ବିଜେପି ନେତାଙ୍କ ପୁଅଙ୍କ ଦାଦାଗିରି, କଲେଜ ଭିତରେ ପଶି ପିଟିଲେ

ହାଇଦ୍ରାବାଦ: ବିଜେପି ନେତାଙ୍କ ପୁଅଙ୍କ ଦାଦାଗିରି। କଲେଜ ଭିତରେ ପଶି ଛାତ୍ରଙ୍କ ସହ କଲେ ମାରପିଟ୍। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦର ଏକ ଘରୋଇ କଲେଜରେ। ତେଲେଙ୍ଗାନା ବିଜେପି ମୁଖ୍ୟ ବନ୍ଦି ସଞ୍ଜୟ କୁମାରଙ୍କ ପୁଅ କଲେଜ ଭିତରେ ପଶି ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ମାରପିଟ୍‌ର ଭିଡିଓ ଭାଇରାଲ ହେବା ପରେ ମହିନ୍ଦ୍ରା ବିଶ୍ୱବିଦ୍ୟାଳୟର ଅଭିଯୋଗ ଆଧାରରେ ନେତାଙ୍କ ପୁଅ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଓ ପୀଡିତ ଉଭୟ […]

bjp-chiefs-son-assaults

Madhupriya Mistry
  • Published: Wednesday, 18 January 2023
  • , Updated: 18 January 2023, 11:47 AM IST

ହାଇଦ୍ରାବାଦ: ବିଜେପି ନେତାଙ୍କ ପୁଅଙ୍କ ଦାଦାଗିରି। କଲେଜ ଭିତରେ ପଶି ଛାତ୍ରଙ୍କ ସହ କଲେ ମାରପିଟ୍। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦର ଏକ ଘରୋଇ କଲେଜରେ।

ତେଲେଙ୍ଗାନା ବିଜେପି ମୁଖ୍ୟ ବନ୍ଦି ସଞ୍ଜୟ କୁମାରଙ୍କ ପୁଅ କଲେଜ ଭିତରେ ପଶି ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ମାରପିଟ୍‌ର ଭିଡିଓ ଭାଇରାଲ ହେବା ପରେ ମହିନ୍ଦ୍ରା ବିଶ୍ୱବିଦ୍ୟାଳୟର ଅଭିଯୋଗ ଆଧାରରେ ନେତାଙ୍କ ପୁଅ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଓ ପୀଡିତ ଉଭୟ ଛାଛ୍ର ମହିନ୍ଦ୍ରା ବିଶ୍ୱବିଦ୍ୟାଳୟର ବୋଲି ଜଣାପଡିଛି।

ଭାଇରାଲ ଭିଡିଓରେ ବିଜେପି ନେତାଙ୍କ ପୁଅ ଭାଗିରଥ କଲେଜ ପରିସରରେ ଛାତ୍ର ଶ୍ରୀରାମଙ୍କୁ ବାରମ୍ବାର ଚାପୁଡା ମାରୁଥିବା ଦେଖିବାକୁ ମିଳିଛି। ଆଉ ଜଣେ ବ୍ୟକ୍ତି ମଧ୍ୟ ଶ୍ରୀରାମକୁ ମାଡ ମାରୁଥିବା ନଜର ଆସିଛନ୍ତି।

ଅନ୍ୟ ଏକ ଭିଡିଓରେ ପ୍ରାୟ ୫ରୁ ୬ ଅନ୍ୟ ଛାତ୍ର ଶ୍ରୀରାମଙ୍କୁ ହଷ୍ଟେଲ ରୁମ୍ ଭିତରେ ଗୁଳିଗୁଲଜ କରିବା ସହ ମାରପିଟ୍ କରୁଥିବା ଦେଖିବାକୁ ମିଳିଛି। ଏହି ୫ରୁ ୬ ଛାତ୍ରଙ୍କ ମଧ୍ୟରେ ତେଲେଙ୍ଗାନା ବିଜେପି ମୁଖ୍ୟ ସଞ୍ଜୟ କୁମାର ମଧ୍ୟ ସାମିଲ ଥିବା ଜଣାପଡିଛି।

https://twitter.com/ysathishreddy/status/1615328096089165825?s=20&t=Ol4M6bBuDz6bJsZcnjOfyA

ସେପଟେ ମାଡ ମାରିବା ଅଭିଯୋଗକୁ ନେଇ ଭାଗୀରଥ ସାଇ ଦାବି କରିଛନ୍ତି ଯେ ଶ୍ରୀରାମ ତାଙ୍କ ସହପାଠୀଙ୍କ ଭଉଣୀ ସହିତ ଅସଦାଚରଣ କରିଛନ୍ତି। ବିଳମ୍ବିତ ରାତିରେ ବନ୍ଦୀ ସଞ୍ଜୟ କୁମାରଙ୍କ କାର‌୍ୟ୍ୟାଳୟ ମଧ୍ୟ ଏକ ଭିଡିଓ ଜାରି କରିଛି ଯେଉଁଥିରେ ଶ୍ରୀରାମ ଝିଅ ସହିତ ଅସଦାଚରଣ କରିଥିବା ସ୍ୱୀକାର କରୁଥିବା ଦେଖିବାକୁ ମିଳିଛି, ତେଣୁ ତାଙ୍କୁ ଭାଗୀରଥ ଏବଂ ଅନ୍ୟ କିଛି ଛାତ୍ର ମାଡ ମାରିଥିଲେ।

Related story