ଏନଜିଓକୁ ବିଦେଶ ପାଣ୍ଠି: ୪୦ଟି ସ୍ଥାନରେ ସିବିଆଇର ରେଡ୍‌, ସରକାରୀ କର୍ମଚାରୀ ଅଟକ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଏନଜିଓଗୁଡ଼ିକୁ ବିଦେଶରୁ ମିଳୁଥିବା ଅନୁଦାନ ଘଟଣାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ ତଦନ୍ତ ଆରମ୍ଭ କରିଛି ସିବିଆଇ। ଆଜି ସିବିଆଇ ୫ ଜଣ ସରକାରୀ କର୍ମଚାରୀଙ୍କ ସମେତ ମୋଟ ୧୦ ଜଣଙ୍କୁ ଅଟକ ରଖି ଘଟଣାର ଖୋଳତାଡ଼ କରୁଛି। ଏଥିସହ ଦେଶର ୪୦ଟି ସ୍ଥାନରେ ସିବିଆଇ ପକ୍ଷରୁ ରେଡ୍‌ ମଧ୍ୟ କରାଯାଇଛି। ସରକାରୀ ଅଧିକାରୀମାନେ ଲାଞ୍ଚ ନେଇ ଏନଜିଓ ଗୁଡ଼ିକ ଉପରେ ବିଦେଶୀ ଅନୁଦାନ ପାଇଁ ଲାଗୁ ହେଉଥିବା ଆଇନରେ ବ୍ୟାପକ ଚଞ୍ଚକତା […]

CBI

Hemant Lenka
  • Published: Tuesday, 10 May 2022
  • , Updated: 10 May 2022, 09:36 PM IST

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଏନଜିଓଗୁଡ଼ିକୁ ବିଦେଶରୁ ମିଳୁଥିବା ଅନୁଦାନ ଘଟଣାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ ତଦନ୍ତ ଆରମ୍ଭ କରିଛି ସିବିଆଇ। ଆଜି ସିବିଆଇ ୫ ଜଣ ସରକାରୀ କର୍ମଚାରୀଙ୍କ ସମେତ ମୋଟ ୧୦ ଜଣଙ୍କୁ ଅଟକ ରଖି ଘଟଣାର ଖୋଳତାଡ଼ କରୁଛି। ଏଥିସହ ଦେଶର ୪୦ଟି ସ୍ଥାନରେ ସିବିଆଇ ପକ୍ଷରୁ ରେଡ୍‌ ମଧ୍ୟ କରାଯାଇଛି। ସରକାରୀ ଅଧିକାରୀମାନେ ଲାଞ୍ଚ ନେଇ ଏନଜିଓ ଗୁଡ଼ିକ ଉପରେ ବିଦେଶୀ ଅନୁଦାନ ପାଇଁ ଲାଗୁ ହେଉଥିବା ଆଇନରେ ବ୍ୟାପକ ଚଞ୍ଚକତା କରିଥିବା କୁହାଯାଉଛି।

କିଛି ସରକାରୀ ଅଧିକାରୀ ବେଆଇନ ଭାବେ ବିଦେଶୀ ପାଣ୍ଠି ସଂଗ୍ରହ ପାଇଁ ଏନଜିଓ ସଂସ୍ଥାକୁ Foreign Contribution Regulation Act (FCRA) ଅନୁମତି ଦେଇଥିବା ସିବିଆଇ ଜାଣିବାକୁ ପାଇଛି। ଖୋଦ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କିଛି ଅଧିକାରୀ ଏହି ଲାଞ୍ଚ କାରବାରରେ ସାମିଲ ରହିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀ, ଏନଜିଓର ପ୍ରତିନିଧି ଓ ମଧ୍ୟସ୍ଥିମାନଙ୍କ ମଧ୍ୟରେ ଲାଞ୍ଚ କାରବାର ଚାଲିଥିବା ବେଳେ ସିବିଆଇ ସେମାନଙ୍କୁ ରଙ୍ଗେହାତ ଧରିଛି।

ବିଦେଶୀ ପାଣ୍ଠି ଗ୍ରହଣ କରିବାର ଅନୁମତି ଦେବାକୁ ଏପରି ଲାଞ୍ଚ କାରବାର ହେଉଥିଲା। ଏହି ଘଟଣା ପରେ ଦେଶର ୧୨ଟି ଏନଜିଓ ସଂସ୍ଥା ସିବିଆଇ ସ୍କାନରକୁ ଆସିଛନ୍ତି। ସିବିଆଇ କହିଛି ଯେ ହାୱାଲ ଚ୍ୟାନେଲ ଜରିଆରେ ପ୍ରାୟ ୨ କୋଟି ଟଙ୍କାର ନେଣଦେଣ ହୋଇଛି। ଦିଲ୍ଲୀ, ରାଜସ୍ଥାନ, ଚେନ୍ନାଇ, ମହୀଶୂର ସମେତ ମୋଟ ୪୦ଟି ସ୍ଥାନରେ ରେଡ୍‌ କରାଯିବା ପରେ ଏହି ଟଙ୍କାକୁ ଜବତ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବେଆଇନ କାମର ସୂଚନା ମିଳିବା ପରେ ହିଁ ସିବିଆଇ ଏପରି ରେଡ୍‌ କରିଛି। ଆଗକୁ ମଧ୍ୟ ଏହା ଜାରି ରହିବ।

Related story