ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ଚାଇନା ରାଷ୍ଟ୍ରପତି, କହିଲେ ମିଳିମିଶି କାମ କରିବା

ନୂଆଦିଲ୍ଲୀ: ଭାରତର ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ସଂସଦର ସେଣ୍ଟ୍ରାଲ ହଳରେ ଆଜି ଏକ ଭବ୍ୟ ସମାରୋହରେ ଦ୍ରୌପଦୀ ଗୋପନୀୟତାର ସହ ଶପଥ ଗ୍ରହଣ କରିଛନ୍ତି। ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କୁ ଦେଶ ଓ ଦେଶ ବାହାରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ଅବସରେ ଭାରତର ପଡ଼ୋଶୀ ତଥା ଶତ୍ରୁ ରାଷ୍ଟ୍ର ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ଦ୍ରୌପଦୀଙ୍କୁ ଶୁଭେଚ୍ଛା […]

draupadi

draupadi

Tapas Behera
  • Published: Monday, 25 July 2022
  • Updated: 25 July 2022, 04:24 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ସଂସଦର ସେଣ୍ଟ୍ରାଲ ହଳରେ ଆଜି ଏକ ଭବ୍ୟ ସମାରୋହରେ ଦ୍ରୌପଦୀ ଗୋପନୀୟତାର ସହ ଶପଥ ଗ୍ରହଣ କରିଛନ୍ତି। ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କୁ ଦେଶ ଓ ଦେଶ ବାହାରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ଅବସରେ ଭାରତର ପଡ଼ୋଶୀ ତଥା ଶତ୍ରୁ ରାଷ୍ଟ୍ର ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ଦ୍ରୌପଦୀଙ୍କ ସହ ରାଜନୈତିକ ବୁଝମଣା ଓ ବିଶ୍ୱାସର  ସହ କାମ କରିବାକୁ ପ୍ରସ୍ତୁତ ଅଛନ୍ତି ।

ଉଭୟଙ୍କ ମଧ୍ୟରେ ସହଯୋଗ ସହ ଦୁଇ ଦେଶ ମଧ୍ୟରେ ଥିବା ମତଭେଦ ଦୂର କରିବାକୁ କାମ କରିବେ ବୋଲି ଜିନପିଙ୍ଗ କହିଛନ୍ତି। ଦ୍ରୌପଦୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଜିନ ପିଙ୍ଗ କହିଛନ୍ତି ଯେ, ଚାଇନା ଏବଂ ଭାରତ ହେଉଛି ଦୁଇ ଗୁରୁତ୍ୱପୁର୍ଣ୍ଣ ପଡ଼ୋଶୀ ରାଷ୍ଟ୍ର।  ଉଭୟ ଦେଶ ମଧ୍ୟରେ ଭଲ ସମ୍ପର୍କ ରହିଛି। ଦୁଇ ଦେଶ ମଧ୍ୟରେ ଶାନ୍ତି, ସ୍ଥିରତା ଏବଂ ବିକାଶର ସମ୍ପର୍କ ବିଶ୍ୱ ପରିଚିତ। ଏହି ସମ୍ପର୍କକୁ ଅଧିକ ମଜଭୁତ କରିବାକୁ ସେ ରାଜି ଅଛନ୍ତି।

ତେବେ ଉଭୟ ଦେଶ ମଧ୍ୟରେ ଥିବା ମତଭେଦ ଦୂର ଲାଗି ମୁର୍ମୁଙ୍କ ସହ ସେ ରାଜନୈତିକ ସହଯୋଗର କାମ କରିବେ ବୋଲି କହିଛନ୍ତି । ୬୪ ବର୍ଷୀୟ ମୁର୍ମୁ ଦେଶର କନିଷ୍ଟ ରାଷ୍ଟ୍ରପତି ଭାବେ ବିଜୟୀ ହୋଇଛନ୍ତି। ସ୍ୱାଧିନତା ପରେ ଜନ୍ମ ହୋଇଥିବା ଦ୍ରୌପଦୀ ମୁର୍ମୁ ଆଜି ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଭାରତର ପ୍ରଧାନ ବିଚାରପତି ଏନଭି ରମନ୍ନା ସଂସଦର ସେଣ୍ଟାଲ ହଲରେ ଦ୍ରୌପଦୀ ମୁର୍ମୁଙ୍କୁ ଶପଥ ଗ୍ରହଣ କରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos