କୋର୍ବେଭାକ୍ସ ଓ କୋଭୋଭାକ୍ସ ଟିକାକୁ ଅନୁମତି

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ଆଉ ଏକ ସଫଳତା। ଆଉ ଦୁଇଟି ଟିକାକୁ ମିଳିଲା ଗ୍ରୀନ୍‌ ସିଗ୍‌ନାଲ। କୋର୍ବେଭାକ୍ସ ଓ କୋଭୋଭାକ୍ସ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଏହି ଦୁଇଟି ଟିକା ସହ ଆଣ୍ଟି ଭାଇରାଲ ଡ୍ରଗ୍ ମୋଲନୁପିରାଭିରର ଜରୁରୀ ବ୍ୟବହାର ପାଇଁ CDSCOର ଅନୁମତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ‘କୋର୍ବେଭାକ୍ସ ଟିକା ହେଉଛି ଭାରତର ପ୍ରଥମ ସ୍ୱଦେଶୀ’ […]

VACCINE

Madhupriya Mistry
  • Published: Tuesday, 28 December 2021
  • , Updated: 28 December 2021, 11:53 AM IST

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ଆଉ ଏକ ସଫଳତା। ଆଉ ଦୁଇଟି ଟିକାକୁ ମିଳିଲା ଗ୍ରୀନ୍‌ ସିଗ୍‌ନାଲ। କୋର୍ବେଭାକ୍ସ ଓ କୋଭୋଭାକ୍ସ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଏହି ଦୁଇଟି ଟିକା ସହ ଆଣ୍ଟି ଭାଇରାଲ ଡ୍ରଗ୍ ମୋଲନୁପିରାଭିରର ଜରୁରୀ ବ୍ୟବହାର ପାଇଁ CDSCOର ଅନୁମତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

'କୋର୍ବେଭାକ୍ସ ଟିକା ହେଉଛି ଭାରତର ପ୍ରଥମ ସ୍ୱଦେଶୀ' ଆରବିଡି ପ୍ରୋଟିନ୍ ସବ୍-ୟୁନିଟ୍ 'ଟିକା। ଭାରତରେ ଏହା ହେଉଛି ତୃତୀୟ ଟିକା। ଏହାକୁ ହାଇଦ୍ରାବାଦ ଭିତ୍ତିକ ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି।

ସେହିପରି ନାନୋପାର୍ଟିକଲ୍ ଟିକା କୋଭାଭାକ୍ସକୁ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ହେବ। ଦେଶର ୧୩ଟି କମ୍ପାନୀ ଦ୍ୱାରା ଆଣ୍ଟିଭାଇରାଲ୍ ଡ୍ରଗ୍ Molnupiravir ପ୍ରସ୍ତୁତ ହେବ। ବୟସ୍କ ରୋଗୀ କିମ୍ବା COVID-19 ର ବିପଦ ଥିବା ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଏହା ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହୃତ ହେବ। ଏହି ସମସ୍ତ ଅନୁମୋଦନ ଦ୍ୱାରା ମହାମାରୀ ବିରୋଧରେ ଲଢ଼େଇକୁ ଆହୁରି ଦୃଢ଼ କରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ସୂଚନା ମୁତାବକ, ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଏପର୍ଯ୍ୟନ୍ତ କୋଭିସିଲ୍ଡ, କୋଭାକ୍ସିନ୍, ଜାଇକୋଭି-ଡି, ସ୍ପୁଟ୍ନିକ୍ ଭି, ମଡେର୍ଣ୍ଣା , ଜନସନ ଆଣ୍ଡ ଜନସନକୁ ଅନୁମତି ମିିଳିସାରିଛି। ଏବେ ଏହି ତାଲିକାରେ କୋର୍ବେଭାକ୍ସ ଏବଂ କୋଭୋଭାକ୍ସ ସାମିଲ ହୋଇଛି।

କେନ୍ଦ୍ରୀୟ ଡ୍ରଗ୍ସ ଅଥରିଟିର ଏକ ବିଶେଷଜ୍ଞ କମିଟି ସୋମବାର ଦିନ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିଡ୍ ଟିକା କୋଭାଭାକ୍ସ ଏବଂ ବାୟୋଲୋଜିକାଲ୍ ଇ କମ୍ପାନୀର ଭୋର୍ବେଭାକ୍ସ ଟିକାକୁ କିଛି ସର୍ତ୍ତ ସହ ଜରୁରୀକାଳୀନ ବ୍ୟବହାର ପାଇଁ ସୁପାରିଶ କରିବାକୁ ପରାମର୍ଶ ଦେଇଥିଲା। ଏଥିସହ, ଜରୁରୀକାଳୀନ ପରିସ୍ଥିତିରେ ଦେଶରେ କୋଭିଡ ଡ୍ରଗ୍ Molnupiravir ବ୍ୟବହାରକୁ SEC ସୁପାରିଶ କରିଥିଲା। ଏ ବାବଦରେ ପ୍ରଥମ ଆବେଦନ ଅକ୍ଟୋବରରେ SIIର ସରକାରୀ ତଥା ନିୟାମକ ବ୍ୟାପାର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂଙ୍କ ଦ୍ୱାରା ଦାଖଲ କରାଯାଇଥିଲା।

https://twitter.com/mansukhmandviya/status/1475699946544570372?s=20

https://twitter.com/mansukhmandviya/status/1475699951757774848?s=20

Related story