୫ ଟଙ୍କା ଫି' ନେଉଥିବା ଡାକ୍ତରଙ୍କ ପରଲୋକ

ନୂଆଦିଲ୍ଲୀ: ୫ ଟଙ୍କା ଫି’ ନେଇ ରୋଗୀଙ୍କୁ ଦେଖୁଥିବା ଚେନ୍ନାଇର ଲୋକପ୍ରିୟ ଡାକ୍ତର ଭି. ତିରୁଭେଙ୍ଗଡମଙ୍କର ପରଲୋକ ହୋଇଯାଇଛି। ଶନିବାର ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ଅଗଷ୍ଟ ୧୩ ତାରିଖରେ ଛାତିରେ ଯନ୍ତ୍ରଣା ହେବା ପରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କୋଭିଡ୍‌ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଶନିବାର ଭି.ତିରୁଭେଙ୍ଗଡମ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଖୁବ୍ ଅଳ୍ପ ଟଙ୍କାରେ ରୋଗୀଙ୍କର ସେବା […]

doctor55

doctor55

Puspanjali Panda
  • Published: Tuesday, 18 August 2020
  • Updated: 18 August 2020, 11:12 AM IST

Sports

Latest News

ନୂଆଦିଲ୍ଲୀ: ୫ ଟଙ୍କା ଫି’ ନେଇ ରୋଗୀଙ୍କୁ ଦେଖୁଥିବା ଚେନ୍ନାଇର ଲୋକପ୍ରିୟ ଡାକ୍ତର ଭି. ତିରୁଭେଙ୍ଗଡମଙ୍କର ପରଲୋକ ହୋଇଯାଇଛି। ଶନିବାର ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା।

ଅଗଷ୍ଟ ୧୩ ତାରିଖରେ ଛାତିରେ ଯନ୍ତ୍ରଣା ହେବା ପରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କୋଭିଡ୍‌ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଶନିବାର ଭି.ତିରୁଭେଙ୍ଗଡମ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଖୁବ୍ ଅଳ୍ପ ଟଙ୍କାରେ ରୋଗୀଙ୍କର ସେବା କରି ଲୋକପ୍ରିୟ ହୋଇଥିବା ଏହି ଡାକ୍ତରଙ୍କ ମୃତ୍ୟୁରେ ଉତ୍ତର ଚେନ୍ନାଇରେ ରହୁଥିବା ବହୁ ଲୋକ ଦୁଃଖପ୍ରକାଶ କରିଛନ୍ତି।

୧୯୭୩ ମସିହାରେ ଡାକ୍ତର ଭି. ତିରୁଭେଙ୍ଗଡମ ରୋଗୀ ସେବା ଆରମ୍ଭ କରିଥିଲେ। ରୋଗୀମାନଙ୍କୁ କମ୍ ଟଙ୍କା ଓ ସୁବିଧା ମୁତାବକ ଚିକିତ୍ସା କରି ସେ ବେଶ୍ ଜଣାଶୁଣା ଥିଲେ। ମାତ୍ର ୫ ଟଙ୍କା ଫି’ରେ ରୋଗୀ ଦେଖିବା ଆରମ୍ଭ କରି ସମୟକ୍ରମେ ସେ ଏହାକୁ ୫୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ରୋଗୀଙ୍କୁ ସେ ଏତେ ଭଲ ପାଉଥିଲେ ଯେ କେବେ ଛୁଟି ନେଉ ନଥିଲେ। ସ୍ଥାନୀୟ ଅଞ୍ଚଳରେ ସେ ‘୫ ଟଙ୍କିଆ ଡାକ୍ତର’ ଭାବେ ପରିଚିତ ଥିଲେ। ଏହା ଶୁଣିବାକୁ ଭଲ ଲାଗୁ ନଥିଲେ ମଧ୍ୟ ସ୍ଥାନୀୟ ଲୋକେ ଖୁବ୍ ସମ୍ମାନ ଦେଇ ତାଙ୍କରି ଉଦ୍ଦେଶ୍ୟରେ ଏହି ଶବ୍ଦ ବ୍ୟବହାର କରୁଥିଲେ।

ଡାକ୍ତର ଭି. ତିରୁଭେଙ୍ଗଡମଙ୍କ ମୃତ୍ୟୁ ପରେ ଝିଅ ଭି. କଲ୍ୟାନପୁରମ କହିଛନ୍ତି ଯେ ସେ ତାଙ୍କ ବାପାଙ୍କର କ୍ଲିନିକ୍‌ ଚଲାଇବେ। କୋଭିଡ୍‌ -୧୯ ପାଇଁ ମାର୍ଚ୍ଚ ମାସରୁ କ୍ଲିନିକ୍‌ ବନ୍ଦ ହେବା ପରେ ବାପା କେବଳ କିଛି ରେଗୁଲାର୍‌ ରୋଗୀଙ୍କୁ ଫୋନ୍‌ ମାଧ୍ୟମରେ ଚିକିତ୍ସା କରୁଥିଲେ।

୨୫ ବର୍ଷ ଧରି ଭି. ତିରୁଭେଙ୍ଗଡମଙ୍କ ଆସିଷ୍ଟାଣ୍ଟ ଥିବା ଏସ୍‌.ବୁବାଲନ୍‌ କହିଛନ୍ତି, କିଶୋର ଅବସ୍ଥାରେ ମୁଁ ସାର୍‌ଙ୍କ କ୍ଲିନିକ୍‌ରେ ଜଏନ୍‌ କରିଥିଲି। ରୋଗୀଙ୍କୁ ଦେଖିବା ପାଇଁ ମୁଁ ଟୋକେନ୍‌ ବାଣ୍ଟୁଥିଲି। ସନ୍ଧ୍ୟା ସାଢ଼େ ସାତଟା ପର୍ଯ୍ୟନ୍ତ ଆମ କ୍ଲିନିକ୍‌ ଖୋଲା ରହୁଥିଲା। ୪୫ ବର୍ଷ ପୂର୍ବରୁ କ୍ଲିନିକ୍‌ ଆରମ୍ଭ ହେବା ସମୟରେ ରୋଗୀଙ୍କଠାରୁ ୨ ଟଙ୍କା ନିଆଯାଉଥିଲା। ଏହାପରେ ଏହି ଫି’କୁ ୫ ଟଙ୍କା କରାଯାଇଥିଲା। ପ୍ରତ୍ୟେକ ଦିନ ତାଙ୍କ ପାଖକୁ ୧୫୦ରୁ ଅଧିକ ରୋଗୀ ଆସୁଥିଲେ। ସେମାନଙ୍କ ମଧ୍ୟରୁ କିଛି ରୋଗୀ ମାଗଣାରେ ଔଷଧ ନେଇଥା’ନ୍ତି। ତେଣୁ ସାର୍‌ଙ୍କ ମୃତ୍ୟୁ ଆମ ଅଞ୍ଚଳ ପାଇଁ ଏକ ବଡ଼ କ୍ଷତି।

ସୂଚନାଯୋଗ୍ୟ, ୨୦୧୭ରେ ରିଲିଜ୍‌ ହୋଇଥିବା ତାମିଲ ଫିଲ୍ମ ‘ମର୍ସାଲ୍‌’ ପରେ ଭି. ତିରୁଭେଙ୍ଗଡମଙ୍କ ଲୋକପ୍ରିୟତା ବୃଦ୍ଧି ପାଇଥିଲା। ଏହି ଫିଲ୍ମରେ ଅଭିନେତା ବିଜୟ ‘୫ ଟଙ୍କିଆ ଡାକ୍ତର’ ଭାବରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story