ସିଆଇଏର ଗୁରୁତ୍ୱପୂର୍ଣ୍ଣ ପଦବୀରେ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ନନ୍ଦ ମୁଲଚନ୍ଦାନି ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏରେ ପ୍ରଥମ ମୁଖ୍ୟ ବୈଶୟିକ ଅଧିକାରୀଭାବେ ନିଯୁକ୍ତି ପାଇଛନ୍ତି। ନନ୍ଦ ମୁଲଚନ୍ଦାନି ଦିଲ୍ଲୀ ସ୍କୁଲରେ ଅଧ୍ୟୟନ କରିଛନ୍ତି। ତାଙ୍କ ନିଯୁକ୍ତି ନେଇ ସିଆଇଏର ନିର୍ଦ୍ଦେଶକ ୱିଲିୟମ ବର୍ନସ ଟ୍ୱିଟରରେ ଘୋଷଣା  କରିଛନ୍ତି। ସିଆଇଏର ତଥ୍ୟ ଅନୁଯାୟୀ,  ନନ୍ଦ ମୁଲଚନ୍ଦାନିଙ୍କ ସିଲିକନ ଭ୍ୟାଲି ଓ ପ୍ରତିରକ୍ଷା କ୍ଷେତ୍ରରେ ୨୫ ବର୍ଷ ଅଭିଜ୍ଞତା ରହିଛି। ସେ କେତେକ ଷ୍ଟାର୍ଟଅପର ପ୍ରତିଷ୍ଠାତା ମଧ୍ୟ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ସାଇବର […]

cia

Tapas Behera
  • Published: Sunday, 01 May 2022
  • , Updated: 01 May 2022, 08:13 PM IST

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ନନ୍ଦ ମୁଲଚନ୍ଦାନି ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏରେ ପ୍ରଥମ ମୁଖ୍ୟ ବୈଶୟିକ ଅଧିକାରୀଭାବେ ନିଯୁକ୍ତି ପାଇଛନ୍ତି। ନନ୍ଦ ମୁଲଚନ୍ଦାନି ଦିଲ୍ଲୀ ସ୍କୁଲରେ ଅଧ୍ୟୟନ କରିଛନ୍ତି। ତାଙ୍କ ନିଯୁକ୍ତି ନେଇ ସିଆଇଏର ନିର୍ଦ୍ଦେଶକ ୱିଲିୟମ ବର୍ନସ ଟ୍ୱିଟରରେ ଘୋଷଣା  କରିଛନ୍ତି। ସିଆଇଏର ତଥ୍ୟ ଅନୁଯାୟୀ,  ନନ୍ଦ ମୁଲଚନ୍ଦାନିଙ୍କ ସିଲିକନ ଭ୍ୟାଲି ଓ ପ୍ରତିରକ୍ଷା କ୍ଷେତ୍ରରେ ୨୫ ବର୍ଷ ଅଭିଜ୍ଞତା ରହିଛି। ସେ କେତେକ ଷ୍ଟାର୍ଟଅପର ପ୍ରତିଷ୍ଠାତା ମଧ୍ୟ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ସାଇବର ସିକ୍ୟୁରିଟି କ୍ଷେତ୍ରରେ ତାଙ୍କର ଦକ୍ଷତା ସିଆଇଏ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଉଛି । ନନ୍ଦ ମୁଲଚନ୍ଦାନି ବିଦେଶର କେତେକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିଛନ୍ତି।

ସେ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ ହାସଲ କରିଥିବା ବେଳେ  ଷ୍ଟାଣ୍ଡଫର୍ଡ଼ ବିଶ୍ୱ ବିଦ୍ୟାଳୟରୁ ମ୍ୟାନେଜମେଣ୍ଟରେ ମାଷ୍ଟର ଅଫ୍‌ ସାଇନ୍ସ ଡିଗ୍ରୀ , ହାଭାର୍ଡ଼ରୁ ମାଷ୍ଟର ଇନ୍‌ ପବ୍ଲିକ୍‌ ଆଡମିନିଷ୍ଟ୍ରେଶନ୍‌ ଡିଗ୍ରୀ ହାସଲ କରିଛନ୍ତି।  ଆମେରିକାରେ ଅଧ୍ୟୟନ ପୂର୍ବରୁ  ଦିଲ୍ଲୀର ବ୍ଲୂବେଲସ୍‌ ସ୍କୁଲ ଇଣ୍ଟରନେସନାଲରୁ ସ୍କୁଲ ଶିକ୍ଷା ଶେଷ କରିଛନ୍ତି। ୧୯୮୭ ମସିହାରେ ନନ୍ଦ ମୁଲଚନ୍ଦାନି ଦକ୍ଷିଣ ଦିଲ୍ଲୀରୁ  ବ୍ଲୂବେଲସ୍‌ ସ୍କୁଲରୁ ସେ ତାଙ୍କର ସ୍ନାତ୍ତୋକତର ଶେଷ କରିଛନ୍ତି। ଆମେରିକରା ସେ କମ୍ପ୍ୟୁଟର ସାଇନ୍ସରେ ବେଚଲର ଡିଗ୍ରୀରେ ମଧ୍ୟ ସେ ହାସଲ କରିଛନ୍ତି ।

ତାଙ୍କ ନିଯୁକ୍ତି ସମ୍ପର୍କରେ ବର୍ନସ କହିଛନ୍ତି ଯେ, ମୋର ନିଯୁକ୍ତି ପରଠାରୁ ମୁଁ ଟେକନଲୋଜୀ ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିଆସିଛି । ମୁଖ୍ୟ ପ୍ରଯୁକ୍ତି ଅଧିକାରୀ ନିଯୁକ୍ତି ଏ ଦିଗରେ ଏକ ବଡ଼ ପଦକ୍ଷେପ । ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ନନ୍ଦ ଯୋଗ ଦେଇଥିବାରୁ ସେ ଆନନ୍ଦିତ । ତାଙ୍କ ଅଭିଜ୍ଞତାକୁ ବ୍ୟବହାର କରି ସିଆଇଏ ବୈଷୟିକ ଜ୍ଞାନ କୌଶଳ କ୍ଷେତ୍ରରେ ନୂଆ ଉଦ୍ଭାବନ କରିପାରିବ ।

Related story