାସ୍ତାରେ ଭାରସାମ୍ୟ ହରାଇ ଗୋଟିଏ କାର ଘାଇରେ ଖସି ପଡ଼ିବାରୁ ୩ ଜଣଙ୍କ ଜୀବନ ଯାଇଥିଲା।

Related story