ଡ୍ରାଗନ୍‌ ଫ୍ରୁଟ୍‌ରୁ ବ୍ୟାପୁଛି କରୋନା! ସୁପରମାର୍କେଟ୍‌ ସିଲ୍‌

ବେଜିଂ: ଚାରିଆଡେ କରୋନାକୁ ନେଇ ପୁଣି ସୃଷ୍ଟି ହୋଇଛି ହାହାକାର। କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ଏବେ ପୂରା ବିଶ୍ୱରେ ନିଜ କାୟା ବିସ୍ତାର କରିସାରିଲାଣି। ପ୍ରଥମେ କରୋନାର ଯେଉଁଠୁ ଉିତ୍ପତି ହୋଇଥିଲା ସେଠାରେ ଏବେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ଡରାଇଲାଣି।  ବର୍ତ୍ତମାନ ଯାଏଁ କରୋନାର ଯେତିକି ଭାରିଏଣ୍ଟ ସାମ୍ନାକୁ ଆସିଥିଲା ସେଥିରୁ ଖାଦ୍ୟ ଜିନିଷରେ କରୋନା ଭୂତାଣୁ ଥିବା ପ୍ରମାଣ ମିଳିନଥିଲା। କିନ୍ତୁ ଏବେ ଚୀନ୍‌ର ଡ୍ରାଗନ ଫଳରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବା […]

corona in fruit

Madhupriya Mistry
  • Published: Thursday, 06 January 2022
  • , Updated: 06 January 2022, 06:13 PM IST

ବେଜିଂ: ଚାରିଆଡେ କରୋନାକୁ ନେଇ ପୁଣି ସୃଷ୍ଟି ହୋଇଛି ହାହାକାର। କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ଏବେ ପୂରା ବିଶ୍ୱରେ ନିଜ କାୟା ବିସ୍ତାର କରିସାରିଲାଣି। ପ୍ରଥମେ କରୋନାର ଯେଉଁଠୁ ଉିତ୍ପତି ହୋଇଥିଲା ସେଠାରେ ଏବେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ଡରାଇଲାଣି।  ବର୍ତ୍ତମାନ ଯାଏଁ କରୋନାର ଯେତିକି ଭାରିଏଣ୍ଟ ସାମ୍ନାକୁ ଆସିଥିଲା ସେଥିରୁ ଖାଦ୍ୟ ଜିନିଷରେ କରୋନା ଭୂତାଣୁ ଥିବା ପ୍ରମାଣ ମିଳିନଥିଲା। କିନ୍ତୁ ଏବେ ଚୀନ୍‌ର ଡ୍ରାଗନ ଫଳରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ଖବର ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କ ହୋସ୍‌ ଉଡାଇ ଦେଇଛି।

ସବୁଠାରୁ  ଆଶ୍ଚର୍ଯ୍ୟର କଥା ଯେ, ଭିଏତନାମରୁ ଚୀନକୁ ଆସିଥିବା ଡ୍ରାଗନ୍ ଫଳରେ କରୋନାର ଭୂତାଣୁ ମିଳିଛି। ଏହାପରେ ଚୀନ୍ ପ୍ରଶାସନ ସାରା ଦେଶରେ ଥିବା ସୁପର ମାର୍କେଟଗୁଡିକୁ ବନ୍ଦ କରିଦେଇଛନ୍ତି। ରିପୋର୍ଟ ଅନୁସାରେ ଝୋଜିୟାଙ୍ଗ ଓ ଜିୟାଂଶୀ ପ୍ରଦେଶର ୯ଟି ସହରରେ ଫଳ ଗୁଡିକୁ ପରୀକ୍ଷା କରିବା ପରେ ସେଥିରୁ କରୋନା ଭୂତାଣୁ ମିଳିଛି।

ଏହାପରେ ଉକ୍ତ ଫଳକୁ ବିକ୍ରି କରୁଥିବା ଏବଂ କିଣିଥିବା ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ ବିଦେଶରୁ ଆସୁଥିବା ଖାଦ୍ୟ-ପେୟ ଜିନିଷର ପରୀକ୍ଷା ମଧ୍ୟ ଆରମ୍ଭ କରି ଦେଇଛି ଚୀନ୍‌ ପ୍ରଶାସନ।

ସୂଚନା ମୁତାବକ, ୨୦୨୦ ଡିସେମ୍ବରରେ ମଧ୍ୟ ଭିଏତନାମରୁ ଚୀନକୁ ଆସିଥିବା ଡ୍ରାଗନ୍ ଫଳ ଗୁଡିକରେ କରୋନା ଭୂତାଣୁ ମିଳିଥିଲା। ଗତ ସପ୍ତାହରେ ଡ୍ରାଗନ ଫ୍ରୁଟ୍‌ରେ କରେନା ଭାଇରସ ଚିହ୍ନଟ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହା ପରେ ୨୬ ଜାନୁୟାରୀ ପର୍ଯ୍ୟନ୍ତ ଏହାର ଆମଦାନୀ ଉପରେ ରୋକ୍‌ ଲଗାଯାଇଛି। ସେପଟେ ଚୀନ୍‌ରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ସେଠାକାର ଅନେକ ସହରରେ ଲକ୍‌ଡାଉନ୍‌ ମଧ୍ୟ ଲାଗୁ କରାଯାଇଛି।

Related story