ଶିଶୁ ଓ ମହିଳା ଚାଲାଣ ଉପରେ ଲାଗିବ ରୋକ୍, କେନ୍ଦ୍ର ପ୍ରସ୍ତୁତ କରୁଛି ନୂଆ ବିଲ୍

ନୂଆଦିଲ୍ଲୀ: ମହିଳା ଏବଂ ଶିଶୁ ଚାଲାଣ ରୋକିବା ପାଇଁ କେନ୍ଦ୍ର ସରକାର ଏକ ବିଲ୍ ପ୍ରସ୍ତୁତ କରୁଛନ୍ତି। କେନ୍ଦ୍ର ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ଏହି ବିଲକୁ ଆଇନରେ ପରିଣତ କରି ଦେଶରେ ହେଉଥିବା ମହିଳା ଓ ଶିଶୁ ଚାଲାଣ ଉପରେ ରୋକ୍ ଲଗାଇବାକୁ ଲକ୍ଷ୍ୟ ରଖିଛି। କିଭଳି ଚାଲାଣରେ ଶିକାର ହୋଇଥିବା ମହିଳା ଏବଂ ଶିଶୁଙ୍କୁ ସୁରକ୍ଷା ଦେଇ ହେବ ତା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ତେବେ ସଂସଦରେ ଏହି ପ୍ରସ୍ତାବିତ୍ […]

Rape Graphics

Subhransu Sekhar
  • Published: Sunday, 04 July 2021
  • , Updated: 04 July 2021, 06:25 PM IST

ନୂଆଦିଲ୍ଲୀ: ମହିଳା ଏବଂ ଶିଶୁ ଚାଲାଣ ରୋକିବା ପାଇଁ କେନ୍ଦ୍ର ସରକାର ଏକ ବିଲ୍ ପ୍ରସ୍ତୁତ କରୁଛନ୍ତି। କେନ୍ଦ୍ର ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ଏହି ବିଲକୁ ଆଇନରେ ପରିଣତ କରି ଦେଶରେ ହେଉଥିବା ମହିଳା ଓ ଶିଶୁ ଚାଲାଣ ଉପରେ ରୋକ୍ ଲଗାଇବାକୁ ଲକ୍ଷ୍ୟ ରଖିଛି। କିଭଳି ଚାଲାଣରେ ଶିକାର ହୋଇଥିବା ମହିଳା ଏବଂ ଶିଶୁଙ୍କୁ ସୁରକ୍ଷା ଦେଇ ହେବ ତା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ତେବେ ସଂସଦରେ ଏହି ପ୍ରସ୍ତାବିତ୍ ବିଲ୍ ଆଗତ ହେବା ପୂର୍ବରୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ପାଇବ।

ତେବେ ଏହି ବିଲ୍ ପ୍ରସ୍ତାବିତ ରହିଛି। ଯଦି କେହି ବିଲ ବାବଦରେ ପ୍ରସ୍ତାବ ଦେବାକୁ ଚାହୁଁଛନ୍ତି ତାହେଲେ ଜୁଲାଇ ୧୪ ସୁଦ୍ଧା ଦେବାକୁ କୁହାଯାଇଛି। ଜୁଲାଇ ୧୯ରେ ସଂସଦର ମୌସୁମୀ ଅଧିବେଶନ ବସିବ। ଏହା ଚଳିତ ବର୍ଷର ପ୍ରଥମ ଅଧିବେଶନ ହେବ। ଏହି ସମୟରେ କେନ୍ଦ୍ର ସରକାର ଏହି ବିଲ୍ ସଂସଦରେ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି।

ବ୍ୟକ୍ତି ବିଶେଷ ମୁଖ୍ୟତଃ ମହିଳା ଏବଂ ଶିଶୁ ଚାଲାଣକୁ ରୋକିବା ଏବଂ ଏହାର ମୁକାବିଲା କରିବା ସହିତ ପୀଡିତମାନଙ୍କୁ ସେମାନଙ୍କର ଅଧିକାରକୁ ସୁରକ୍ଷା ଦେବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିସହିତ ଚାଲାଣର ଶିକାର ବ୍ୟକ୍ତିଙ୍କୁ କିଭଳି ସୁରକ୍ଷା ଯୋଗାଇ ହେବ, ଥଇଥାନ କରିହେବ ସେ ନେଇ ଗୁରୁତ୍ୱାରୋପ କରାଯାଉଥିବା ସୂଚନା ରହିଛି। ଥଇଥାନ ସହିତ ପୀଡ଼ିତାଙ୍କୁ ଆର୍ଥିକ ସହାୟତା ସେମାନେ ଯେଉଁଠି ରହିବେ ସେଠାରେ କିଭଳି ଅନୁକୁଳ ସାମାଜିକ ପରିବେଶ ସୃଷ୍ଟି କରି ହେବ ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ଚାଲାଣରେ ଯେଉଁମାନଙ୍କର ସଂପୃକ୍ତି ରହିଥିବ ସେମାନଙ୍କୁ କିଭଳି ଚିହ୍ନଟ କରାଯିବ ଓ ଅପରାଧୀଙ୍କୁ ସୁନିଶ୍ଚିତ କରିବା ଏହି ବିଲର ଲକ୍ଷ୍ୟ ବୋଲି ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି। ତେବେ ଏହା ରାଜ୍ୟ ରାଜ୍ୟ ଭିତରେ ହେଉଥିବା ଚାଲାଣ ବ୍ୟତୀତ ସୀମା ଆରପାରି କ୍ଷେତ୍ରରେ ମଧ୍ୟ ଲାଗୁ ହେବ ବୋଲି ଜଣାପଡ଼ିଛି।

Related story