ସୁଶାନ୍ତଙ୍କ ମୃତ୍ୟୁ ମାମଲା: ଆଉ କିଛି ଲୋକଙ୍କ ବୟାନ ରେକର୍ଡ କଲା ସିବିଆଇ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଜୋରଦାର ଖୋଳତାଡ଼ ଆରମ୍ଭ କରିଛି। ପୂର୍ବରୁ ସୁଶାନ୍ତଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିବା ସିବିଆଇ ଆଜି ଏହି ମାମଲାର ଗୁରୁତ୍ୱପୂର୍ଣ୍ଣ ସାକ୍ଷୀ କୁହାଯାଉଥିବା ଲୋକଙ୍କ ବୟାନ ରେକର୍ଡ କରିଛି। ତେବେ ସିବିଆଇ ବୟାନ ରେକର୍ଡ କରିଥିବା ଲୋକଙ୍କ ନାଁ ସାର୍ବଜନୀନ କରିନାହିଁ। ସୁଶାନ୍ତଙ୍କ ବାପା କେକେ ସିଂହ ପାଟନା ଥାନାରେ ଏତଲା ଦେବା ପରେ ଏହାକୁ ନେଇ ନୂଆ ଟ୍ୱିଷ୍ଟ ଆସିଥିଲା। ବିହାର […]

dt

Hemant Lenka
  • Published: Friday, 14 August 2020
  • , Updated: 14 August 2020, 04:17 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଜୋରଦାର ଖୋଳତାଡ଼ ଆରମ୍ଭ କରିଛି। ପୂର୍ବରୁ ସୁଶାନ୍ତଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିବା ସିବିଆଇ ଆଜି ଏହି ମାମଲାର ଗୁରୁତ୍ୱପୂର୍ଣ୍ଣ ସାକ୍ଷୀ କୁହାଯାଉଥିବା ଲୋକଙ୍କ ବୟାନ ରେକର୍ଡ କରିଛି। ତେବେ ସିବିଆଇ ବୟାନ ରେକର୍ଡ କରିଥିବା ଲୋକଙ୍କ ନାଁ ସାର୍ବଜନୀନ କରିନାହିଁ।

ସୁଶାନ୍ତଙ୍କ ବାପା କେକେ ସିଂହ ପାଟନା ଥାନାରେ ଏତଲା ଦେବା ପରେ ଏହାକୁ ନେଇ ନୂଆ ଟ୍ୱିଷ୍ଟ ଆସିଥିଲା। ବିହାର ସରକାରଙ୍କ ସୁପାରିସ କ୍ରମେ ସିବିଆଇ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବିହାରରେ ଯେଉଁ ଏତଲା ହୋଇଛି ସେହି ଆଧାରରେ ସିବିଆଇ ଘଟଣାର ତଦନ୍ତ କରୁଛି। ସିବିଆଇ ନିଜ ତରଫରୁ ରୁଜୁ କରିଥିବା ମାମଲାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁ ରହିଛି।

କେଉଁ ପରିସ୍ଥିତିରେ ସୁଶାନ୍ତ ଆତ୍ମହତ୍ୟା କଲେ ଓ ଏହା ପଛରେ କି ଷଡ଼ଯନ୍ତ୍ର ରହିଛି, ସେକଥା ଠାବ କରିବା ପାଇଁ ସିବିଆଇ ଜୋରଦାର ଉଦ୍ୟମ କରୁଛି। ସୁପ୍ରିମକୋର୍ଟରେ ଶୁଣାଣି ବେଳେ ବି ସିବିଆଇ ମୁମ୍ବାଇକୁ ମାମଲା ସ୍ଥାନାନ୍ତର ପାଇଁ ରିୟା କରିଥିବା ଆବେଦନକୁ ବିରୋଧ କରିଥିଲା।

Related story