ଗୁଜରାଟ ନିର୍ବାଚନ: ଆଜି ପ୍ରଚାରରେ ଲାଗିବ ବ୍ରେକ୍‌

ଅହମ୍ମଦାବାଦ: ଗୁଜରାଟରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ସରୁଛି ପ୍ରଚାର। ଶେଷ ଦିନରେ ୩ ପ୍ରମୁଖ ଦଳ କ୍ୟାମ୍ପେନିଂକୁ ଆହୁରି ଜୋରଦାର କରିବେ। ଏଥିପାଇଁ ସକାଳୁ ହିଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ବହୁ ହେଭିୱେଟ୍ ନେତା ଗୁଜରାଟ ବିଭିନ୍ନ ସ୍ଥାନରେ ଘନ ଘନ ପ୍ରଚାର ଆରମ୍ଭ କରିସାରିଲେଣି ଗତକାଲି କନକରେଜ, ପାଟନ୍ ଓ ସୋଜିତରାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ ମଧ୍ୟ […]

Gujarat Assembly elections to end

Madhupriya Mistry
  • Published: Saturday, 03 December 2022
  • , Updated: 03 December 2022, 10:01 AM IST

ଅହମ୍ମଦାବାଦ: ଗୁଜରାଟରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ସରୁଛି ପ୍ରଚାର। ଶେଷ ଦିନରେ ୩ ପ୍ରମୁଖ ଦଳ କ୍ୟାମ୍ପେନିଂକୁ ଆହୁରି ଜୋରଦାର କରିବେ। ଏଥିପାଇଁ ସକାଳୁ ହିଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ବହୁ ହେଭିୱେଟ୍ ନେତା ଗୁଜରାଟ ବିଭିନ୍ନ ସ୍ଥାନରେ ଘନ ଘନ ପ୍ରଚାର ଆରମ୍ଭ କରିସାରିଲେଣି

ଗତକାଲି କନକରେଜ, ପାଟନ୍ ଓ ସୋଜିତରାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ ମଧ୍ୟ ଅହମ୍ମଦାବାଦରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଥିଲେ ଭୋଟ।

ଡିସେମ୍ବର ୫ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣରେ ମୋଟ ୧୮୨ ସିଟ ବିଶିଷ୍ଟ ବିଧାନସଭା ଆସନ ମଧ୍ୟରୁ ୯୩ଟି ସିଟ୍‌ରେ ମତଦାନ ହେବ। ୮୩୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ପ୍ରଥମ ପର୍ଯ୍ୟାୟରେ ୮୯ଟି ସିଟ୍ ପାଇଁ ଭୋଟ୍ ଗ୍ରହଣ ସରିଛି। ଡିସେମ୍ବର ୮ରେ ଭୋଟ ଗଣନା କାର୍ଯ୍ୟକ୍ରମ ରହିଛି।

Related story