ଲାଗୁ ହେବ କି ଲକଡାଉନ? ରାଜ୍ୟଗୁଡ଼ିକ ପାଇଁ ଗାଇଡଲାଇନ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ଆଜି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ସଂକ୍ରମଣକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଲକଡାଉନ ଓ କଣ୍ଟେନମେଣ୍ଟ ଜୋନ୍‌ ଉପରେ ଫୋକସ କରିବାକୁ ରାଜ୍ୟଗୁଡ଼ିକୁ କହିଛନ୍ତି। ତେବେ ଲକଡାଉନ ବା ବ୍ୟାପକ ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ୍‌ କେତେ ବେଳେ ଲାଗୁ ହୋଇପାରିବ, ସେ ସମ୍ପର୍କରେ ଗାଇଡଲାଇନରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବିସ୍ତୃତ ଭାବେ ନିୟମ ଉଲ୍ଲେଖ କରିଛି। ନିୟମ ଅନୁସାରେ, କୌଣସି ରାଜ୍ୟରେ […]

contenment

Hemant Lenka
  • Published: Monday, 26 April 2021
  • , Updated: 26 April 2021, 08:54 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ଆଜି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ସଂକ୍ରମଣକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଲକଡାଉନ ଓ କଣ୍ଟେନମେଣ୍ଟ ଜୋନ୍‌ ଉପରେ ଫୋକସ କରିବାକୁ ରାଜ୍ୟଗୁଡ଼ିକୁ କହିଛନ୍ତି। ତେବେ ଲକଡାଉନ ବା ବ୍ୟାପକ ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ୍‌ କେତେ ବେଳେ ଲାଗୁ ହୋଇପାରିବ, ସେ ସମ୍ପର୍କରେ ଗାଇଡଲାଇନରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବିସ୍ତୃତ ଭାବେ ନିୟମ ଉଲ୍ଲେଖ କରିଛି।

ନିୟମ ଅନୁସାରେ, କୌଣସି ରାଜ୍ୟରେ ପଜିଟିଭିଟି ରେଟ୍‌ ସପ୍ତାହେ ଧରି ୧୦% ଉପରେ ରହୁଥିବ ଓ ହସ୍ପିଟାଲରେ ୬୦%ରୁ ଅଧିକ ବେଡ୍‌ ପୂର୍ଣ୍ଣ ହୋଇସାରିଥିବ ସେତେବେଳେ ହିଁ ରାଜ୍ୟ ସରକାରମାନେ କଟକଣା ଲାଗୁ କରିପାରିବେ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଧାର୍ଯ୍ୟ ମାନଦଣ୍ଡ ଆଧାରରେ ଜିଲ୍ଲା, ସହର ଓ ଆଞ୍ଚଳିକସ୍ତରରେ କଣ୍ଟେନମେଣ୍ଟ ଜୋନ୍ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। କେଉଁଠାରେ ଓ କେତେବେଳେ ରାଜ୍ୟମାନେ ଲକଡାଉନ ବା ମନ୍ତ୍ରଣାଳୟ ଭାଷାରେ ବିଶାଳ କଣ୍ଟେନମେଣ୍ଟ ଜୋନ୍‌ ଲାଗୁ କରିପାରିବେ, ସେଥିପାଇଁ ନିୟମ ଧାର୍ଯ୍ୟ କରାଯାଇଛି।

ବିଶାଳ କଣ୍ଟେନମେଣ୍ଟ ଜୋନ ଘୋଷଣା ପୂର୍ବରୁ ଏଥିପାଇଁ ଉପଯୁକ୍ତ ନିୟମକୁ ପାଳନ କରିବାକୁ ପଡ଼ିବ। ସେହିପରି କେତେ ଲୋକ ସଂକ୍ରମିତ ହୋଇଛନ୍ତି, ଭୌଗଳିକ ଆକାର ଅନୁସାରେ ସଂକ୍ରମଣ, ହସ୍ପିଟାଲ ଭିତ୍ତିଭୂମି ଓ ଲୋକବଳ ଆଦିକୁ ବିଚାରକୁ ନିଆଯିବ। ତା’ ପରେ ହିଁ ବିଶାଳ କଣ୍ଟେନମେଣ୍ଟ ଲାଗୁ କରାଯାଇପାରିବ।

ଯଦି ଗୋଟିଏ ସପ୍ତାହ ପାଇଁ ୧୦ଟି ନମୁନା ପରୀକ୍ଷା କରାଗଲେ ଗୋଟିଏ ପଜିଟିଭ ଆସୁଥିବ ଓ ହସ୍ପିଟାଲର ମୋଟ ବେଡ୍‌ ସଂଖ୍ୟାରୁ ୬୦%ରେ ଆକ୍ରାନ୍ତ ଚିକିତ୍ସିତ ହେଉଥିବେ, ତା’ହେଲେ ଲକଡାଉନ ବା ବିଶାଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇପାରିବ। କଟକଣା ଅତିକମରେ ୧୪ ଦିନ ପାଇଁ ଲାଗୁ ହେବ।

କଣ୍ଟେନମେଣ୍ଟ ପାଇଁ କୌଣସି ସ୍ଥାନ ଚିହ୍ନଟ ହେବା ପରେ ସେଠାରେ କ’ଣ ସବୁ ବ୍ୟବସ୍ଥା ହେବ, ତା’ର ଗାଇଡଲାଇନ ମଧ୍ୟ କେନ୍ଦ୍ର ସରକାର ଜାରି କରିଛନ୍ତି।

୧-ନାଇଟ କର୍ଫ୍ୟୁ

୨-ସମସ୍ତ ସାମାଜିକ, ରାଜନୀତିକ, ଧାର୍ମିକ, କ୍ରୀଡ଼ା, ସାଂସ୍କୃତିକ ସମାବେଶ ଓ ସମସ୍ତ ପ୍ରକାରର ପର୍ବପର୍ବାଣୀ ବନ୍ଦ ରହିବ।

୩-କଣ୍ଟେନମେଣ୍ଟ ଜୋନରେ ୫୦ ଜଣ ଲୋକଙ୍କୁ ନେଇ ବାହାଘର ଓ ୨୦ ଜଣ ଲୋକଙ୍କୁ ନେଇ ଶୁଦ୍ଧିକ୍ରିୟା ହେବ।

୪-ଶପିଂ ମଲ, ସିନେମା ହଲ, ରେଷ୍ଟୁରାଣ୍ଟ, ବାର, ସ୍ପୋର୍ଟସ କମ୍ଲେକ୍ସ, ଜିମ, ସ୍ପା, ସୁଇମିଂ ପୁଲ ଓ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ।

୫-ଉଭୟ ଘରୋଇ ଓ ସରକାରୀ କ୍ଷେତ୍ରରେ ଜରୁରୀ ସେବାକୁ ଅନୁମତି ମିଳିବ।

୬-ଟ୍ରେନ, ବସ୍‌, ମେଟ୍ରୋ ଓ କ୍ୟାବ୍‌ କ୍ଷମତାର ୫୦% ଅନୁସାରେ ଚାଲିପାରିବ।

୭-ଆନ୍ତଃରାଜ୍ୟ ଯାତାୟାତ ଚାଲି ପାରିବ। ମାଲ ପରିବହନ ଗାଡ଼ି ଉପରେ କଟକଣା ଲାଗୁ ହେବନି।

୮-ଅଫିସ ଗୁଡ଼ିକ ଅଧା କର୍ମଚାରୀଙ୍କୁ ନେଇ ଚାଲି ପାରିବ।

୯-ଇଣ୍ଡଷ୍ଟ୍ରୀ ଓ ସାଇଣ୍ଟିଫିକ ପ୍ରତିଷ୍ଠାନ ସାମାଜିକ ଦୂରତା ନିୟମ ପାଳନ କରି କାର୍ଯ୍ୟ କରିପାରିବେ। ସେମାନଙ୍କର ଟେଷ୍ଟ ନିୟମିତ ଭାବେ ଆଣ୍ଟିଜେନ କିଟ୍‌ରେ କରାଯିବ।

Related story